ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଜଣେ ମଡେଲ ଭାବେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ଆସିବା ପାଇଁ ସେ ବହୁ ସଂଘର୍ଷ କରିଛନ୍ତି। ହେଲେ ଧିରେ ଧିରେ ସେ ବଲିଉଡ୍‌ରେ ନିଜର ସ୍ଥାନ ତିଆରି କରିପାରିଥିଲେ। ୨୦୦୧ରେ ଫିଲ୍ମ ‘ ପ୍ୟାର, ଇସ୍କ ଓ ମୋହବତ୍‌ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ୨୦୦୨ରେ ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମି ପକ୍ଷରୁ ତାଙ୍କୁ ‘ଫେସ୍‌ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅବଶ୍ୟ ମୁଖ୍ୟ ଚରିତ୍ରରେ ତାଙ୍କୁ ଯେତିକି ସଫଳତା ମିଳିନାହିଁ, ସହ କଳାକାର ଭାବେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଛି। ସବୁବେଳେ ଚର୍ଚ୍ଚାରେ ରହୁଥିବା ଅର୍ଜୁନ ବର୍ତ୍ତମାନ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୧୯୯୮ରେ ଅର୍ଜୁନ ମିସ୍‌ ଇଣ୍ଡିଆ ଓ ସୁପର ମଡେଲ ମେହର ଜୋସିଆଙ୍କୁ ବିବାହ କରିଥିଲେ। କୁହାଯାଏ, ଯେଉଁ ସମୟରେ ଅର୍ଜୁନ ମଡେଲିଂରେ ସଂଘର୍ଷ କରୁଥିଲେ, ସେତେବେଳେ ମେହର ସଫଳତା ପାଇ ସାରିଥିଲେ। ବିବାହ ପୂର୍ବରୁ ଅର୍ଜୁନ ନିଜ ରୁମ୍‌ରେ ମେହରଙ୍କ ଫଟୋ ଲଗାଇବା ସହ ତାଙ୍କୁ ବିବାହ କରିବାକୁ ଇଛା ପ୍ରକାଶ କରିଥିଲେ। କିଛି ଦିନ ପରେ ତାଙ୍କର ଏହି ଇଛା ପୂରଣ ମଧ୍ୟ ହୋଇଥିଲା। ହେଲେ ଅର୍ଜୁନ ଓ ମେହରଙ୍କ ବିବାହ ବେଶି ଦିନ ତିଷ୍ଠି ନ ଥିଲା। ୨୧ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ୨୦୧୯ ଏପ୍ରିଲ ୩୦ରେ ବିଚ୍ଛେଦ ପାଇଁ ଦୁହେଁ କୋର୍ଟରେ ଆବେଦନ କରିଥିବା ବେଳେ ୬ମାସ ପରେ ନିଜ ସହମତିରେ ଔପଚାରିକ ଭାବେ ଅଲଗା ହୋଇଯାଇଥିଲେ। ଅର୍ଜୁନଙ୍କ ୨ ଝିଅ ବର୍ତ୍ତମାନ ମା’ ମେହରଙ୍କ ସାଙ୍ଗେ ରହୁଥିବା ଜଣାପଡ଼ିଛି। ଏହି ସମ୍ପର୍କ ଭାଙ୍ଗିବା ପରେ ଅର୍ଜୁନ ନିଜ ଜୀବନରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିସାରିଛନ୍ତି। ଅର୍ଥାତ ଅର୍ଜୁନ ନିଜ ଗର୍ଲଫ୍ରେଣ୍ଡ ଗେବ୍ରିଏଲାଙ୍କ ସହ ବିବାହ କରିସାରିଛନ୍ତି। ବିଧିବଦ୍ଧ ଭାବେ ଏହାକୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ନିକଟରେ ଗେବ୍ରିଏଲା ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ପ୍ରାୟ ସମୟରେ ପୁଅ ଆରିକଙ୍କ ସହ ଅର୍ଜୁନ ସମୟ ବିତାଉଥିବା ଦେଖିବାକୁ ମିଳିଥାଏ। ୨୦୦୯ରେ ଆଇପିଏଲ୍‌ର ଏକ ପାର୍ଟିରୁ ଅର୍ଜୁନ ଓ ଗେବ୍ରିଏଲାଙ୍କ ଲଭ୍‌ ଷ୍ଟୋରି ଆରମ୍ଭ ହୋଇଥିଲା। କିଛି ବର୍ଷ ପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ ହାଲଚାଲ

*ଚଳିତବର୍ଷ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ତାଙ୍କ ଅଭିନୀତ ‘ହାଉସଫୁଲ-୪’ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି।...

ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌...

ଆଇସ୍‌କ୍ରିମ ବିକ୍ରି କରିବେ କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଫଟୋ ଓ ଭିଡିଓ...

‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ...

୫ ହଜାରରୁ ଅଧିକ ଆସିଲାଣି ବିବାହ ପ୍ରସ୍ତାବ, ହେଲେ କାହାକୁ ବିବାହ କରିବେ ବାହୁବଳୀ ପ୍ରଭାସ

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା।...

ଅନୀଲଙ୍କୁ କିମିଙ୍କ ସହିତ ଏକାଠି ଦେଖି ଶୁଟିଂସେଟ୍‌ରେ ଭଙ୍ଗାରୁଜା କରିଥିଲେ ସୁନୀତା…

ମୁମ୍ବାଇ: ବଲିଉଡ୍‌ର ଚକୋଲେଟ ହିରୋ ଅନୀଲ କପୁରଙ୍କ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ...

୩୫ ବର୍ଷ ଧରି ଅମିତାଭଙ୍କ ସାଙ୍ଗରେ ଥିବା ଶୀତଲ ଜୈନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଏବେ ଅଛନ୍ତି ଦୁଃଖରେ। କାରଣ ଦୀର୍ଘ ୩୫ ବର୍ଷ ଧରି ତାଙ୍କ ପାଖରେ ଥିବା ଶୀତଲ ଜୈନଙ୍କର ଶନିବାର ପରଲୋକ ହୋଇଛି।...

ଫିଲ୍ମ ‘ବରସାତ୍‌’ରୁ ରାତାରାତି ସୁପରଷ୍ଟାର ପାଲଟିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ନିଜର ଭିନ୍ନ ହେୟାର ଷ୍ଟାଇଲ୍‌ରେ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ ୯୦ ଦଶକର ଅଭିନେତା ବବି ଦେଓଲ୍‌। ନିଜ ଲମ୍ବା ଓ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *