ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଏଭଳି କାରଣ ଲାଗି ଦେଶର ଅଭିବୃଦ୍ଧି ହାର ନକାରାତ୍ମକ ରହିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଉପରେ ରହିଥିବା ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଲଗାତର ପ୍ରୟାସ ଜାରି ରଖିଛି। ଏଭଳି ସ୍ଥିତିରେ ଆର୍ଥତ୍କ କାର୍ଯ୍ୟକଳାପକୁ ଗତି ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଅତିରିକ୍ତ ୯ଟି ପଦକ୍ଷେପ ଗ୍ରହଣ କରିଛି। ଶନିବାର ଏହାର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ (ଯେଉଁ ହାରରେ ବ୍ୟାଙ୍କଗୁଡ଼ିକ ଆର୍‌ବିଆଇଠାରୁ ଋଣ ନେଇଥାନ୍ତି) ରେଟ୍‌ରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ରେପୋ ରେଟ୍‌ ୪.୪% ରହିଥିବା ବେଳେ ଏହା ବର୍ତ୍ତମାନ ୪%କୁ ହ୍ରାସ ଘଟିଛି। ଏହାବାଦ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୩.୩୫%କୁ ଖସାଇଛି। ଋଣ ପଇଠ ଉପରେ ମୋରାଟୋରିୟମକୁ ଆଉ ୩ ମାସ ବଢ଼ାଯାଇଛି।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କରୋନା ପ୍ରଭାବକୁ କମ୍‌ କରିବା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖାଯିବା ନେଇ ବିଭିନ୍ନ ପ୍ରୟାସ ଜାରି ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ନକାରାତ୍ମକ ସ୍ଥିତିରେ ରହିବା ନେଇ ଆକଳନ କରାଯାଇଛି। ଭାରତରେ ବର୍ତ୍ତମାନ ଚାହିଦା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ଘରୋଇ ଚାହିଦାକୁ ଝଟକା ଲାଗିଛି। ନିବେଶ ଚାହିଦା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆର୍ଥତ୍କ କାର୍ଯ୍ୟକଳାପ କମ୍‌ ରହିଥିବାରୁ ସରକାରଙ୍କ ରାଜସ୍ବ ସଂଗ୍ରହକୁ ଏହା କ୍ଷତି ପହଞ୍ଚାଉଛି ବୋଲି ଶକ୍ତିକାନ୍ତ ମତବ୍ୟକ୍ତ କରିଛନ୍ତି। ଏହାବାଦ ବର୍ତ୍ତମାନ ଗ୍ରହଣ କରାଯାଉଥିବା ବିତ୍ତୀୟ, ମୁଦ୍ରାନୀତିଗତ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସଂସ୍କାରଗତ କାର୍ଯ୍ୟକ୍ରମ ଯୋଗୁ ଦେଶର ଅଭିବୃଦ୍ଧି ଧାରା ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗରେ ସୁଧାର ଆସିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।
ଋଣ ପଇଠ କ୍ଷେତ୍ରରେ ମୋରାଟୋରିୟମକୁ କେନ୍ଦ୍ରୀୟ ବ୍ୟାଙ୍କ ଅଗଷ୍ଟ ମାସ ଯାଏ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଲୋକମାନେ ଆଶ୍ୱସ୍ତି ଲାଭ କରିପାରିବେ। ମାର୍ଚ୍ଚରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ୩ ମାସର ମୋରାଟୋରିୟମ ପ୍ରଦାନ କରିଥିଲା। ଓ୍ବାର୍କିଂ କ୍ୟାପିଟାଲ କ୍ଷେତ୍ରରେ ମୋରାଟୋରିୟମକୁ ମଧ୍ୟ ୩ ମାସ ବଢ଼ାଯାଇଛି। କୌଣସି ବାଣିଜି୍ୟକ ଗ୍ରୁପ୍‌ର ନେଟ୍‌ଓର୍ଥ ବା ସମ୍ପତ୍ତିକୁ ବିଚାରକରି ପ୍ରଦାନ କରାଯାଉଥିବା ଋଣ ଉପରେ ସୀମାକୁ ୨୫ରୁ ୩୦% ବଢ଼ାଯାଇଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ନେଇ କରିଥିବା ଆକଳନରେ ଅନିଶ୍ଚିତତା ରହିଥିବା ଜଣାପଡ଼ିଛି। କରୋନା ଯୋଗୁ ବର୍ତ୍ତମାନ ବଜାରରେ ଡାଲି ଜାତୀୟ ସାମଗ୍ରୀ ମୂଲ୍ୟ ବଢୁଥିବାରୁ ଆମଦାନୀ ଶୁଳ୍କ ଏବଂ ମୂଲ୍ୟ ନିୟନ୍ତ୍ରଣ ଉପରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ସ୍ଥିର ରହିପାରେ। ଏହା ଦ୍ୱିତୀୟାର୍ଦ୍ଧରେ ସୁଧାର ନେଇ ଆଶା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ଅନ୍ୟ ପଦକ୍ଷେପ ମଧ୍ୟରେ ସିଡ୍‌ବୀକୁ ୯୦ ଦିନ ଲାଗି ୧୫ ହଜାର କୋଟି ଟଙ୍କାର ପୁନଃ ପୁଞ୍ଜି ପ୍ରଦାନ ସୁବିଧା ଦିଆଯାଇଛି। ରପ୍ତାନି ଋଣ ସୀମାକୁ ୧ ବର୍ଷରୁ ୧୫ ମାସକୁ ବଢ଼ାଯାଇଛି। ଏକ୍ସିମ ବ୍ୟାଙ୍କକୁ ୧୫ ହଜାର କୋଟି ଟଙ୍କାର କ୍ରେଡିଟ ଲାଇନ ମିଳିଛି। ଡାଟା ସଂଗ୍ରହରେ ବାଧା ଉପୁଜିବା ଯୋଗୁ ମୁଦ୍ରାସ୍ଫୀତି ଆକଳନରେ ପ୍ରଭାବ ଦେଖାଯାଇଛି। ମାର୍ଚ୍ଚରେ ଔଦ୍ୟୋଗିକ ଉତ୍ପାଦନ ୧୭% ଖସିଛି। ମାନୁଫାକ୍‌ଚରିଂ କାର୍ଯ୍ୟକଳାପ ୨୧% ହ୍ରାସ ଘଟିଛି। ସେହିଭଳି କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରି ଉତ୍ପାଦନ ୬.୫% ଖସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ଆଧାର ଲିଙ୍କ ନେଇ ପ୍ରସ୍ତାବ ନାହିଁ: ପ୍ରସାଦ

ନୂଆଦିଲ୍ଲୀ,୨୧-୧୧: ବ୍ୟକ୍ତିବିଶେଷଙ୍କ ଆଧାରକୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସହ ସଂଯୋଗ କରିବା ନେଇ କୌଣସି ପ୍ରସ୍ତାବ ନାହିଁ। କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ...

ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବଢିଲା

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୩.୯୯%କୁ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଖାଦ୍ୟ ସାମଗ୍ରୀ ଦରଦାମ ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାରଙ୍କ...

ଦ୍ୱିତୀୟ ପ୍ୟାକେଜ ନେଇ ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୧୬ା୪: ଦେଶର ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ର ଗଭୀର ପ୍ରଭାବ ରହିଛି। ପ୍ରଭାବକୁ କମ୍‌ କରିବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି...

୨୦ରେ ହାଲଓ୍ବା ସେରିମନି

ନୂଆଦିଲ୍ଲୀ,୧୯-୧: ଚଳିତ ମାସ ୨୦ ତାରିଖରେ ହାଲଓ୍ବା ସେରିମନି ଅନୁଷ୍ଠିତ ହେବ। ପ୍ରଥା ଅନୁସାରେ ଏହି ଦିନ ବଜେଟ ଦସ୍ତାବିଜ ପ୍ରିଣ୍ଟ ଆରମ୍ଭ ହୋଇଥାଏ। ଫେବୃୟାରୀ...

ରେକର୍ଡ ନିମ୍ନ ସ୍ତରକୁ ଖସିଲା ମାନୁଫାକ୍ଚରିଂ

ନୂଆଦିଲ୍ଲୀ,୫।୫:ବର୍ତ୍ତମାନ କରୋନାକୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଛି। ଏଭଳି ସ୍ଥିତିରେ ଏପ୍ରିଲରେ ଦେଶର ମାନୁଫାକ୍ଚରିଂ କାର୍ଯ୍ୟକଳାପ ରେକର୍ଡ ନିମ୍ନ...

୨୩.୯% ଖସିଲା ଜିଡିପି

ନୂଆଦିଲ୍ଲୀ,୧।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୨୩.୯% ଖସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର...

ଭାରତର ୭.୫%ବିକାଶ ହାରରେ ବିଶ୍ୱବ୍ୟାଙ୍କ କାଏମ

ନୂଆଦିଲ୍ଲୀ,୬-୬: ଭାରତର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୭.୫% ରହିବ ବୋଲି ବିଶ୍ୱ ବ୍ୟାଙ୍କ ନିଜର ପୂର୍ବାନୁମାନରେ ଏବେ ସୁଦ୍ଧା କାଏମ ରହିଛି।...

ସରକାରଙ୍କ ଉପରେ ବର୍ଷିଲେ ରଘୁରାମ ରାଜନ

ନୂଆଦିଲ୍ଲୀ, ୯ା୧୨:ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା କବଳରେ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି। ଦେଶ ମଧ୍ୟରେ ଆର୍ଥତ୍କ...

Coronavirus Update


Archives

Model This Week

Why Dharitri