ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ

‘ରୋଗ ପ୍ରତିରୋଧ ସାମର୍ଥ୍ୟ ପ୍ରକୃତିଦତ୍ତ। ଏହାର ଦାୟିତ୍ୱ ନେବା ପାଇଁ ପ୍ରକୃତି ଶରୀରରେ ଖଞ୍ଜିଛି ରୋଗ ପ୍ରତିରୋଧ ତନ୍ତ୍ର ବା ଇମ୍ୟୁନ ସିଷ୍ଟମ। ଏହି ଶରୀର ସୁରକ୍ଷା ତନ୍ତ୍ର ଆମଠାରେ ତଥା ସମସ୍ତଙ୍କ ଶରୀରରେ ଜନ୍ମରୁ ରହିଥାଏ। ତେବେ ବିଭିନ୍ନ ଅବସ୍ଥାରେ ଏହାର କାର୍ଯ୍ୟରେ ହ୍ରାସ କିମ୍ବା ବୃଦ୍ଧି ଘଟିପାରେ। ଅବଶ୍ୟ କଦବା କେମିତି କାହାଠାରେ ଇମ୍ୟୁନ ସିଷ୍ଟମ କାମ କରି ନ ଥାଏ।“

ଅଧିକାଂଶ ରୋଗରୁ ମୁକ୍ତ ରହିବାର ରହିଛି ଦୁଇଟି ଉପାୟ। ତାହା ହେଲା-ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ପରିପାର୍ଶ୍ୱକୁ ରୋଗ ସୃଷ୍ଟିକାରୀ ଅଣୁଜୀବଗୁଡିକଠାରୁ ମୁକ୍ତ ରଖିବା। ଆମ ପ୍ରତ୍ୟେକଙ୍କ ଶରୀରରେ ରହିଛି ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି। ଏହି ଶକ୍ତିକୁ ଡାକ୍ତରୀ ଭାଷାରେ ‘ଇମ୍ୟୁନିଟି’ ବୋଲି କହନ୍ତି। ଏହି ଇମ୍ୟୁନିଟି ବଳରେ ଶରୀର ଆପେ ଆପେ ନିଜକୁ ସୁରକ୍ଷିତ ତଥା ସୁସ୍ଥ ରଖିଥାଏ। ବିଶେଷଭାବରେ ଶରୀର ଭିତରକୁ ଅନୁପ୍ରବେଶ କରୁଥିବା ରୋଗ ସୃଷ୍ଟିକାରୀ ଅଣୁଜୀବଗୁଡିକ କବଳରୁ ଏହି ଶକ୍ତି ଶରୀରକୁ ରକ୍ଷା କରେ। ଫଳରେ ଆମେ ସଂକ୍ରମଣମୁକ୍ତ ତଥା ରୋଗମୁକ୍ତ ରହିପାରୁ।
ପ୍ରତିରୋଧ ସାମର୍ଥ୍ୟ ପ୍ରକୃତିଦତ୍ତ। ଏହାର ଦାୟିତ୍ୱ ନେବା ପାଇଁ ପ୍ରକୃତି ଶରୀରରେ ଖଞ୍ଜିଛି ରୋଗ ପ୍ରତିରୋଧ ତନ୍ତ୍ର ବା ଇମ୍ୟୁନ ସିଷ୍ଟମ। ଏହି ଶରୀର ସୁରକ୍ଷା ତନ୍ତ୍ର ଆମଠାରେ ତଥା ସମସ୍ତଙ୍କ ଶରୀରରେ ଜନ୍ମରୁ ରହିଥାଏ। ତେବେ ବିଭିନ୍ନ ଅବସ୍ଥାରେ ଏହାର କାର୍ଯ୍ୟରେ ହ୍ରାସ କିମ୍ବା ବୃଦ୍ଧି ଘଟିପାରେ। ଅବଶ୍ୟ କଦବା କେମିତି କାହାଠାରେ ଇମ୍ୟୁନ ସିଷ୍ଟମ କାମ କରି ନ ଥାଏ। ଏଭଳି ଶିଶୁ ପାଇଁ ବାହାର ଦୁନିଆରେ ଜୀବନ ନିର୍ବାହ କରିବା ଆଦୌ ସମ୍ଭବ ନୁହେଁ। ଖାଦ୍ୟାଭାବ, ଦୂଷିତ ଜଳ, ଦୂଷିତ ବାୟୁ, ଶ୍ରମକାତର ଜୀବନଶୈଳୀ, ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ପ୍ରତି ଅବହେଳା, ମାଦକ ଦ୍ରବ୍ୟଗୁଡିକ ପ୍ରତି ଆଶକ୍ତି, ହତାସା, ଦୁଶ୍ଚିନ୍ତା, ଅବସାଦ, ମାନସିକ ଚାପ ଏବଂ ଦାରିଦ୍ର୍ୟ ଆଦି ଅବସ୍ଥା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ ଏବଂ ରୋଗ ସୃଷ୍ଟିକୁ ସୁଗମ କରିଦିଏ।
ପ୍ରକୃତି ପ୍ରଦତ୍ତ ରୋଗ ପ୍ରତିରୋଧକ ଶକ୍ତି ଥିଲେ ମଧ୍ୟ ଶରୀରରେ ବି ଏହାକୁ ପ୍ରାକୃତିକ କି କୃତ୍ରିମ ଉପାୟରେ ଅର୍ଜନ କରିବା ସମ୍ଭବ। କେତେକ ରୋଗରେ ସଂକ୍ରମିତ ହୋଇଥିଲେ ପ୍ରଥମ ଥରର ସଂକ୍ରମଣରେ ଶରୀରରେ ପ୍ରାକୃତିକ ପଦ୍ଧତିରେ ଜାତ ହୋଇପଡେ ପର୍ଯ୍ୟାପ୍ତ ପ୍ରତିରୋଧ ଶକ୍ତି। ଫଳରେ ଏହି ରୋଗ ପୁନର୍ବାର ହେବାର କ୍ୱଚିତ ପରିଲକ୍ଷିତ ହୋଇଥାଏ। ସେହିପରି ରୋଗ ପ୍ରତିରୋଧକ ଟିକା ନେଲେ ଟିକାର ପ୍ରକାରକୁ ଚାହିଁ କୃତ୍ରିମ ଉପାୟରେ ଶରୀରରେ ନିର୍ଦ୍ଦିଷ୍ଟ ପ୍ରତିରୋଧକ ଶକ୍ତି ତିଆରି ହୋଇ ନିର୍ଦ୍ଦିଷ୍ଟ ରୋଗ ଆକ୍ରମଣରୁ ଆମକୁ ମୁକ୍ତ ରଖିଥାଏ। ଏହି ପ୍ରତିଷେଧକ ଟିକା ନେଇ ଯକ୍ଷ୍ମା, ପୋଲିଓ, ଟିଟାନସ, ହାଡଫୁଟି, ମିଳିମିଳା, ହେପାଟାଇଟିସ୍‌ ଇତ୍ୟାଦିକୁ ଆମେ ନିବାରଣ କରିପାରୁଥିବା କଥା ଆପଣମାନେ ଜାଣନ୍ତି।
ରୋଗ ପ୍ରତିରୋଧ ତନ୍ତ୍ରରେ ଭାଗ ନେଇଥାଆନ୍ତି ବିଭିନ୍ନ କୋଷ, ତନ୍ତୁ ଏବଂ ଅଙ୍ଗ। ବିଶେଷକରି ରକ୍ତରେ ଥିବା ନିଉଟ୍ରୋଫିଲ, ଲିମ୍ପୋସାଇଟ୍‌ ନାମକ ଶ୍ୱେତ ରକ୍ତକୋଷିକା ଇତ୍ୟାଦି ଲସିକା ଗ୍ରନ୍ଥି ବା ଲିମ୍ପିଗ୍ଲାଣ୍ଡ ଓ ପ୍ଲିହାର ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧର କାର୍ଯ୍ୟ ବଡ ଜଟିଳ। ତେବେ ଜୀବାଣୁ-ଭୂତାଣୁଙ୍କଠାରେ ରହିଥିବା ନିର୍ଦ୍ଦିଷ୍ଟ ଉପାଦାନ ବା ‘ଆଣ୍ଟିଜେନ୍‌’ ବିରୋଧରେ ଇମ୍ୟୁନୋଗ୍ଲୋବୁଲିନ୍‌ ନାମକ ଆଣ୍ଟିବଡି ସଂଶ୍ଳେଷଣ କରି ଶରୀର ଜୀବାଣୁ-ଭୂତାଣୁଗୁଡିକର କ୍ଷତିକାରୀ ପ୍ରଭାବକୁ ଅକାମୀ କରିଦିଏ। ଏହାବ୍ୟତୀତ ରୋଗ ପ୍ରତିରୋଧରେ ଇମ୍ୟୁନୋଗ୍ଲୋବୁଲିନ୍‌ ସମେତ ଅନ୍ୟ କେତେକ ପ୍ରୋଟିନ୍‌ ଉପାଦାନ ଏବଂ କେତେକ ନିର୍ଦ୍ଦିଷ୍ଟ ପ୍ରକାର କୋଷିକା ମଧ୍ୟ ଅଂଶଗ୍ରହଣ କରିଥାଆନ୍ତି। ଖାଦ୍ୟାଭାବ ଲାଗି ରହିଲେ ଲସିକାଗ୍ରନ୍ଥି ଓ ପ୍ଲିହାର କାର୍ଯ୍ୟକାରିତା ଖୁବ୍‌ଶୀଘ୍ର ହ୍ରାସ ପାଇଯାଏ। ଏକ ଅନୁଧ୍ୟାନରୁ ପ୍ରକାଶ ଯେ, ଭାରତୀୟମାନଙ୍କ ମଧ୍ୟରୁ ୨୧ ପ୍ରତିଶତଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ପୁଣି ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ଥାଇରଏଡ୍‌ ଇତ୍ୟାଦି ଭୋଗୁଥିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ତେବେ ଖାଦ୍ୟ ତଥା ପୁଷ୍ଟି ଏବଂ ରୋଗ ସଂକ୍ରମଣ ମଧ୍ୟରେ ରହିଥିବା ସମ୍ପର୍କ ଏହି ପ୍ରବନ୍ଧଟିର ଆଲୋଚ୍ୟ ବିଷୟ।
ଶରୀରର ମୁଖ୍ୟ ଉପାଦାନ ହେଉଛି ଜଳ। ଜଳକୁ ଛାଡି ଦେଲେ ପୁଷ୍ଟିସାର ବା ପ୍ରୋଟିନ୍‌, ସ୍ନେହସାର ବା ଫ୍ୟାଟ୍‌, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍‌, ଧାତୁସାର ବା ମିନେରାଲସ ଏବଂ ଭିଟାମିନଗୁଡିକୁ ନେଇ ଶରୀର ଗଠିତ। ତେବେ ଏହିସବୁ ଉପାଦାନ ମିଳେ ଖାଦ୍ୟରୁ। ଚିନି, ଲୁଣ, ଜଳ ଓ ତେଲକୁ ଛାଡିଦେଲେ ପ୍ରାୟ ପ୍ରତ୍ୟେକ ଖାଦ୍ୟଦ୍ରବ୍ୟରେ ଏହି ସମସ୍ତ ଉପାଦାନ ରହିଛି। ମାତ୍ର ଖାଦ୍ୟଭେଦରେ କେଉଁ ଉପାଦାନର ପରିମାଣ ବେଶି ତ ଅନ୍ୟ କେଉଁ ଉପାଦାନ କମ୍‌।
ଖାଦ୍ୟ ଉପାଦାନମାନ ଆମର ତିନୋଟି ପ୍ରଧାନ କାମ କରିଥାଆନ୍ତି। ଏମାନେ ଆମକୁ କାମ କରିବା ନିମନ୍ତେ ଶକ୍ତି ଯୋଗାଇଥାଆନ୍ତି। ଶରୀର ଗଠନ କରିବା ସହ ଶରୀରର କ୍ଷତିପୂରଣ କରିଥାଆନ୍ତି ଏବଂ ସର୍ବୋପରି ଶରୀରକୁ ସୁରକ୍ଷିତ ରଖିଥାଆନ୍ତି। ଅବଶ୍ୟ ପ୍ରତ୍ୟେକ କାର୍ଯ୍ୟରେ ସବୁ ଖାଦ୍ୟ ଉପାଦାନର ଊଣାଅଧିକ ଅବଦାନ ରହିଛି। ଶ୍ୱେତସାର, ଓ ସ୍ନେହସାର ମୁଖ୍ୟତଃ ଶକ୍ତି ଯୋଗାଉଥିବା ବେଳେ ଶରୀରର ଗଠନ ଓ କ୍ଷତିପୂରଣରେ ସହାୟକ ହୋଇଥାଏ ପୁଷ୍ଟିସାର। କିନ୍ତୁ ପୁଷ୍ଟିସାର, ଭିଟାମିନ୍‌ ଓ ଖଣିଜ ଲବଣ ଆମ ଶରୀରକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି।
ସେଥିପାଇଁ ଶରୀର ନିମନ୍ତେ ଖାଦ୍ୟର ଅଭାବ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ବା ସୁରକ୍ଷା ପ୍ରଦାନ କାର୍ଯ୍ୟ ବ୍ୟାହତ ହୋଇପଡେ ଏବଂ ଜୀବାଣୁ-ଭୂତାଣୁ ସଂକ୍ରମଣ ପଥ ସୁଗମ ହୋଇଥାଏ। ପ୍ରକୃତରେ ପୁଷ୍ଟି ଓ ସଂକ୍ରମଣ ମଧ୍ୟରେ କ୍ରିୟାଶୀଳ ହୋଇଥାଏ ଏକ ଦୁଷ୍ଟଚକ୍ର। ଯେପରି କି ଶରୀର ଖାଦ୍ୟ ଅଭାବ ଶିକାର ହୋଇପଡିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇ ଜୀବାଣୁ-ଭୂତାଣୁ ଆଦି ଶରୀରକୁ ଆକ୍ରମଣ କରି ନାନା ରୋଗ ଜାତ କରିଥାଆନ୍ତି। ଅପରପକ୍ଷରେ, ଜୀବାଣୁ-ଭୂତାଣୁଙ୍କ ସଂକ୍ରମଣ ଶିକାର ହୋଇପଡିଲେ ତାହା ସୃଷ୍ଟି କରି ପକାଏ ଖାଦ୍ୟାଭାବ ଏବଂ ଶରୀର ପୂର୍ବରୁ ଖାଦ୍ୟାଭାବ ଭୋଗୁଥିଲେ ଅବସ୍ଥା ଆହୁରି ଗୁରୁତର ଧାରଣ କରେ।
ଏବେ ପୁଷ୍ଟିବିଜ୍ଞାନୀମାନେ ବ୍ୟବହାର କରୁଛନ୍ତି ଏକ ନୂତନ ବିଜ୍ଞାନ ଶବ୍ଦ। ତାହା ହେଲା ‘ଇମ୍ୟୁନୋନ୍ୟୁଟ୍ରିଏଣ୍ଟସ’ ବା ରୋଗ ପ୍ରତିରୋଧ ଶକ୍ତିରେ ସହାୟକ ହୋଇପାରୁଥିବା ଖାଦ୍ୟ ଉପାଦାନ। ଯେଉଁ ଯେଉଁ ଖାଦ୍ୟ ଉପାଦାନ ରୋଗ ପ୍ରତିରୋଧକ ଶକ୍ତିର ପ୍ରୋତ୍ସାହନକାରୀ, ସେଗୁଡିକ ସମ୍ବନ୍ଧରେ ନିମ୍ନରେ ଉଲ୍ଲେଖ କରାଯାଉଛି।
ପୁଷ୍ଟିସାର (ପ୍ରୋଟିନ୍‌) : ଦୃଢ଼ ତଥା କାର୍ଯ୍ୟକ୍ଷମ ରୋଗ ପ୍ରତିରୋଧକ ଶକ୍ତି ପାଇଁ ପୁଷ୍ଟିସାର (ପ୍ରୋଟିନ୍‌)ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟରେ ଏହାର ଅଭାବ ହେଲେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ। କାରଣ ଏହାର କ୍ରିୟା କୋଷ ବିଭାଜନ ଉପରେ ଇମ୍ୟୁନୋଗ୍ଲୋବୁଲିନ, ସାଇଟୋକାଇନସ ଏବଂ ଆକ୍ୟୁଟ ଫେଜ ପ୍ରୋଟିନ୍‌ଙ୍କ ଭଳି ଉପାଦାନଗୁଡକ ଉପରେ ନିର୍ଭର କରେ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ କାର୍ଯ୍ୟକ୍ଷମ ରଖେ। ସେଥିପାଇଁ ଖାଦ୍ୟରେ ପୁଷ୍ଟିସାରର ଅଭାବ ହେଲେ ଏବଂ ଅପପୁଷ୍ଟି ଜାତ ହେଲେ ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡି ତାହା ଦୁର୍ବଳ ହୋଇପଡେ। ଏହାର ଅଭାବ ହେଲେ ଶ୍ୱାସନଳୀ, ପରିପାକ ନଳୀ ଏବଂ ମୂତ୍ରୀୟ ନଳୀର ଭିତର ଆବରଣର ଶ୍ଳୈଷ୍ମିକ ଝିଲ୍ଲୀ ତାହା ସୁସ୍ଥତା ହରାଇ ବସୁଥିବାରୁ ପ୍ରୋତ୍ସାହନ ପାଇଯାଏ ଜୀବାଣୁ-ଭୂତାଣୁ ସଂକ୍ରମଣ। ପୁଷ୍ଟିସାରର ପ୍ରଧାନ ଖାଦ୍ୟଗୁଡିକ ହେଲା-ଭାତ, ରୁଟି, ମାଛ, ମାଂସ, ଅଣ୍ଡା ଇତ୍ୟାଦି।
ଭିଟାମିନ୍‌ ‘ଏ’ : ଭିଟାମିନ୍‌ ‘ଏ’ ଶ୍ୱାସନଳୀ ଓ ପରିପାକ ନଳୀର ଶ୍ଳୈଷ୍ମିକ ଝିଲ୍ଲୀ ବା ଭିତର ଆବରଣର ସୁସ୍ଥତା ରକ୍ଷା କରେ। ଜୀବାଣୁ-ଭୂତାଣୁ ଇତ୍ୟାଦିକୁ ଗିଳିପକାଉଥିବା କୋଷମାନ ଏବଂ ସେହି ଅଣୁଜୀବଗୁଡିକୁ ନଷ୍ଟ କରିଦେଉଥିବା ଲାଇସୋଜାଇମ୍‌ ନାମକ ଉପାଦାନର କାର୍ଯ୍ୟକ୍ଷମତା ଅତୁଟ ରଖେ ଭିଟାମିନ୍‌ ‘ଏ’। ଏହି ଭିଟାମିନ୍‌ର ଅଭାବ ହେଲେ ଶ୍ଳୈଷ୍ମିକ ଝିଲ୍ଲୀ ତାହାର ସୁସ୍ଥତା ହରାଇ ବସେ। ତା’ସହ ଜୀବାଣୁ-ଭୂତାଣୁ ଇତ୍ୟାଦିକୁ କାବୁ କରୁଥିବା କୋଷମାନ ଏବଂ ଲାଇସୋଜାଇମ୍‌ ଉପାଦାନ ହ୍ରାସ ପାଏ। ଫଳରେ ଅଣୁଜୀବଗୁଡିକ ଆକ୍ରମଣ ପ୍ରତିହତ ହୋଇ ନ ପାରିବାରୁ ରୋଗ ଆକ୍ରମଣ ସୁଗମ ହୋଇଥାଏ। ଅଧିକ ଭିଟାମିନ୍‌ ‘ଏ’ ଖାଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଏବଂ ରୋଗ ସଂକ୍ରମଣ ହାର ଊଣା ହୋଇଯାଏ। ଭିଟାମିନ୍‌ ‘ଏ’ର ପ୍ରଧାନ ଖାଦ୍ୟଗୁଡିକ ହେଲା, ସବୁପ୍ରକାର ଶାଗ, ପାଳଙ୍ଗ, ବନ୍ଧାକୋବି, ଲେଉଟିଆ ଶାଗ, ପୋଇ, ଟମାଟୋ, କନ୍ଦମୂଳ, ଗାଜର, ପାଚିଲା ଅମୃତଭଣ୍ଡା, ଆମ୍ବ, ପଣସ, ପାଚିଲା କଖାରୁ, କ୍ଷୀର, ଲହୁଣି, ଅଣ୍ଡାର କେଶର, ମାଛ, ମାଂସ ଓ କଲିଜା ଇତ୍ୟାଦି।

ଡା. ନିତ୍ୟାନନ୍ଦ ସ୍ବାଇଁ

-‘ଅଭୀପିସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?