ଲକ୍‌ଡାଉନ ମଧ୍ୟରେ ହେବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା: ସ୍ବତନ୍ତ୍ର ବସ୍‌ରେ ଯିବେ ପରୀକ୍ଷାର୍ଥୀ; ଶାହା

ନୂଆଦିଲ୍ଲୀ,୨୦।୫: କରୋନା ଲକ୍‌ଡାଉନ ଯୋଗୁ ପିଲାଙ୍କ ପାଠପଢ଼ା, ପରୀକ୍ଷା ଓ ଖାତାଦେଖା ବାଧାପ୍ରାପ୍ତ ହୋଇଛି। ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଲାଗି ସରକାର ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବଡ଼ ଘୋଷଣା କରାଯାଇଛି। ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଲକ୍‌ଡାଉନ କଟକଣାରୁ ମୁକ୍ତ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏହାସହ ପରୀକ୍ଷାର୍ଥୀଙ୍କ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିବେ। ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ଆୟୋଜନ ସମୟରେ ସମସ୍ତ ପ୍ରକାରର ନିୟମାବଳୀକୁ କଡ଼ାକଡ଼ା ପାଳନ କରାଯିବ। ଶିକ୍ଷକ ଓ ପରୀକ୍ଷାର୍ଥିମାନେ ସାମାଜିକ ଦୂରତ୍ୱ, ମାସ୍କ ଓ ହାତ ଧୋଇବା ଆଦି ନିୟମକୁ ପାଳନ କରିବେ। କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ସେହିପରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ସମୟରେ ସମସ୍ତଙ୍କ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଇ ଯାଞ୍ଚ କରାଯିବ । ଏହାସହ ସେଠାରେ ସାନିଟାଇଜର, ହ୍ୟାଣ୍ଡଓ୍ବାସ ରହିବା ନିହାତି ଜରୁରୀ। ଏତଦ୍‌ ବ୍ୟତୀତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ରାଜ୍ୟ ସ୍ବତନ୍ତ୍ର ବସ୍‌ର ଆୟୋଜନ କରିବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ପିଆଇବି ଉପନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ, ୨୯ା୪: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ(ପିଆଇବି) ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଶ୍ରୀବାସ୍ତବ( ୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଛି।...

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌, ଆଉ ୨୦ ଆକ୍ରାନ୍ତ ମୃତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୦ ଜଣ ଆକ୍ରାନ୍ତଙ୍କ ମତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ...

ସାଂସଦ ଖେଳ ମହାକୁମ୍ଭ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତରପ୍ରଦେଶର ବସ୍ତି ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ର ଉଦଘାଟନ କରିଛନ୍ତି। ଏହି...

ଦଳିତ ମୁସଲମାନ-ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ନାହିଁ…

ନୂଆଦିଲ୍ଲୀ,୧୦।୧୧ : ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଦେଶରେ ଅନୁସୂଚିତ ଜାତି (ଏସସି) ମାନ୍ୟତା ଦିଆଯାଇ ନାହିଁ। ସେମାନଙ୍କୁ ଏସସି ସଂରକ୍ଷଣ ଅଧୀନରେ ଚାକିରି ଏବଂ...

ଜାନୁୟାରୀରେ ରିଲିଜ୍‌ ହେବ ମଲାଲାଙ୍କ ବାୟୋପିକ୍‌

ମୁମ୍ବାଇ,୨୯।୧୨: ନୋବେଲ ବିଜେତା ମଲାଲା ୟୁଶୁଫଜାଇଙ୍କ ବାୟୋପିକ୍‌ ‘ଗୁଲ୍‌ ମକାଇ’କୁ ଏବେ ମିଳିଛି ଏହାର ରିଲିଜ୍‌ ଡେଟ୍‌। ଆସନ୍ତା ବର୍ଷ ଜାନୁୟାରୀ ୩୧ରେ ଏହା ରିଲିଜ୍‌...

ପୁଲଓ୍ବାମାରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୮।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି।...

ଗୋଟିଏ ଦିନରେ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଛନ୍ତି ଭାରତୀୟ !

ନୂଆଦିଲ୍ଲୀ,୨୨।୮: କରୋନା ଭାଇରସ ସଂକ୍ରମଣ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ସାନିଟାଇଜର ବ୍ୟବହାର କରୋନା ସଂକ୍ରମଣକୁ ଅନେକାଂଶରେ ରୋକି ପାରିବ। ବିଶେଷଜ୍ଞମାନଙ୍କ...

ମୁମ୍ବାଇ-ଜୟପୁର ଏକ୍ସପ୍ରେସରେ ୪ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କନଷ୍ଟେବଳଙ୍କର ହେବ ନାହିଁ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ,୨୬।୮: ଗତ ମାସରେ ଅର୍ଥାତ୍‌ ଜୁଲାଇ ୩୧ରେ ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ)ର ଜଣେ କନଷ୍ଟେବଳ ଚେତନ ସିଂ ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ୪ ଜଣଙ୍କୁ ଗୁଳିକରି ହତ୍ୟା...

Advertisement
Archives

Model This Week