ଲକ୍‌ଡାଉନ ପାଇଁ ଦୈନିକ କ୍ଷତି ୪.୬୪ ବିଲିୟନ ଡଲାର

ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବ୍ୟାପିବାରୁ ରୋକିବା ଲାଗି ସାରା ଦେଶରେ ଏବେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ବାଣିଜ୍ୟ କାରବାର ଠପ୍‌ ହୋଇଥିବା ବେଳେ ବିମାନ, ଟ୍ରେନ ସମେତ ଅନ୍ୟ ପରିବହନ ବ୍ୟବସ୍ଥାକୁ ମଧ୍ୟ ବନ୍ଦ ରଖାଯାଇଛି। ଏଥିଲାଗି ଦୈନିକ ଭିତ୍ତିରେ ଦେଶର ଅର୍ଥ ବ୍ୟବସ୍ଥାକୁ ୪.୬୪ ବିଲିୟନ ଡଲାର କ୍ଷତି ସହିବାକୁ ପଡୁଛି। ଏହି ୨୧ ଦିନର ଲକ୍‌ଡାଉନ ସମୟ ମଧ୍ୟରେ ଭାରତ ମୋଟ ୯୮ ବିଲିୟନ ଡଲାର କ୍ଷତି ସହିବ ବୋଲି ଆକ୍ୱିଟ ରେଟିଂସ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଗୁରୁବାର ଏକ ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପାଇଁ ସାରା ବିଶ୍ୱ ଲକ୍‌ଡାଉନ ହୋଇଛି। ଭାରତର କିଛି ଅଂଶକୁ ପ୍ରଥମେ ଲକ୍‌ଡାଉନ କରାଯାଇଥିଲା। ମାର୍ଚ୍ଚ ୨୫ରେ ସାରା ଦେଶକୁ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ ଘୋଷଣା କରାଯାଇଛି।
ଏପ୍ରିଲ ୧୫ରେ ଲକ୍‌ଡାଉନ ଉଠିଯିବ ବୋଲି ସରକାର କହୁଥିବା ବେଳେ ୨୧ ଦିନର ଲକ୍‌ଡାଉନ ଯୋଗୁ ବାଧାପ୍ରାପ୍ତ ହୋଇଥିବା ଆର୍ଥତ୍କ କାର୍ଯ୍ୟକଳାପର ଗତି ଠିକ୍‌ ଟ୍ରାକ୍‌କୁ ଆସିବା ଲାଗି ଅଧିକ ଦିନ ଲାଗିବ ବୋଲି ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଭାରତ ସମେତ ସାରା ବିଶ୍ୱ କୋଭିଡ ପ୍ରକୋପରେ ଏବେ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱ ଅବସ୍ଥାକୁ ୨୦୨୦ରେ ମାନ୍ଦାବସ୍ଥା ଜାବୁଡି ଧରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପୂର୍ବାନୁମାନ କରିଛି। ଆକ୍ୱିଟ ରେଟିଂ ମୁତାବକ ୨୦୨୦-୨୧ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ସମୟ ମଧ୍ୟରେ ଜିଡିପିରେ ୫ରୁ ୬% ହ୍ରାସ ହେବାର ଆଶଙ୍କା କରାଯାଇଛି। ସେହିଭଳି ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମଧ୍ୟ ଆର୍ଥତ୍କ କାର୍ଯ୍ୟକଳାପ ଶୀଘ୍ର ସୁଧାର ସ୍ଥିତିକୁ ଫେରିବା କଷ୍ଟକର ବୋଲି ପୂର୍ବାନୁମାନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୨-୩% ରହିବା ନେଇ ଏହା ପୂର୍ବାନୁମାନ କରିଛି। ବିଶେଷକରି ଦ୍ୱିତୀୟ ତ୍ରୈମାସରେ ଅର୍ଥ ବ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।
ଏହି ସମୟରେ ଦେଶର ପରିବହନ, ହୋଟେଲ, ରେଷ୍ଟୁରାଷ୍ଟ ଏବଂ ରିୟଲ ଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ କାର୍ଯ୍ୟକଳାପ ଠପ୍‌ ହୋଇଯାଇଥିବାରୁ କ୍ଷେତ୍ରଗୁଡିକ ବେଶି କ୍ଷତି ସହିଛନ୍ତି। ଏହି କ୍ଷେତ୍ରଗୁଡିକରେ ୫୦% ଗ୍ରସ ଭାଲ୍ୟୁ ଆଡେଡ(ଜିଭିଏ) କ୍ଷତି ସହିବାକୁ ପଡୁଛି ବୋଲି ଆକ୍ୱିଟ ରେଟିଂର ସିଇଓ ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି। ଏହାବାଦ ଶିଳ୍ପଗୁଡିକର କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପରେ ପ୍ରଭାବ ମଧ୍ୟ ଦେଖାଯାଇଛି। ଲକ୍‌ଡାଉନ ପରେ ଯୋଗାଣ ଚେନ୍‌ ଠିକ୍‌ କରିବା ଲାଗି ୨ରୁ ୩ ମାସ ସମୟ ଲାଗିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri