Posted inଜାତୀୟ

ଲକ୍ଷ୍ନୌରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶୁକ୍ରବାର ଯିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ନୌରେ ସେ ଶୁକ୍ରବାର ପହଞ୍ଚିବା ସହ ସେଠାରେ ଶନିବାର କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଶୁକ୍ରବାର ସଂନ୍ଧ୍ୟାରେ ସେ ଉତ୍ତର ପ୍ରଦେଶର ରାଜଧାନୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଶନିବାର ୧୨ଟା ୩୦ରେ ଆଡଭାଇଜରି କାଉନସିଲ ଓ ଷ୍ଟ୍ରାଟେଜିଷ୍ଟଙ୍କ ସହ ଏକ ବୈଠକର ଆୟୋଜନ କରାଯାଇଛି। ସେହିଦିନ ସନ୍ଧ୍ୟାରେ ସେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୧୮୮୫, ଡିସେମ୍ବର ୨୮ରେ କଂଗ୍ରେସ ଦଳ ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ଏହା ତା’ର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ କମଲନାଥ: ‘ଆଇଟମ’ ବୟାନକୁ ନେଇ ରିପୋର୍ଟ ମାଗିଲେ ମହିଳା କମିଶନ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ ଜନସଭାରେ ଉଦ୍‌ବୋଧନ ଦେବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ମନ୍ତ୍ରୀ ଇର୍ମତି ଦେବୀଙ୍କୁ ଆଇଟମ ବୋଲି...

ବୁଧବାରଠାରୁ ୧୨ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ,୧୫।୩: କରୋନା ବିରୋଧରେ ଲଢ଼େଇ ପାଇଁ ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ୧୨ବର୍ଷରୁ ୧୪ବର୍ଷର ବୟସ୍କ ପିଲାଙ୍କୁ...

ସୋସିଆଲ ମିଡିଆରେ ଅଧିକ ଟୁଇଟ୍‌ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛି ଏହି ୩ ନେତାଙ୍କ ନାମ

ଓ୍ବାଶିଂଟନ,୧୦ା୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସାଧାରଣ ଲୋକଙ୍କୁ ଟୁଇଟ୍‌...

ଔଷଧ ଦୋକାନରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ଟିକା ନେଇ ସୋମବାର ବଡ ଘୋଷଣା କରିଛନ୍ତି। ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପାଇଲଟ୍‌ଙ୍କ ଏକାକୀ ପ୍ରଚାର ଯୋଜନା: ଚିନ୍ତାରେ କଂଗ୍ରେସ

ଜୟପୁର,୧୪।୧: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ପ୍ରାୟ ୧୦ ମାସ ବାକି ରହିଥିବାବେଳେ ବରିଷ୍ଠ ନେତା ସଚିନ ପାଇଲଟ୍‌ ଏକାକୀ ସାରା ରାଜ୍ୟରେ ର଼୍ୟାଲି କରିବା...

୧୩୨ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୯।୯ (ପି.ଟି.): ୨୦୨୧ ବର୍ଷରେ ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ)ରେ ଭାରତ ୧୯୧ ଦେଶ ମଧ୍ୟରେ ୧୩୨ତମ ସ୍ଥାନରେ ରହିଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)...

ବର କନ୍ୟା ସହ ଫଟୋ ଉଠାଇ ଟଙ୍କା ବ୍ୟାଗ୍‌ ଧରି ଛୁ

ଗ୍ବାଲିୟର(ମଧ୍ୟପ୍ରଦେଶ),୧୩।୨: ଜଣେ ଚୋର ଷ୍ଟେଜରେ ଚଢ଼ି ବର କନ୍ୟାଙ୍କ ସହ ନିକଟ ସମ୍ପର୍କୀୟଙ୍କ ଭଳି ଫଟୋ ଉଠାଇଥିଲେ। ତା’ ପରେ ଟଙ୍କା ଓ ଗହଣା ବ୍ୟାଗ...

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୨୦ ଆହତ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କୁପଓ୍ବାଡା ଜିଲାର ହିନ୍ଦଓ୍ବାଡାର ବାତାୟିନ ଅଞ୍ଚଳରେ ଏକ ଯାତ୍ରୀବାଦୀ ବସ୍‌ ଓଲଟିପଡ଼ିଛି। ଏଥିରେ...

Advertisement
Archives

Model This Week