ଲକ୍‌ଡାଉନ୍‌-୫: ପ୍ରତିଦିନ ୮ ହଜାରରୁ ଅଧିକ ରହୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୩।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍‌ଡାଉନ୍‌-୫ ଜୁନ୍‌ ୧ଠାରୁ ଜାରି ହୋଇଛି। ଏଥିରେ ବହୁ କ୍ଷେତ୍ରରେ ସର୍ତ୍ତ ଭିତ୍ତିକ କୋହଳ ନୀତି ଲାଗୁ କରାଯାଇଛି। ଲକ୍‌ଡାଉନ୍‌-୫ରେ ପ୍ରତିଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ ଅଧିକ ରହୁଛି। ବୁଧବାର ନୂଆ ସଂକ୍ରମିତ ସଂଖ୍ୟା ୮ ହଜାର ୯୦୯ ଛୁଇଁଛି। ଏହାପୂର୍ବରୁ ଜୁନ୍‌ ୨ରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୧୭୧ ଥିଲା। ସେହିପରି ଜୁନ୍‌ ୧ରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୩୯୨ ଥିଲା। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୫୪୩ରେ ଛୁଇଁଛି। ସେହିପରି ମୃତକଙ୍କ ସଂଖ୍ୟା ୫ ହଜାର ୮୩୪ରେ ପହଞ୍ଚିଛି। ଅପରପକ୍ଷରେ ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଲକ୍ଷେ ୪୧୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମାର୍ଚ୍ଚ ୨୪ରେ ପ୍ରଥମ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହାପରେ ୪ଥର ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ପ୍ରତି ଲକ୍‌ଡାଉନ୍‌ ପରେ ନୂଆ ସଂକ୍ରମିତଙ୍କ ହାର ବଢ଼ିବାରେ ଲାଗିଛି। ଚତୁର୍ଥ ଲକ୍‌ଡାଉନ୍‌ ଆରମ୍ଭ ସମୟରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ଥିବାବେଳେ ପଞ୍ଚମ ଲକ୍‌ଡାଉନ୍‌ର ଆରମ୍ଭରେ ଏହା ଲକ୍ଷେ ୮୦ ହଜାର ଛୁଇଁଥିଲା। ଏବେ ଏହା ପଞ୍ଚମ ଲକ୍‌ଡାଉନ୍‌ର ମାତ୍ର ୩ ଦିନ ମଧ୍ୟରେ ୨ ଲକ୍ଷ ଟପିଛି। ଏଭଳି ଧାରା ଆଗାମୀ ଦିନରେ ଜାରି ରହିଲେ ସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

ତିନି ସେନାମୁଖ୍ୟଙ୍କ ସହ ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୫।୮: ଭାରତର ୭୩ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ୩ ସେନାମୁଖ୍ୟ...

ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ଘଟଣା: ନିଲମ୍ବିତ ହେଲେ ଅମେଠିର ଜିଲାପାଳ

ଆମେଠି,୧୪।୧୧: ମହଙ୍ଗା ପଡ଼ିଲା ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରିବା। ଆମେଠି ଜିଲାପାଳଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ପ୍ରଶାନ୍ତ...

ପୂର୍ବରେ କଂଗ୍ରେସର ଗଡ଼ ଜୟ ଲକ୍ଷ୍ୟ: ଦକ୍ଷିଣରେ ଭାଜପାର ସ୍ଥିତି ସୁଦୃଢ଼ ଯୋଜନା

ନୂଆଦିଲ୍ଲୀ,୧୪।୨: ଆଗକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ,କେରଳ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ସ୍ଥିତି...

ଆଜି ଆଉ ୧୦ ଜୀବନ ନେଲା କରୋନା, ଏହି ଜିଲାରୁ ଅଛନ୍ତି ସର୍ବାଧିକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି।...

ପଶ୍ଚିମବଙ୍ଗ ବିଭାଜନ ନେଇ ଭାଜପାରେ ଫାଟ…

କୋଲକାତା, ୨୩।୮: ପଶ୍ଚିମବଙ୍ଗ ବିଭାଜନ ନେଇ ରାଜ୍ୟ ଭାଜପାରେ ଫାଟ ସୃଷ୍ଟି ହୋଇଛି। ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉତ୍ତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟର ମାନ୍ୟତା...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିଶାଳକାୟ ପ୍ରାଣୀ, ଉଠାଇବା ପାଇଁ ଡାକିବାକୁ ପଡ଼ିଲା କ୍ରେନ୍‌

ବେଙ୍ଗାଲୁରୁ,୨୨ା୧୦: କର୍ନାଟକର ସମୁଦ୍ରରେ ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ତାଙ୍କ ଜାଲରେ ଦୁଇଟି ‘ମଣ୍ଟା ରେ’ ନାମକ ବିଶାଳକାୟ ପ୍ରାଣୀ ପଡ଼ିଥିଲେ।...

Advertisement
Archives

Model This Week