ରେପୋ ରେଟ୍‌ ୦.୪% କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଏଭଳି କାରଣ ଲାଗି ଦେଶର ଅଭିବୃଦ୍ଧି ହାର ନକାରାତ୍ମକ ରହିବ। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଉପରେ ରହିଥିବା ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଲଗାତର ପ୍ରୟାସ ଜାରି ରଖିଛି। ଏଭଳି ସ୍ଥିତିରେ ଆର୍ଥତ୍କ କାର୍ଯ୍ୟକଳାପକୁ ଗତି ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଅତିରିକ୍ତ ୯ଟି ପଦକ୍ଷେପ ଗ୍ରହଣ କରିଛି। ଶନିବାର ଏହାର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ (ଯେଉଁ ହାରରେ ବ୍ୟାଙ୍କଗୁଡ଼ିକ ଆର୍‌ବିଆଇଠାରୁ ଋଣ ନେଇଥାନ୍ତି) ରେଟ୍‌ରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ରେପୋ ରେଟ୍‌ ୪.୪% ରହିଥିବା ବେଳେ ଏହା ବର୍ତ୍ତମାନ ୪%କୁ ହ୍ରାସ ଘଟିଛି। ଏହାବାଦ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୩.୩୫%କୁ ଖସାଇଛି। ଋଣ ପଇଠ ଉପରେ ମୋରାଟୋରିୟମ ବା ପରିଶୋଧ ସ୍ଥଗନକୁ ଆଉ ୩ ମାସ ବଢ଼ାଯାଇଛି।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କରୋନା ପ୍ରଭାବକୁ କମ୍‌ କରିବା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖାଯିବା ନେଇ ବିଭିନ୍ନ ପ୍ରୟାସ ଜାରି ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ନକାରାତ୍ମକ ସ୍ଥିତିରେ
ରହିବା ନେଇ ଆକଳନ କରାଯାଇଛି। ଭାରତରେ ବର୍ତ୍ତମାନ ଚାହିଦା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। କରୋନା ଯୋଗୁ ଘରୋଇ ଚାହିଦାକୁ ଝଟକା ଲାଗିଛି। ନିବେଶ ଚାହିଦା ମଧ୍ୟ କ୍ଷତିଗସ୍ତ ହୋଇଛି। ଆର୍ଥତ୍କ କାର୍ଯ୍ୟକଳାପ କମ୍‌ ରହିଥିବାରୁ ସରକାରଙ୍କ ରାଜସ୍ବ ସଂଗ୍ରହକୁ ଏହା କ୍ଷତି ପହଞ୍ଚାଉଛି ବୋଲି ଶକ୍ତିକାନ୍ତ ମତବ୍ୟକ୍ତ କରିଛନ୍ତି। ଏହାବାଦ ବର୍ତ୍ତମାନ ଗ୍ରହଣ କରାଯାଉଥିବା ବିତ୍ତୀୟ, ମୁଦ୍ରାନୀତିଗତ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସଂସ୍କାରଗତ କାର୍ଯ୍ୟକ୍ରମ ଯୋଗୁ ଦେଶର ଅଭିବୃଦ୍ଧି ଧାରା ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗରେ ସୁଧାର ଆସିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।
ଋଣ ପଇଠ କ୍ଷେତ୍ରରେ ମୋରାଟୋରିୟମକୁ କେନ୍ଦ୍ରୀୟ ବ୍ୟାଙ୍କ ଅଗଷ୍ଟ ମାସ ଯାଏ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଲୋକମାନେ ଆଶ୍ୱସ୍ତି ଲାଭ କରିପାରିବେ। ମାର୍ଚ୍ଚରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ୩ ମାସର ମୋରାଟୋରିୟମ ପ୍ରଦାନ କରିଥିଲା। ଓ୍ବାର୍କିଂ କ୍ୟାପିଟାଲ କ୍ଷେତ୍ରରେ ମୋରାଟୋରିୟମକୁ ମଧ୍ୟ ୩ ମାସ ବଢ଼ାଯାଇଛି। କୌଣସି ବାଣିଜି୍ୟକ ଗ୍ରୁପ୍‌ର ନେଟ୍‌ଓର୍ଥ ବା ସମ୍ପତ୍ତିକୁ ବିଚାରକରି ପ୍ରଦାନ କରାଯାଉଥିବା ଋଣ ଉପରେ ସୀମାକୁ ୨୫ରୁ ୩୦% ବଢ଼ାଯାଇଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ନେଇ କରିଥିବା ଆକଳନରେ ଅନିଶ୍ଚିତତା ରହିଥିବା ଜଣାପଡ଼ିଛି। କରୋନା ଯୋଗୁ ବର୍ତ୍ତମାନ ବଜାରରେ ଡାଲି ଜାତୀୟ ସାମଗ୍ରୀ ମୂଲ୍ୟ ବଢୁଥିବାରୁ ଆମଦାନୀ ଶୁଳ୍କ ଏବଂ ମୂଲ୍ୟ ନିୟନ୍ତ୍ରଣ ଉପରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ସ୍ଥିର ରହିପାରେ। ଏହା ଦ୍ୱିତୀୟାର୍ଦ୍ଧରେ ସୁଧାର ନେଇ ଆଶା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ଅନ୍ୟ ପଦକ୍ଷେପ ମଧ୍ୟରେ ସିଡ୍‌ବୀକୁ ୯୦ ଦିନ ଲାଗି ୧୫ ହଜାର କୋଟି ଟଙ୍କାର ପୁନଃ ପୁଞ୍ଜି ପ୍ରଦାନ ସୁବିଧା ଦିଆଯାଇଛି। ରପ୍ତାନି ଋଣ ସୀମାକୁ ୧ ବର୍ଷରୁ ୧୫ ମାସକୁ ବଢ଼ାଯାଇଛି। ଏକ୍‌ଜିମ୍‌ ବ୍ୟାଙ୍କକୁ ୧୫ ହଜାର କୋଟି ଟଙ୍କାର କ୍ରେଡିଟ ଲାଇନ ମିଳିଛି। ଡାଟା ସଂଗ୍ରହରେ ବାଧା ଉପୁଜିବା ଯୋଗୁ ମୁଦ୍ରାସ୍ଫୀତି ଆକଳନରେ ପ୍ରଭାବ ଦେଖାଯାଇଛି। ମାର୍ଚ୍ଚରେ ଔଦ୍ୟୋଗିକ ଉତ୍ପାଦନ ୧୭% ଖସିଛି। ମାନୁଫାକ୍‌ଚରିଂ କାର୍ଯ୍ୟକଳାପ ୨୧% ହ୍ରାସ ଘଟିଛି। ସେହିଭଳି କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରି ଉତ୍ପାଦନ ୬.୫% ଖସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ୨.୦

ଭୁବନେଶ୍ୱର,୨୨ା୧୦: ଚଳିତ ବର୍ଷ ଅକ୍ଟୋବର ୨ରୁ ନାଲ୍‌କୋର ସମସ୍ତ କାର୍ଯ୍ୟାଳୟ ଓ ୟୁନିଟ୍‌ରେ ସ୍ବତନ୍ତ୍ର ଅଭିଯାନ ୨.୦ (ସ୍ପେଶାଲ କ୍ୟାମ୍ପେନ୍‌ ୨.୦) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।...

ଅଟୋ କମ୍ପୋନେଣ୍ଟ ସେକ୍ଟରରେ ମାନ୍ଦାବସ୍ଥା ମାଡ;ନିଯୁକ୍ତି ହରାଇବେ ୧୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ,୨୫-୭: ଅଟୋ ଉଦ୍ୟୋଗ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଟୋ କମ୍ପୋନେଣ୍ଟ କମ୍ପାନୀ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ପରିସ୍ଥିତି ଏପରି...

ତୁର୍କିରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର;ଭାରତ ସଂକ୍ରାନ୍ତରେ ଆମେରିକା ଚୁପ୍‌

ଓ୍ବାଶିଂଟନ,୧୮-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କିଠାରୁ ଟାରିଫ ଛାଡ଼ର ସାମାନ୍ୟ ବ୍ୟବସ୍ଥା(ଜିଏସ୍‌ପି) ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ପି ମାଧ୍ୟମରେ ଗରିବ ତଥା ପଛୁଆ...

ମହାମାରୀ ଯୋଗୁ ସୁଧ ଛାଡ୍‌ ମାମଲା: ଆର୍ଥିକ ନୀତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା

ନୂଆଦିଲ୍ଲୀ,୨୩।୩: ମୋରେଟୋରିୟମ୍‌ ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଋଣ ନେଇଥିବା ବ୍ୟକ୍ତି ବିଶେଷ ଅବା ସଂସ୍ଥାଙ୍କ ସୁଧକୁ...

କୁହଲ୍‌ ଷ୍ଟାଇଲିଶ୍‌ ଫ୍ୟାନ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ କେଣ୍ଟ ଆର୍‌ଓ ସିଷ୍ଟମ୍ସ ଲିମିଟେଡ୍‌ର ନୂତନ ଉତ୍ପାଦ କୁହଲ୍‌ ଷ୍ଟାଇଲିଶ ଫ୍ୟାନ୍‌ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ବିଏଲ୍‌ଡିସି...

ହ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୧: ଜାତୀୟ ଓ ଅନ୍ତର୍ଜାତୀୟ ଭୌଗୋଳିକ ସମସ୍ୟା ସାଙ୍ଗକୁ ନୂଆ କୋଭିଡ୍‌ ସଂକ୍ରମଣର ଭୟ ଉଭୟ ବଜାର ବ୍ୟବସ୍ଥା ଓ ଅର୍ଥନୀତି ଉପରେ ପ୍ରଭାବ ପକାଇଛି।...

୧୫୦ ଘରୋଇ ଟ୍ରେନ ଚଳାଇବାକୁ ଯୋଜନା

ନୂଆଦିଲ୍ଲୀ,୨୩-୯: ଆଗାମୀ ଦିନରେ ରେଳଯାତ୍ରୀମାନେ ଘରୋଇ ଟ୍ରେନରେ ଆରାମଦାୟକ ଯାତ୍ରାର ମଜା ଉଠାଇପାରିବେ। ଏହି ଟ୍ରେନଗୁଡ଼ିକ ଅତ୍ୟାଧୁନିକ ହେବା ସହ ଆରାମ୍‌ ଦୃଷ୍ଟିରୁ ବିଶ୍ୱସ୍ତରୀୟ ହେବ।...

ଜିଏସ୍‌ଟି କ୍ଷତିପୂରଣ ବିଳମ୍ବକୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ, ୫।୧୨: କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିରୋଧୀ ଦଳରେ ଥିବା ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।...

Advertisement
Archives

Model This Week