ରେଳ ଯାତ୍ରୀ ବୀମା: ୨ ବର୍ଷରେ ୪୬ କୋଟି ପ୍ରିମିୟମ ସଂଗ୍ରହ

ନୂଆଦିଲ୍ଲୀ,୨୨ା୭: ରେଲଓ୍ବେ ଯାତ୍ରୀ ବୀମା ଯୋଜନା ଅଧୀନରେ ଗତ ଦୁଇବର୍ଷରେ ଘରୋଇ ବୀମା କମ୍ପାନୀ ପ୍ରାୟ ୪୬ କୋଟି ଟଙ୍କାର ପ୍ରିମିୟମ ଅର୍ଜନ କରିଛନ୍ତି। ଏହି ଅବଧିରେ ସେମାନେ ୭ କୋଟି ବୀମା ଦାବି ସମାଧାନ କରିଛନ୍ତି ବୋଲି ଆର୍‌ଟିଆଇ ସୂଚନାରୁ ଜଣାପଡିଛି। ରେଲଓ୍ବେ ମନ୍ତ୍ରଣାଳୟ ଅଧୀନରେ ଥିବା ଆଇଆର୍‌ସିଟିସି ବିକଳ୍ପ ଯାତ୍ରୀ ବୀମା ଯୋଜନା ଲାଗି ଶ୍ରୀରାମ୍‌ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ, ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ ଏବଂ ରୟାଲ ସୁନ୍ଦରମ୍‌ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ସହ ଚୁକ୍ତି ସ୍ବାକ୍ଷର କରିଛି। ୨୦୧୬ ସେପ୍ଟେମ୍ବରରେ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା। ଆରମ୍ଭରେ ଏହାର ପ୍ରିମିୟମ ପ୍ରତି ଯାତ୍ରୀ ୦.୯୨ ଟଙ୍କା ଥିଲା। ରେଲଓ୍ବେ ୨୦୧୮ ଅଗଷ୍ଟ ୩୧ ତାରିଖ ଯାଏ ନିଜେ ବୀମା ପ୍ରିମିୟମ ବହନ କରୁଥିଲା। ଏହାପରେ ଯାତ୍ରୀଙ୍କ ଠାରୁ ପ୍ରିମିୟମ ଅସୁଲ କରାଯାଉଛି। ଏହି ସମୟରେ ପ୍ରିମିୟମକୁ ୦.୪୯ ଟଙ୍କା ପ୍ରତି ଯାତ୍ରୀକୁ ହ୍ରାସ କରାଯାଇଥିଲା। ଆଇଆର୍‌ସିଟିସି ଓ୍ବେବସାଇଟରୁ ଟିକେଟ ବୁକ୍‌ କରିବା ବେଳେ କନ୍‌ଫର୍ମ ଅଥବା ଆର୍‌ଏସି ଟିକେଟ କ୍ଷେତ୍ରରେ ବୀମା ସୁବିଧା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ୨୫୦ ଜିଲାରେ ବ୍ୟାଙ୍କଗୁଡିକର ଋଣମେଳା

ନୂଆଦିଲ୍ଲୀ,୩-୧୦: ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଗୁରୁବାରଠାରୁ ଦେଶର ୨୫୦ ଜିଲାରେ ଋଣ ମେଳା ଆୟୋଜନ କରାଯାଉଛି। ପାର୍ବଣ ସମୟରେ ଋଣ ଯୋଗାଣ ଲକ୍ଷ୍ୟରେ ଏଭଳି ମେଳା...

ଭାଙ୍ଗିଲା ୧୦ ବର୍ଷ ତଳର କାରବାର ରେକର୍ଡ

ନୂଆଦିଲ୍ଲୀ,୬।୧୧: ଚଳିତ ବର୍ଷ ଦୀପାବଳିରେ କାରବାର ରେକର୍ଡ ସ୍ତର ଛୁଇଁଛି। ଲୋକମାନଙ୍କର କ୍ରୟ ଉନ୍ନତ ସ୍ଥିତିରେ ରହିବା ଯୋଗୁ ଦେଶ ମଧ୍ୟରେ କାରବାର ୧.୨୫ ଲକ୍ଷ...

ମୋବାଇଲ୍‌ ସିମ୍‌ ଭଳି ବିଦ୍ୟୁତ୍‌ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ...

ଅର୍ଥନୀତିକୁ ନେଇ ଟୁଇଟରରେ ଅର୍ଥମନ୍ତ୍ରୀ-ବାୟୋକନ ମୁଖ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୨୦-୯: ଦେଶର ଆର୍ଥିକ ପରିସ୍ଥିତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ବାୟୋକନ ଲିମିଟେଡ ମୁଖ୍ୟ କିରଣ ମଜୁମଦାର ସ’ ଗୁରୁବାର ଟୁଇଟରରେ ମୁହାଁମୁହିଁ ହୋଇଥିଲେ।...

ଅଧିକ ଚାଇନା ସାମଗ୍ରୀ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ,୨୮।୭: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାଇନା...

ସୁଇସ ବ୍ୟାଙ୍କରୁ ତଥ୍ୟ ମଗାଗଲା

ନୂଆଦିଲ୍ଲୀ: ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢିଥିବା ଏକ ରିପୋର୍ଟ ନିକଟରେ ଆସିଥିଲା। ଭାରତୀୟଙ୍କ କଳାଧନ ବଢିଥିବା ଏହି ରିପୋର୍ଟକୁ ଆଧାର କରି ସାରା ଦେଶରେ...

ବିଦା ହେଲେ ୨୧ ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀ

ନୂଆଦିଲ୍ଲୀ,୨୭-୧୧: ଆୟକର ବିଭାଗରୁ ୨୧ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଦେଇଛନ୍ତି। ଚାକିରୀ ଶେଷ କରିବା ପୂର୍ବରେ ଏମାନଙ୍କୁ ସେବା ନିବୃତ୍ତ କରାଯାଇଥିବା ଜଣାପଡିଛି।...

୧୨୩୪ କୋଟିର ୧୧ ଏନ୍‌ପିଏ ଆକାଉଣ୍ଟ ବିକିବ ପିଏନ୍‌ବି

ନୂଆଦିଲ୍ଲୀ,୯-୯: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ୧୨୩୪ କୋଟି ଟଙ୍କାର ୧୧ ଏନ୍‌ପିଏ(ଅନାଦାୟ ଋଣ) ଆକାଉଣ୍ଟକୁ ବିକ୍ରି କରିବାକୁ ଯାଉଛି। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଆସେଟ୍‌...

Advertisement
Archives

Model This Week