Posted inଖେଳ

ରୋହିତ ଶର୍ମାଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ ସମାଇରା, ଜାଣନ୍ତୁ କାହିଁକି

ମୁମ୍ବାଇ,୧୧।୧୨: ମୁମ୍ବାଇରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ପୂର୍ବରୁ ବିସିସିଆଇ ଟୁଇଟରରେ ଏକ ଭିଡିଓ ଅପଲୋଡ୍‌ କରିଛି। ଭିଡିଓରେ ରୋହିତ ଶର୍ମା ନିଶ କାଟିବା ନେଇ ବଡ ଖୁଲାସା କରିଛନ୍ତି। ଚହଲ ଟିଭିକୁ ଦେଇଥିବା ସାକ୍ଷାତକାରରେ ରୋହିତ୍‌ କହିଛନ୍ତି, ଝିଅ ସମାଇରା ଯୋଗୁ ସେ କ୍ଲିନ୍‌ ସେଭ୍‌ କରିଛନ୍ତି। ବଡ ନିଶ ରଖିଲେ ଝିଅ ଡରି ତାଙ୍କ ପାଖ ମାଡୁ ନ ଥିଲା। ଏହି କାରଣରୁ ସେ କ୍ଲିନ୍‌ ସେଭ୍‌ କରିବାକୁ ବାଧ୍ୟ ହୋଇଥିଲେ ବୋଲି ରୋହିତ କହିଛନ୍ତି। ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟି-୨୦ରେ ରୋହିତ୍‌ ଶର୍ମାଙ୍କ ପାଖରେ ନୂଆ ରେକର୍ଡ କରିବାର ସୁଯୋଗ ରହିଛି। ରୋହିତ୍‌ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ୪୦୦ ଛକା ମାରିବାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏହାଛଡା ରୋହିତ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇପାରନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନର ରେକର୍ଡ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ନାଁରେ ଅଛି। କୋହଲି ୬୯ ଇନିଂସରେ ୨୫୬୩ ରନ କରିଛନ୍ତି । ତେବେ ରୋହିତ୍ ଏହି ମାମଲାରେ କୋହଲିଙ୍କଠାରୁ ମାତ୍ର ୧ ରନ ପଛରେ ଅଛନ୍ତି। ରୋହିତ୍‌ ୯୫ ଇନିଂସରେ ୨୫୬୨ ରନ କରି ଦ୍ୱିତୀୟରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି...

ଦୁର୍ଘଟଣା ପରେ କୋମାରେ ଏହି କ୍ରିକେଟର୍‌

କାବୁଲ, ୩।୧୦: ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ କ୍ରିକେଟ୍‌ ଦଳର ବ୍ୟାଟ୍ସମ୍ୟାନ ନାଜିବ ତର୍କାଇ କୋମାକୁ ଚାଲିଯାଇଛନ୍ତି। ଏହି ଦୁର୍ଘଟଣା ପରେ...

ନିଜ ଦେଶର ଲିଗ୍‌ରେ ବିଶ୍ୱକପ୍‌ ଅଧିନାୟକଙ୍କୁ ମିଳିଲେନି କ୍ରେତା, ଖେଳପ୍ରେମୀ ଚକିତ

ନୂଆଦିଲ୍ଲୀ, ୨୦।୯: ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ ଲାଗି ମେଗା ନିଲାମ ଅନୁଷ୍ଠିତ ହୋଇଛି। ଏଥିରେ ଯୁବ ବ୍ୟାଟ୍ସମ୍ୟାନ୍‌ ଟ୍ରିଷ୍ଟାନ ଷ୍ଟବ୍ସ ସବୁଠାରୁ ମହଙ୍ଗା ଖେଳାଳି...

ମିଳିମିଶି କାର୍ଯ୍ୟ କରିବାକୁ ଆଇ-ଲିଗ୍‌ କ୍ଲବ୍‌ଗୁଡିକୁ ଫିଫାର ପରାମର୍ଶ

ନୂଆଦିଲ୍ଲୀ,୮।୮(ପି.ଟି.)- ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ବିଦ୍ରୋହ କରିଥିବା ଆଇ- ଲିଗ୍‌ କ୍ଲବଗୁଡିକୁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା...

ଶେଷ ମ୍ୟାଚ୍‌ରେ ପ୍ରବଳ ଝଗଡା କଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି...

ଓ୍ବିମ୍ବେଲଡନ ଟେନିସ୍‌: ଦ୍ୱିତୀୟ ରାଉଣ୍ଡରେ ସାନିଆ- ବେଥାନି

ଲଣ୍ଡନ,୨।୭: ଚଳିତ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ପାର୍ଟନର ବେଥାନି ମାଟେକ- ସାଣ୍ଡ୍ସ ଦ୍ୱିତୀୟ...

ଅଶ୍ୱିନଙ୍କୁ ନ ଖେଳାଇବା ପାଗଳାମୀ

ଲଣ୍ଡନ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତ ଦଳରେ ସ୍ଥାନ ମିଳିନାହିଁ। ଟିମ୍‌ ମ୍ୟାନେଜମେଣ୍ଟର...

ଜାଣନ୍ତୁ କେଉଁ ଖେଳାଳିଙ୍କ କେତେ ଦାମ୍‌

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାର ଆରମ୍ଭ ହୋଇଥିବା ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର୍‌ ଡେଭିଡ୍‌ ୱାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ...

Advertisement
Archives

Model This Week