ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭-୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ବୈଠକରେ ରେପୋ ରେଟ୍‌ ବା ସୁଧହାର ସମ୍ପର୍କରେ ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ ଚଳିତ ଥର ଅପରିବର୍ତ୍ତିିତ ରଖିଛି। ମୁଦ୍ରାସ୍ଫୀତିର ଅନିଶ୍ଚିତତାକୁ ବିଚାର କରି ଆର୍‌ବିଆଇ ଏଭଳି ପଦକ୍ଷେପ ହାତକୁ ନେଇଛି। ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିଲେ ସୁଧହାର ପୁଣି ଥରେ ହ୍ରାସ ହୋଇପାରେ । ଏନେଇ କେନ୍ଦ୍ରୀୟ ବ୍ୟାଙ୍କ ପଥ ଉନ୍ମୁକ୍ତ ରଖିଛି। ଦେଶର ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ତ୍ୱରାନ୍ବିତ କରିବା ଲାଗି ଋଣ ଅଭିବୃଦ୍ଧି ଉନ୍ନତ କରିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଅଧିକ ପଦକ୍ଷେପ ନେବ ବୋଲି ଜଣାପଡିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ୬ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି( ଏମ୍‌ପିସି) ରେପୋ ହାରକୁ ୫.୧୫% ଅପରିବର୍ତ୍ତିିତ ରଖିବା ନେଇ ଭୋଟ ଦେଇଛନ୍ତି।
ଡିସେମ୍ବରରେ ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ମୁଦ୍ରାସ୍ଫୀତି ୫ ବର୍ଷର ସର୍ବୋଚ୍ଚ ସ୍ତର ୭.୩୫% ସ୍ତରରେ ରହିଛି। ଆଗାମୀ ୬ ମାସ ବା ସେପ୍ଟେମ୍ବର ଯାଏ ମୁଦ୍ରାସ୍ଫୀତି ଆକଳନକୁ କେନ୍ଦ୍ରୀୟ ବ୍ୟାଙ୍କ ୫ରୁ ୫.୪%କୁ ବଢାଇଛି। ଏହା ପୂର୍ବରୁ ୩.୮ରୁ ୪% ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। ସେହିଭଳି ଦରଦାମ ବୃଦ୍ଧିକୁ ଅତ୍ୟୁଚ୍ଚ ଅନିଶ୍ଚିତ ବୋଲି ଆର୍‌ବିଆଇ ଅନୁମାନରେ କହିଛି। ଗତ ବର୍ଷ ରିଜର୍ଭ ବ୍ୟାଙ୍କ ଲଗାତର ୫ଥର ଏହାର ସୁଧହାର ହ୍ରାସ କରିବା ଯୋଗୁ ଏହା ୧୩୫ ବେସିସ୍‌ ପଏଣ୍ଟ ହ୍ରାସ ଘଟିଥିଲା। ଦରଦାମ ବଢିବା ଯୋଗୁ ଡିସେମ୍ବରରେ ସୁଧହାର ହ୍ରାସ ଧାରାରେ ବିରତି ଲାଗିଛି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷ ଲାଗି ଜିଡିପି ବିକାଶ ଅନୁମାନ ୫% ରହିବା ବୋଲି ସ୍ପଷ୍ଟ କରିଛି। ଏହା ୧୧ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରର ଅଭିବୃଦ୍ଧି। ଆସନ୍ତା ଆର୍ଥତ୍କ ବର୍ଷର ପ୍ରଥମ ୬ ମାସ ଲାଗି ମଧ୍ୟ ଏହା ଜିଡିପି ଅଭିବୃଦ୍ଧିକୁ ମଧ୍ୟ ୫.୫ରୁ ୬%କୁ କମାଇଛି। ଏହି ସମୟ ମଧ୍ୟରେ ଅଭିବୃଦ୍ଧି ୫.୯%ରୁ ୬.୩% ରହିବ ବୋଲି ଆର୍‌ବିଆଇ ଡିସେମ୍ବର ପୂର୍ବାନୁମାନରେ କହିଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ୬% ରହିବା ନେଇ ଏହା ଆକଳନ କରିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ ହୋଇଥିବା ୬ରୁ ୬.୫% ତୁଳନାରେ ଏହା କମ୍‌।
ଜୁଲାଇ ୨୦୨୦ ସୁଦ୍ଧା ରିଟେଲ ଅଟୋମୋବାଇଲ, ଆବାସିକ ବାସଗୃହ ଏବଂ କ୍ଷୁଦ୍ର ବାଣିଜ୍ୟଗୁଡିକୁ ନୂଆ ଋଣ ଅଭିବୃଦ୍ଧିକୁ ଉତ୍ସାହିତ କରିବା ଲାଗି ପଦକ୍ଷେପ ନିଆଯାଇଛି। ଏ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଲାଗି ୪% ନଗଦ ରାଶି ନିର୍ଦ୍ଧାରିତ କରିବାର ଅନିବାର୍ଯ୍ୟତାକୁ କେନ୍ଦ୍ରୀୟ ବ୍ୟାଙ୍କ ହଟାଇ ଦେଇଛି। ରିୟଲ ଇଷ୍ଟେଟ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଇ ପ୍ରକଳ୍ପଗୁଡିକର ଋଣ ପୁନର୍ଗଠନ ସୀମାକୁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ନଗଦ ସମସ୍ୟା ସହ ଜୁଝୁଥିବା ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ଏହା ବିଶେଷ ଭାବେ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି। ସୁଧ ହାର ଘୋଷଣା ପରେ ଖବରଦାତା କାର୍ଯ୍ୟକ୍ରମରେ ଗଭର୍ନର ଦାସ କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ନିକଟରେ ବିଭିନ୍ନ ପନ୍ଥା ରହିଛି। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ସାମ୍ନା କରୁଥିବା ଚ୍ୟାଲେଞ୍ଜ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ବିଶ୍ୱ ବଜାରରେ ଅଭିବୃଦ୍ଧି ନିମ୍ନଗାମୀ ଧାରାକୁ କରୋନା ଭୂତାଣୁ ଆହୁରି ପ୍ରଭାବିତ କରିବ। ହେଲେ ଏହାର ପ୍ରଭାବ କେତେ ରହିବ ସେ ନେଇ ପ୍ରକୃତ ଆକଳନ ଠିକ୍‌ ଭାବେ ଏବେ କରିହେବ ନାହିଁ। ସେହିଭଳି ବିତ୍ତୀୟ ନିୟଣ୍ଟ ଲକ୍ଷ୍ୟକୁ ପୂରଣ କରିବା ଲାଗି ଅଧିକ ନୋଟ ଛପାଇବା ନେଇ କେନ୍ଦ୍ରୀୟ ବ୍ୟାଙ୍କର କୌଣସି ଯୋଜନା ନ ଥିବା ଗଭର୍ନର ଦାସ କହିଛନ୍ତି। ଏହାବାଦ ବ୍ୟାଙ୍କ ଜମା ବୀମା ରାଶି ବଢିବା ଯୋଗୁ ଏହା ବ୍ୟାଙ୍କର ବାଲାନ୍ସ ସିଟ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସେହିଭଳି ଦୀର୍ଘ ମିଆଦି ରେପୋ ନଗଦ ପରିଚାଳନା ଏବଂ ବ୍ୟାଙ୍କଗୁଡିକୁ ସୁଧ ହାର ହ୍ରାସ କରିବା ଦିଗରେ ସହାୟତା କରିବ ବୋଲି ଦାସ ମତ ଦେଇଛନ୍ତି।
ବର୍ତ୍ତମାନ ବିଶ୍ୱ ସ୍ତରରେ ବାଣିଜ୍ୟ ଆହ୍ବାନପୂର୍ଣ୍ଣ ରହିଥିବା ବେଳେ ଘରୋଇ ବଜାରରୁ ରପ୍ତାନିକୁ ଉତ୍ସାହିତ କରିବା ଦିଗରେ ଯୋଜନା ହାତକୁ ନେବା ଲାଗି ଏମ୍‌ପିସିି ପରାମର୍ଶ ଦେଇଛି। ଏହାବାଦ ନିବେଶ ବୃଦ୍ଧି ଉପରେ ଜୋର ଏବଂ କରୋନା ଭୂତାଣୁ ଦ୍ୱାରା ବିଶ୍ୱ ବାଣିଜ୍ୟ ଏବଂ ଭାରତକୁ ପର୍ଯ୍ୟଟକ ଆସିବା ପ୍ରଭାବିତ ହେବ କମିଟି ବୋଲି ଆଶଙ୍କା ପ୍ରକଟ କରିଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ମଧ୍ୟ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କିଛି କ୍ଷେତ୍ରରେ ନିକଟରେ ସୁଧାର ଆସିଥିବା ବେଳେ ସାମଗ୍ରିକ ଭାବେ କହିବାକୁ ଗଲେ ସ୍ଥିତିରେ ସୁଧାର ଆସିନାହିଁ। ଏଭଳି ପ୍ରସଙ୍ଗକୁ ବିଚାର କରି ଏମ୍‌ପିସି ସୁଧ ହାର ଅପରିବର୍ତ୍ତିିତ ରଖିବା ନେଇ ନିଷ୍ପତ୍ତି ନେଇଛି। ସାଧାରଣ ବଜେଟରେ ନିର୍ମଳା ସୀତାରାମନ ବ୍ୟକ୍ତିଗତ ଆୟକରରେ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଉପରେ ଏମ୍‌ପିସି ମତ ରଖି କହିଛି ଯେ, ଏହା ଘରୋଇ ବଜାରରେ ଚାହିଦା ବଢାଇବା ଦିଗରେ ସହାୟକ ହୋଇ ପାରିବ। ଏହା ଗ୍ରାମାଞ୍ଚଳ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ୍ଚ ବଢାଇବା ଦିଗରେ କାମରେ ଆସିପାରିବ। ମଧ୍ୟମ ମିଆଦି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଗତ ସେପ୍ଟେମ୍ବରରେ ଘୋଷଣା କରିଥିବା କର୍ପୋରେଟ ଟିକସ ହ୍ରାସ ଉପରେ ମଧ୍ୟ ଏମପିସି ଗୁରୁତ୍ୱାରୋପ କରିଛି। ଏକ୍ସଟରନାଲ ବେଞ୍ଚମାର୍କ ରେଟ୍‌ ମୁଦ୍ରାନୀତିକୁ ଦୃଢ କରିବା ଦିଗରେ ସହାୟକ ହେବ। କ୍ଷୁଦ୍ର ଜମା ଯୋଜନାରେ ସୁଧ ହାର ଉପରେ କେତେକ ପ୍ରସଙ୍ଗକୁ ବିଚାର କରିବାର ଆବଶ୍ୟକତା ନେଇ ଏହା ମତ ଦେଇଛି। ଆସନ୍ତା ତ୍ରୈମାସରେ କ୍ଷୁଦ୍ର ଜମା ଯୋଜନାରେ ସୁଧହାର ହ୍ରାସ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?