Posted inଜାତୀୟ

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ପ୍ରାୟ ସବୁ ଦେଶ ଏବେଠାରୁ କାମ ଆରମ୍ଭ କରି ସାରିଲେଣି। ଭାରତ ମଧ୍ୟ ଏ ଦିଗରେ ପଛରେ ନାହିଁ। ଏବେ ଭାରତୀୟ ରେଲଓ୍ବେ ଯାତ୍ରୀମାନଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ପ୍ଲାଷ୍ଟିକ ବୋତଲ ନେଇ ଏହା ବଦଳରେ ୫ ଟଙ୍କା ଦେବ ବୋଲି ସୂଚନା ମିଳିଛି। ଅବଶ୍ୟ ଏହା ପୂର୍ବ-ମଧ୍ୟ ରେଲଓ୍ବେରେ କାର୍ଯ୍ୟକାରୀ ହୋଇଯାଇଥିବା ଜଣାପଡିଛି। ଚାରୋଟି ମୁଖ୍ୟ ଷ୍ଟେଶନରେ ଏହା ଆରମ୍ଭ କରାଯାଇଛି। ପାଟନା ଜଙ୍କଶନ, ରାଜେନ୍ଦ୍ରନଗର, ପାଟନା ସାହିବ ଓ ଦାନାପୁରରେ ଏବେ ପ୍ଲାଷ୍ଟିକ ବୋତଲ ବଦଳରେ ଯାତ୍ରୀଙ୍କୁ ମିଳୁଛି ୫ ଟଙ୍କା। ଭେଣ୍ଡିଂ ମେଶିନ ମାଧ୍ୟମରେ ରେଲଓ୍ବେ ଏହାକୁ କିଣୁଥିବା ବେଳେ ଯାତ୍ରୀମାନେ ମଧ୍ୟ ଆଗ୍ରହର ସହ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ଦେଉଥିବା କୁହାଯାଉଛି। ଏହି ପ୍ଲାଷ୍ଟିକ ବୋତଲରୁ ରେଲଓ୍ବେ ଟି-ସାର୍ଟ ଓ ଟୋପି ତିଆରି କରିବ ବୋଲି ଜଣାପଡିଛି। ରେଲଓ୍ବେର ଏଭଳି ପଦକ୍ଷେପ ଫଳରେ ପରିବେଶ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri