ରେଲଓ୍ବେ ସେବା ମିଶ୍ରଣକୁ ଅଧିକାରୀଙ୍କ ବିରୋଧ

ନୂଆଦିଲ୍ଲୀ,୧୧-୧: ରେଲଓ୍ବେର ବିଭିନ୍ନ ସେବା ମିଶ୍ରଣ ନେଇ ସରକାର ନିକଟରେ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରେଲଓ୍ବେର ଅଧିକାରୀ ଏବଂ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ବିରୋଧ ପ୍ରଦର୍ଶନରେ ୧୩ ରେଳ ଜୋନ ଏବଂ ୬୦ ଡିଭିଜନର ଅଧିକାରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ। ସରକାର ଏଭଳି ନିଷ୍ପତ୍ତି ଏକତରଫା ଭାବେ ନେଇଥିବା ବେଳେ ଏହା ରେଲଓ୍ବେର ପରିଚାଳନା ଦିଗରେ ଖରାପ ପ୍ରଭାବ ପକାଇବ ବୋଲି କର୍ମଚାରୀମାନେ ଦାବିରେ କହିଛନ୍ତି। ରେଳପଥର ୮ ସର୍ଭିସ କ୍ୟାଡରକୁ ଏକ ସାଙ୍ଗରେ ମିଶ୍ରଣ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ରେଳ ବୋର୍ଡ ଅଧ୍ୟକ୍ଷ, ରେଳମନ୍ତ୍ରୀ, କ୍ୟାବିନେଟ ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ଏହି ନିଷ୍ପତ୍ତି କର୍ମଚାରୀଙ୍କ ସହମତି କ୍ରମେ ନିଆଯାଇଛି ବୋଲି ରେଳପଥ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଥିଲା। ଗତ ମାସ ୭ ଏବଂ ୮ ତାରିଖରେ ଏଥି ଲାଗି ଏକ ପରିବର୍ତ୍ତନ ସଂଗୋଷ୍ଠୀ ଆୟୋଜନ କରାଯାଇଥିବା କୁହାଯାଇଥିଲା। ଜେନେରାଲ ମ୍ୟାନେଜରଙ୍କ ରାୟକୁ ସମ୍ପୂର୍ଣ୍ଣ ଗ୍ରୁପର ରାୟ ବୋଲି ବିଚାର କରାଯାଇଛି ବୋଲି ଦାବି ହୋଇଛି। ଏଭଳି ନିଷ୍ପତ୍ତି ଅଗଣତାନ୍ତ୍ରିକ ବୋଲି ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ ରେଳ ମନ୍ତ୍ରଣାଳୟ ମେକାନିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ଷ୍ଟୋର, ପର୍ସୋନେଲ, ଟ୍ରାଫିକ, ସିଭିଲ ଇଞ୍ଜିନିୟରିଂ ଭଳି ସର୍ଭିସ କ୍ୟାଡରକୁ ମିଶ୍ରଣ ନିଷ୍ପତ୍ତି ନେଇଛନ୍ତି। ଏହାବାଦ ମେଡିକାଲ ଏବଂ ରେଲଓ୍ବେ ପ୍ରୋଟେକସନ ଫୋର୍ସକୁ ସ୍ବତନ୍ତ୍ର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ : ପ୍ରଥମେ ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗାଲୁରୁ-ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧।୧୨ : ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ...

ଭେଣ୍ଟିଲେଟର ପ୍ରସ୍ତୁତ କରିବେ ଅଟୋମୋବାଇଲ କମ୍ପାନୀ

  ନୂଆଦିଲ୍ଲୀ,୩୧। ୩: ବର୍ତ୍ତମାନ କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶ ମଧ୍ୟରେ ଭେଣ୍ଟିଲେଟର ବ୍ୟବହାର ମଧ୍ୟ ବଢ଼ିଛି। ଏହାକୁ ପ୍ରସ୍ତୁତ କରୁଥିବା ମାନୁଫାକଚର୍ସଙ୍କ...

ଖିମ୍‌ଜୀ ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୧୧: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋର ପକ୍ଷରୁ...

ନିବେଶ ଲାଗି ଭାରତ ପ୍ରକୃଷ୍ଟ ସ୍ଥାନ:ସୀତାରାମନ

ନୂଆଦିଲ୍ଲୀ,୧୮-୧୦: ନିବେଶ ଲାଗି ଭାରତ ଭଳି ପ୍ରକୃଷ୍ଟ ସ୍ଥାନ ନିବେଶକମାନେ ଅନ୍ୟ କେଉଁଠାରେ ପାଇବେ ନାହିଁ। ଭାରତରେ ଗଣତନ୍ତ୍ର ଏବଂ ପୁଞ୍ଜିବାଦକୁ ସମ୍ମାନ ଦେବା ଭଳି...

ବିଦେଶୀ ମୁଦ୍ରା ଭଣ୍ଡାର ୨.୭୬ ବିଲିୟନ ଡଲାର ବୃଦ୍ଧି

ମୁମ୍ବାଇ: ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣରେ ୨.୭୬୨ ବିଲିୟନ ଡଲାର ବୃଦ୍ଧି ହୋଇ ୬୩୨.୯୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିଭଳି ଗୋଲ୍ଡ ରିଜର୍ଭର ମୂଲ୍ୟରେ...

ଏମ୍‌ଏଏଚ୍‌ଇର ୩ ଦିନିଆ ଜାତୀୟ ସମ୍ମିଳନୀ

ନୂଆଦିଲ୍ଲୀ,୧୯।୧୧: ମଣିପାଲ ଏକାଡେମୀ ଅଫ୍‌ ହାୟର ଏଡୁକେଶନ (ଏମ୍‌ଏଏଚ୍‌ଇ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ଗବେଷଣା କେନ୍ଦ୍ର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନସ ଜାତୀୟ...

ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଜୀବନ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଲାଇଫ୍‌ର ନୂତନ ଉତ୍ପାଦ ‘ଗ୍ୟାରେଣ୍ଟେଡ୍‌ ଇନ୍‌କମ୍‌ ବୀମା ଯୋଜନା’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ...

ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି

ନୂଆଦିଲ୍ଲୀ,୧୬।୭: କରୋନା ସମୟରେ ତେଲ ଦର ବୃଦ୍ଧି ଗ୍ରାହକଙ୍କୁ ଅତିଷ୍ଠ କରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର ସୂଚନା ଅନୁସାରେ ବୁଧବାର ଡିଜେଲ ଲିଟର ପିଛା ୧୩...

Advertisement
Archives

Model This Week