ରେକର୍ଡ ନିମ୍ନ ସ୍ତରକୁ ଖସିଲା ମାନୁଫାକ୍ଚରିଂ

ନୂଆଦିଲ୍ଲୀ,୫।୫:ବର୍ତ୍ତମାନ କରୋନାକୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଛି। ଏଭଳି ସ୍ଥିତିରେ ଏପ୍ରିଲରେ ଦେଶର ମାନୁଫାକ୍ଚରିଂ କାର୍ଯ୍ୟକଳାପ ରେକର୍ଡ ନିମ୍ନ ସ୍ତରକୁ ଖସିଯାଇଛି। ଆଇଏଚ୍‌ଏସ୍‌ ମାର୍କିଟ୍‌ ଦ୍ୱାରା ପ୍ରକାଶିତ ନିକେଇ ମାନୁଫାକ୍ଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଏପ୍ରିଲରେ ୨୭.୪%କୁ ଖସିଛି। ଏହା ମାର୍ଚ୍ଚରେ ୫୧.୮ ରହିଥିଲା। ୨୦୦୫ ମାର୍ଚ୍ଚ ପରଠାରୁ ଏହା ସବୁଠୁ ନିମ୍ନ ସ୍ତର। ଏହି ସୂଚକାଙ୍କ ବର୍ତ୍ତମାନ ୫୦ ଅଙ୍କ ନିମ୍ନକୁ କେବେ ଖସି ନ ଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ମାନୁଫାକ୍ଚରିଂ କାର୍ଯ୍ୟକଳାପ ୩୦ ବର୍ଷ ତଳକୁ ଖସିଛି। କରୋନା ଭାରତ ବଜାରର କାରବାରକୁ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କରିଥିବା ଆଇଏଚ୍‌ଏସ୍‌ ମାର୍କିଟର ଇକୋନୋମିଷ୍ଟ ଇଲିୟଟ କେର୍‌ ସୂଚନା ଦେଇଛନ୍ତି।
ବଜାର ବନ୍ଦ ରହିବା ଯୋଗୁ ଚାହିଦା ନିମ୍ନଗାମୀ ହେବା ସହ ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ରହିଥିବା ଏକ ଘରୋଇ କ୍ଷେତ୍ର ଫାର୍ମ ପକ୍ଷରୁ ହୋଇଥିବା ସର୍ଭେରୁ ସାମ୍ନାକୁ ଆସିଛି। ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକ୍‌ଡାଉନ ଯୋଗୁ ଏସିଆର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ଭାରତୀୟ ବଜାରର କାରବାର ବେହାଲ ହୋଇଛି। ଚଳିତ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ପ୍ରାୟ ତିନି ଦଶନ୍ଧି ତଳକୁ ଖସିଯିବ ବୋଲି ରଏଟର୍ସ ପକ୍ଷରୁ ହୋଇଥିବା ଅର୍ଥନୀତିଜ୍ଞଙ୍କ ସର୍ଭେରେ ପ୍ରକାଶ ପାଇଥିଲା। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଏହାବାଦ ସରକାର ଲୋକଙ୍କ ଲାଗି ୧.୭ ଲକ୍ଷ କୋଟିର ଏକ ପ୍ୟାକେଜ ଘୋଷଣା କରିଥିବା ବେଳେ ଆଉ ଏକ ପ୍ୟାକେଜ ଆଣିବାକୁ ପ୍ରସ୍ତୁତି କରୁଛନ୍ତି।
ମାନୁଫାକ୍ଚରିଂ ୟୁନିଟ୍‌ଗୁଡିକରୁ ଉତ୍ପାଦନ ହ୍ରାସ ହୋଇଥିବା ବେଳେ ୟୁନିଟ୍‌ଗୁଡିକୁ ନୂଆ ଅର୍ଡର ଆସିବା ଏବେ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଚାହିଦା ନ ଥିବାରୁ କମ୍ପାନୀଗୁଡିକରେ ଛଟେଇ ବଢ଼ିବା ନେଇ ରିପୋର୍ଟରେ ଆଶଙ୍କା କରାଯାଇଛି। ବଜାର ମାନ୍ଦାବସ୍ଥା ସହ ଲଢୁଥିବା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡ଼ିବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବଜାରର ସ୍ଥିତି ସୁଧୁରିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ସିଆଇଆଇ ପକ୍ଷରୁ ହୋଇଥିବା ସର୍ଭେରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ସେବିର ଅପିଲ; ୬୨ ହଜାର କୋଟି ଜମା ଲାଗି ସାହାରାକୁ ନିର୍ଦ୍ଦେଶ ଦିଆଯାଉ

ମୁମ୍ବାଇ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଏବଂ ସାହାରା ମାମଲାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି। ନିକଟରେ ସେବି ସାହାରା ବିରୋଧରେ...

ଚାହିଦା, ଅଭିବୃଦ୍ଧି ଲାଗି ସରକାର ନେବେ ଅଧିକ ପଦକ୍ଷେପ

ନୂଆଦିଲ୍ଲୀ,୨୦ -୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବଢାଇବା...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ ଗମ୍ଭୀର: ଅଗଷ୍ଟରେ ମାରୁତି ବିକ୍ରି ୩୩% ହ୍ରାସ

ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ...

ଟେଲିକମ କମ୍ପାନୀଗୁଡିକୁ ବଡ ଆଶ୍ୱସ୍ତି;୧୦ ବର୍ଷରେ ପଇଠ କରିବେ ଏଜିଆର୍‌ ଦେୟ

ନୂଆଦିଲ୍ଲୀ,୨।୯: ଆଡ୍‌ଜଷ୍ଟେଡ୍‌ ଗ୍ରସ ରେଭେନ୍ୟୁ (ଏଜିଆର୍‌) ମାମଲାରେ ଟେଲିକମ କମ୍ପାନୀଙ୍କୁ ବଡ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କମ୍ପାନୀଗୁଡିକୁ ୧୦...

ନୂଆବର୍ଷରେ ୧୩ ସହରରେ ୫-ଜି ସେବା…

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ...

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୩: ଆସନ୍ତା ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାଙ୍କଗୁଡିକ ୪ ଦିନ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ଛୁଟିଯୋଗୁ ଏହି ସମୟରେ ବ୍ୟାଙ୍କ ମୋଟ ୩...

ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ:ସୀତାରାମନ

ନୂଆଦିଲ୍ଲୀ,୧୩-୧୨: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଗୁରୁବାର...

ଆସିବ ଆଉ ଏକ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଣ୍ଟା ସଳଖି ଛିଡ଼ା ହୋଇନାହିଁ। ସରକାର ପୂର୍ବରୁ ୨୦ ଲକ୍ଷ କୋଟି ଟଙ୍କାର...

Advertisement
Archives

Model This Week