ରେକର୍ଡ ୪୦ ହଜାର ଛୁଇଁ ସେନ୍‌ସେକ୍ସ ଖସିଲା

ମୁମ୍ବାଇ,୨୪-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଥିଲା। ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା ମନେହେବା ପରେ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ପ୍ରଥମଥର ୪୦ ହଜାରର ଐତିହାସିକ ସ୍ତର ଅତିକ୍ରମ କରିଥିଲା। ପୂର୍ବାହ୍ନରେ ସେନ୍‌ସେକ୍ସ ରେକର୍ଡ ୪୦,୧୨୪.୯୬ ସ୍ତରରେ ପହଞ୍ଚତ୍ଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି ବୃଦ୍ଧି ପାଇ ୧୨,୦୪୧.୧୫ ହୋଇଥିଲା। ମୋଦି ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ମନେ କରି ନିବେଶକମାନେ ଆଶ୍ୱସ୍ତ ହୋଇ ଷ୍ଟକ୍‌ ମାର୍କେଟରେ ଅଧିକ ନିବେଶ କରୁଥିବା ପରିଲକ୍ଷିତ ହୋଇଥିଲା। ତେବେ ଦିନର ଶେଷାର୍ଦ୍ଧରେ ନିବେଶକମାନେ ଲାଭ ଉଠାଇବା ଶ୍ରେୟସ୍କର ମନେ କରି ବିକ୍ରି ଜାରି ରଖିବାରୁ ବଜାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୨୯୮.୮୨ ପଏଣ୍ଟ ହ୍ରାସ ପାଇ ୩୮,୮୧୧.୩୯ରେ ପହଞ୍ଚତ୍ଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୮୦.୮୫ ପଏଣ୍ଟ କମିଥିଲା ଏବଂ ଶେଷରେ ୧୧,୬୫୭.୦୫ରେ ବନ୍ଦ ହୋଇଥିଲା। ବଜାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସର ୧୫ ଶେୟାର ବଢ଼ିଥିବା ବେଳେ ୧୬ ହ୍ରାସ ପାଇଥିଲା। ଅନୁରୂପ ଭାବେ ନିଫ୍ଟିରେ ୨୩ ଶେୟାର ବୃଦ୍ଧି ପାଇଥିବାବେଳେ ୨୭ ହ୍ରାସ ପାଇଥିଲା। ବିଶେଷ କରି ବ୍ୟାଙ୍କିଙ୍ଗ ସେକ୍ଟରରେ ଅଧିକ ନିବେଶ ହେଉଥିବାର ଦେଖାଯାଇଛି। ଏହାବ୍ୟତିତ ଅଟୋମୋବାଇଲ କମ୍ପାନୀ ଶେୟାର ପ୍ରତି ସେମାନଙ୍କ ଆଗ୍ରହ ଥିବା ମନେହେଉଛି। ବିଏସ୍‌ଇରେ ବିଶେଷ କରି ଇଣ୍ଡସଇଣ୍ଡ ବ୍ୟାଙ୍କ(୫.୨୩%), କୋଲ୍‌ ଇଣ୍ଡିଆ(୧.୫୬%), ପାଓ୍ବାରଗ୍ରିଡ(୧.୨୯%), ୟେସ୍‌ ବ୍ୟାଙ୍କ(୧.୫୩%), ହୀରୋ ମୋଟୋକର୍ପ(୧.୫୧%) ବୃଦ୍ଧି ପାଇଛି। ତେବେ ବେଦାନ୍ତ ଲିମିଟେଡ ଶେୟାର ୫.୫୩%, ଆଇଟିସି ୩.୬୯%,ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୨.୯୪%, ଟାଟା ମୋଟର୍ସ୨.୪୮% ଏବଂ ବଜାଜ ଫାଇନାନ୍ସ ୨.୦୨% ଶୀର୍ଷ ଶେୟାର ଭାବେ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri