ରେଳଷ୍ଟେଶନ ଛାତରେ ବେଧଡ଼କ ନିଶା ସେବନ : ଆଖିବୁଜି ଦେଇଛି ଆର୍‌ପିଏଫ୍‌, ଜିଆର୍‌ପି

ଭୁବନେଶ୍ୱର,୫ା୮(ବ୍ୟୁରୋ) : ରେଳ ଷ୍ଟେଶନ ଭିତରେ ନିଶାଦ୍ରବ୍ୟ ସେବନ କରିବା ଦଣ୍ଡନୀୟ ଅପରାଧ। ଭୁବନେଶ୍ୱର ଷ୍ଟେଶନର ଚତୁଃପାର୍ଶ୍ୱକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏହାସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳବାଇ ଥାନା ମିଳିତ ଭାବେ ଷ୍ଟେଶନର ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି। ଏତେସବୁ ବ୍ୟବସ୍ଥା ଥିଲେ ମଧ୍ୟ ଆଇନକୁ ଫୁ କରି ଷ୍ଟେଶନ ଭିତରେ ସମସ୍ତଙ୍କ ଆଖି ଆଢ଼ୁଆଳରେ ଚାଲିଛି ବେଧଡ଼କ ନିଶା ସେବନ। ଷ୍ଟେଶନ ଭିତରେ ଏଭଳି ଏକ ସ୍ଥାନ ଅଛି ଯେଉଁଠି କାହାରି ଆଖି ପାଉନି ଅଥବା ଜାଣି ଅଜଣା ହେଉଛନ୍ତି ସୁରକ୍ଷା ଅଧିକାରୀ। ଯେଉଁଠି ମଦ, ସିଗାରେଟ୍‌, ଗଞ୍ଜେଇ ଭଳି ନିଶା ସେବନ ଚାଲୁଛି। ପ୍ଲାଟଫର୍ମ ନଂ.୬ରେ ନୂଆ କରି ଆରମ୍ଭ ହୋଇଥିବା ଫୁଡ୍‌ପ୍ଲାଜା ଛାତ ଉପରେ ଏହିସବୁ ନିଶାଦ୍ରବ୍ୟ ଖିଆଯାଉଛି। ଛାତ ଉପରେ କୌଣସି ବ୍ୟବହାରିକ ଜିନିଷ କିମ୍ବା ସାଧାରଣ ଜନତାଙ୍କ ଲାଗି ଉଦ୍ଦିଷ୍ଟ କିଛି ନାହଁି। ଏପରିକି ଯାତ୍ରୀମାନଙ୍କୁ ମଧ୍ୟ ଉପରକୁ ଯିବାକୁ ଅନୁମତି ନାହଁି। ଏହି ସୁଯୋଗରେ ଫୁଡ୍‌ପ୍ଲାଜାରେ କାମ କରୁଥିବା କର୍ମଚାରୀ କିମ୍ବା ସେଠାରେ ଥିବା ସଫେଇ କର୍ମଚାରୀ ଏ ସମସ୍ତ ନିଶା ଖାଉଛନ୍ତି ବୋଲି ଆଶଙ୍କା କରାଯାଉଛି। ଛାତ ଉପରେ ମଦ ବୋତଲ, ବିୟର ଟିନ୍‌, ଖୋଲା ବିଡି, ଗଞ୍ଜେଇ ପ୍ରସ୍ତୁତ କରାଯାଉଥିବା ସିଗାରେଟ୍‌ ଓ ଶହ ଶହ ଦିଆସିଲ କାଠି ପଡିଥିବା ଦେଖିବାକୁ ମିଳିଛି। ଫୁଡ୍‌ପ୍ଲାଜାକୁ ଆସୁଥିବା ସାମଗ୍ରୀ ପ୍ଲାଟଫର୍ମ ଶେଷ ଆଡକୁ ଥିବା ରାସ୍ତାପଟେ ଆସୁଥିବାରୁ ଏହି ବାଟରେ ଯାଞ୍ଚ ବ୍ୟବସ୍ଥା ନାହଁି। ସେହି ବାଟରେ ନିଶାଦ୍ରବ୍ୟ ଆଣିବାକୁ ବେଶ୍‌ ସହଜ ହେଉଛି। ଅନ୍ୟପକ୍ଷେ ଛାତଟି କୌଣସି କାମ ନ ହେଉଥିବାରୁ କର୍ମଚାରୀମାନେ ଅନାୟାସରେ ସେଠାରେ ପରିଶ୍ରା ମଧ୍ୟ କରୁଛନ୍ତି। ଷ୍ଟେଶନରେ ଶୌଚାଳୟ ଉପଲବ୍ଧ ଥିଲେ ମଧ୍ୟ ଦୂରକୁ ନ ଯାଇ ପାଖରେ ଛାତ ଥିବାରୁ ତାହା ଖୋଲା ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତିି। ଏ ସମ୍ପର୍କରେ ଉଭୟ ରେଳ ସୁରକ୍ଷା ବଳ ଥାନାଧିକାରୀ ଓ ସରକାରୀ ରେଳବାଇ ଥାନାଧିକାରୀଙ୍କୁ ପଚରାଯାଇଥିଲା। ଆରପିଏଫ ଥାନାଧିକାରୀ କାଳୁ ସେଠୀ କହିଛନ୍ତି ଯେ, ଏମିତି ଘଟଣା ନଜରକୁ ଆସି ନ ଥିଲା। ଏହାର ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଆରପି ଥାନାଧିକାରୀ ଭରତ ସାହୁ କହିଛନ୍ତି, ଏ ବିଷୟରେ ଜାଣି ନାହାନ୍ତି। ଆଗକୁ କାର୍ଯ୍ୟାନୁଷ୍ଠାନ ହେଲେ ତାହା ବନ୍ଦ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୭ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ୱର,୨୭ା୭(ବ୍ୟୁରୋ) : ସୋମବାର ରାଜ୍ୟରେ କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଥିବା...

ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ଚିଲିକା ବିଧାୟକ

କଟକ ଅଫିସ,୧୩।୧୦:ବାଲୁଗଁ। ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ମାଡ଼ମାରିବା ଘଟଣାରେ ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ...

ଜୁନ୍‌ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍‌ମାସ) ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ...

ରାଜଧାନୀରେ ମାଡି ଚାଲିଛି କରୋନା: ଆଉ ୧୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ମାଡି ଚାଲିଛି କରୋନା। ବୁଧବାର ଆଉ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯୮ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୩୯ ଲୋକାଲ କେସ।...

ରାଜଧାନୀରେ ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ୱର,୮।୫: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶନିବାର ୧୦୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୦୧୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୩୪ ଆକ୍ରାନ୍ତଙ୍କ ମଧ୍ୟରୁ...

୩୦ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପରିକି ଏହା ବାତ୍ୟାରେ...

୨୦ରୁ ଶୀତ ଅଧିବେଶନ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଚଳିତମାସ ୨୦ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେବ। ଏହା ୨୦ରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ମୋ ବସ୍‌ରୁ ଚୋରି କରୁଥିଲେ ବନ୍‌ଜାରା

ଭୁବନେଶ୍ୱର,୨୪।୯ (ବ୍ୟୁରୋ): ରାଜଧାନୀରେ ଚଳାଚଳ କରୁଥିବା ମୋ ବସ୍‌ରେ ଚୋରି କରୁଥିଲେ ବନ୍‌ଜାରା। ଭିଡ଼ ଭିତରେ ଆଖି ପିଛୁଳାକେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ୍‌, ଟଙ୍କା ଆଦି...

Advertisement
Archives

Model This Week