ଲକ୍ଷ୍ୟଭ୍ରଷ୍ଟ ବିରୋଧୀ: ମନ୍ତ୍ରୀ, ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଧାନସଭାରେ ହଙ୍ଗାମା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ୧୬ଶ ବିଧାନସଭାରେ ବିରୋଧୀ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି। ଲୋକମାନଙ୍କ ସମସ୍ୟାକୁ ଉତ୍ଥାପନ କରିବା ବଦଳରେ ଉଭୟ ଭାଜପା ଓ କଂଗ୍ରେସ ପରସ୍ପର ଗୋହି ଖୋଳାଖୋଳି ହେଉଛନ୍ତି। ଚଳିତ ବିଧାନସଭାରେ ଭାଜପାକୁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ପଞ୍ଚଦଶ ବିଧାନସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିଲା। ଉଭୟ ଦଳ ମିଳିମିଶି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ ଗୃହରେ ଉଠାଉଥିଲେ। ମାତ୍ର ଚଳିତ ଅଧିବେଶନରେ ଦୁଇ ବିରୋଧୀ ଦଳ ଦୁଇଫାଳ ହୋଇଯାଇଛନ୍ତି। କାହା ସହ କାହାର ତାଳମେଳ ନାହିଁ। ବିଧାନସଭାରେ ବିରୋଧୀ ଦଳ ସତେଯେମିତି ଦିଗହରା ହୋଇଯାଇଛନ୍ତି। ଭାଜପା ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରୁଛନ୍ତି। ଗୋଟିଏ ଦଳ ଅନ୍ୟ ଦଳକୁ ବିରୋଧ କଲା ଭଳି ପ୍ରତ୍ୟୟମାନ ହେଉଛି। ସରକାରଙ୍କୁ ଘେରିବା ପରିବର୍ତ୍ତେ ଉଭୟ ନିଜ ମଧ୍ୟରେ ଗଣ୍ଡଗୋଳରେ ମାତି ରହୁଛନ୍ତି। ଦୁଇ ଦଳଙ୍କ ଦିଶାହୀନ ପ୍ରତିବାଦ ଏବଂ ନାରାବାଜିରେ ବରବାଦ ହୋଇଯାଉଛି ଗୃହକାର୍ଯ୍ୟ। ଗତ ଦୁଇଦିନ ଧରି ଉଭୟ ଦଳର ଏତାଦୃଶ ଆଚରଣ ପାଇଁ ଶୂନ୍ୟକାଳ ନଷ୍ଟଭ୍ରଷ୍ଟ ହୋଇଯାଇଛି। ବୁଧବାର ମଧ୍ୟ ଅନୁରୂପ ଅବସ୍ଥା ଗୃହରେ ଦେଖିବାକୁ ମିଳିଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଗୃହରେ ଶେଷ ହେବା ପରେ ଉଭୟ ଦଳ ଚାଷୀ ପ୍ରସଙ୍ଗ ଓ ମନ୍ତ୍ରୀ ଏବଂ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ସରକାରଙ୍କୁ ଘେରିଥିଲେ। ନିଜ ନିଜ ପ୍ରସଙ୍ଗକୁ ଆଗକୁ ନେବା ଲାଗି ଉଭୟ ଭାଜପା ଓ କଂଗ୍ରେସ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ହୋଇଥିଲା। ଉଭୟ ଦଳ ଗୃହର ମଧ୍ୟଭାଗରେ ହୋ-ହଲ୍ଲା କରିଥିଲେ। ଫଳରେ ଶୂନ୍ୟକାଳରେ କୌଣସି ଆଲୋଚନା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ ଗଞ୍ଜାମରେ ପ୍ରବେଶ କରୁଛନ୍ତି ଲୋକେ: ଏନ୍‌ଏଚ୍‌-୧୬, ସୀମାନ୍ତରେ ଯାଞ୍ଚ କରୁଛି ଟିମ୍‌

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ଜାରି ରହିଥିବା ଲକ୍‌ଡାଉନ୍‌ ସତ୍ତ୍ୱେ ଲୋକେ ବିଭିନ୍ନ ଗାଡିରେ ବେଆଇନ ଭାବେ ଗଞ୍ଜାମ ଜ଼ିଲାକୁ ପ୍ରବେଶ କରିବାରେ ଲାଗିଛନ୍ତି। ଅପରପକ୍ଷରେ କରୋନା...

ପ୍ରଶାସନ ନ ଶୁଣିବାରୁ ଛତିଶଗଡ଼ ମୁହାଁ ହେଲେ ସୀମାନ୍ତବାସୀ

ବରଗଡ଼ ଅଫିସ୍‌,୨୮।୨: ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଚର୍ଦ୍ଦାପାଲି ଗ୍ରାମକୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଅଞ୍ଚଳବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ,...

ବିଜୁ ଯୁବ ବାହିନୀ ଆରମ୍ଭ କରିବ ‘ନନ୍ଦିନୀ’

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ବିରୋଧରେ ସଚେତନତା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’ ଆରମ୍ଭ କରାଯିବ। ଯୁବ...

ଅମ୍ଫନ୍‌ ପାଇଁ ବନ୍ଦ ରହିଲା ହାଇକୋର୍ଟ

କଟକ ଅଫିସ୍‌,୨୧।୫: ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ଯୋଗୁ ବୁଧବାର ହାଇକୋର୍ଟ ବନ୍ଦ ରହିଛି। ବୁଧବାର ପାଇଁ ଧାର୍ଯ୍ୟ ହୋଇଥିବା ମାମଲାଗୁଡ଼ିକର ଶୁଣାଣି ଗୁରୁବାର କରାଯିବ। ଏନେଇ...

ସଡ଼କ ଦୁର୍ଘଟଣା ବୃଦ୍ଧି ନେଇ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ

କଟକ ଅଫିସ,୧୧।୬: ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ନେଇ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଚିନ୍ତା ପ୍ରକାଶ କରିଛି। ଏହାକୁ ରୋକିବା...

ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ, ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରର ଜରୁରୀ ଆବଶ୍ୟକତା ରହିଛି। ଏପରିସ୍ଥଳେ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜରକୁ ଅତ୍ୟାବଶ୍ୟକ...

ଓଡ଼ିଶାରେ ହେବ ବିପର୍ଯ୍ୟୟ ପରିଚାଳନା ଗ୍ରୀଡ୍‌

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ନିୟମିତ ବ୍ୟବଧାନରେ ବିଭିନ୍ନ ବିପର୍ଯ୍ୟୟ ଦ୍ୱାରା ରାଜ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥାଏ। ତେଣୁ...

ବନାଞ୍ଚଳ ସ୍ତରୀୟ ମୋବାଇଲ ବ୍ୟାରାକ କୋଠା ଉଦଘାଟିତ

ଦେବଗଡ଼,୧୨ା୧(ଡି.ଏନ.ଏ):ବନ ବିଭାଗ ପକ୍ଷରୁ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ନୂତନ ଭାବେ ନିର୍ମିତ ଦେବଗଡ ବନାଞ୍ଚଳସ୍ତରୀୟ ମୋବାଇଲ ବ୍ୟାରାକ କୋଠା ସୋମବାର ଉଦଘାଟିତ ହୋଇଯାଇଛି।...

Advertisement


Archives

Model This Week