ରେଲଓ୍ବେର କାଉଣ୍ଟର ଟିକେଟ ବୁକିଂ ଶୀଘ୍ର

ନୂଆଦିଲ୍ଲୀ,୨୨।୫ : କରୋନା ମାମଲା ଥମୁ ନ ଥିବାରୁ ବର୍ତ୍ତମାନ ସାରା ଦେଶରେ ରେଳସେବା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରି ନାହିଁ। ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସହ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଏବେ ଚଳାଚଳ କରୁଛି। ବର୍ତ୍ତମାନ ସୁଦ୍ଧା ରେଲଓ୍ବେର ଟିକେଟ କାଉଣ୍ଟରଗୁଡ଼ିକରେ ଟିକେଟ କାଟିବା ବ୍ୟବସ୍ଥା କରାଯାଇନାହିଁ। ଲୋକମାନେ ଆଇଆର୍‌ସିଟିସି ଓ୍ବେବ୍‌ସାଇଟକୁ ଯାଇ ଟିକେଟ କ୍ରୟ କରୁଛନ୍ତି। ଏହି ସମସ୍ୟାକୁ ଧ୍ୟାନରେ ରଖି ଶୀଘ୍ର କାଉଣ୍ଟରରେ ଟିକେଟ ଯୋଗାଣ ବ୍ୟବସ୍ଥା କରିବାକୁ ରେଲଓ୍ବେ ଯୋଜନା ରଖିଛି। ଶୁକ୍ରବାର ସୁଦ୍ଧା ୧.୭୦ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଦ୍ୱାରା ଲୋକଙ୍କୁ ଟିକେଟ କରିବା ସୁବିଧା ଦିଆଯିବ। ଆଗାମୀ ୨ରୁ ୩ ଦିନରେ ରେଲଓ୍ବେର ଟିକେଟ କାଉଣ୍ଟରଗୁଡିକ ମଧ୍ୟ ଏହି ଯୋଜନାରେ ଯୋଡି ହେବେ। ଜୁନ୍‌ ପହିଲାରୁ ୨୦୦ ଅଣଏସି ଟ୍ରେନ୍‌ ଚଳାଇବା ଲାଗି ରେଳ ମନ୍ତ୍ରଣାଳୟ ଯୋଜନା ରଖିଛି। ଏଥିଲାଗି ଗୁରୁବାରଠାରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ଅଢେଇ ଘଣ୍ଟାରେ ୪ରୁ ୫ ଲକ୍ଷ ଟିକେଟ ବୁକିଂ ହୋଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳ ଭାଗକୁ ଟ୍ରେନ୍‌ ଏଥିରେ ସାମିଲ ନାହିଁ। ଜୁନ୍‌ରୁ ଅଧିକ ଟ୍ରେନ୍‌ ଯୋଡ଼ିବା ଲାଗି ରେଲଓ୍ବେ ଆଶାବାଦୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ହଜାରଙ୍କୁ ନିଯୁକ୍ତି ଦେବ ଆମାଜନ୍‌

ନୂଆଦିଲ୍ଲୀ,୨୯।୬: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ୨୦ ହଜାର କର୍ମଚାରୀଙ୍କୁ ସାମୟିକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ କମ୍ପାନୀ ରବିବାର...

ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ …

ନୂଆଦିଲ୍ଲୀ,୧।୯: ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ଏଲ୍‌ପିଜି ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ଘରେ ବ୍ୟବହୃତ ହେଉଥିବା ସବସିଡ଼ି ଯୁକ୍ତ ସିଲିଣ୍ଡର...

୮୨% କର୍ମଚାରୀଙ୍କ ପସନ୍ଦ ଓ୍ବାର୍କ ଫ୍ରମ୍‌ ହୋମ୍‌

ନୂଆଦିଲ୍ଲୀ,୩୧।୧: କୋଭିଡ-୧୯ ଯୋଗୁ ସରକାର ବିଭିନ୍ନ କଟକଣା ଜାରି କରିଥିଲେ। ବିଶେଷ କରି ଘରୋଇ ସଂସ୍ଥାଗୁଡିକୁ ଓ୍ବାର୍କ ଫର୍ମ ହୋମ ଜରିଆରେ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା।...

କମୁନି ଦର, ଖାଲି ହେଉଛି ପକେଟ

ନୂଆଦିଲ୍ଲୀ,୧୫।୮:  ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଗତ କିଛିମାସ ହେଲା କ୍ରମାଗତ ହ୍ରାସ ପାଇଚାଲିଛି। ହେଲେ ତା’ର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁନାହିଁ। ଯାହାକୁ...

ଆମେରିକା ଦେବନି ଅନୁଚିତ ଲାଭ;ବିକାଶଶୀଳ ରାଷ୍ଟ୍ର ନିରୂପଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୮-୭: ଭାରତ ସମେତ ବିକାଶଶୀଳ ରାଷ୍ଟ୍ର ପଛରେ ପଡିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିକାଶଶୀଳ ରାଷ୍ଟ୍ରର ଦ୍ୱାହି ଦେଇ ଆମେରିକା ଠାରୁ ଅନୁଚିତ ଲାଭ...

ନୂଆ ସରକାରଙ୍କୁ ପାନଗାରିଆଙ୍କ ପରାମର୍ଶ;ବିତ୍ତୀୟ ଶୃଙ୍ଖଳା ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ,୨୨-୫: ଦେଶର ବିତ୍ତୀୟ ଶୃଙ୍ଖଳା ଦୃଢୀକରଣ ଦିଗରେ ପ୍ରତିବଦ୍ଧତା ଦେଖାଇବା ସହ ଏହା ଉପରେ ଧ୍ୟାନଦେବା ଜରୁରୀ । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା...

କମିଲା ସୁନା ଦର

ନୂଆଦିଲ୍ଲୀ, ୧୭ା୩: ଅନ୍ତର୍ଜାତୀୟ ବଜାରରେ ବୁଧବାର ବହୁମୂଲ୍ୟ ଧାତୁ ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ସୁନାଦର ୨୧୬ଟଙ୍କା ହ୍ରାସ ଘଟିଥିବା...

କ୍ରମାଗତ କମୁଛି ଯାନ ବିକ୍ରି;ସରକାରଙ୍କ ହସ୍ତକ୍ଷେପ ଲୋଡିଲା ଅଟୋମୋବାଇଲ ଶିଳ୍ପ

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରରେ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଯାନ ବିକ୍ରି କ୍ରମାଗତ ଭାବେ ହ୍ରାସ ହେଉଥିବା ବେଳେ ଏହାକୁ...

Advertisement
Archives

Model This Week