Posted inଜାତୀୟ

ରିସାଟ୍‌-୨ବିଆର୍‌-୧ର ସଫଳ ଉତ୍‌କ୍ଷେପଣ କଲା ଇସ୍ରୋ: ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୧୧।୧୨: ଭାରତୀୟ ମହାକାଶ କେନ୍ଦ୍ର ଇସ୍ରୋ ପକ୍ଷରୁ ସଫଳତାର ସହିତ ରିସାଟ୍‌-୨ବିଆର୍‌-୧ର ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ବୁଧବାର ଅପରାହ୍ନ ୩ଟା ୨୫ରେ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏହା ସହିିତ ଇସ୍ରାଏଲ୍‌, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ଏବଂ ଆମେରିକାର ୬ଟି ଉପଗ୍ରହ ଉତ୍‌କ୍ଷେପଣ ହୋଇଛି। ଦେଶର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ସୀମା ଉପରେ ଏହା ରାଡ଼ାର ଦ୍ୱାରା କଡ଼ା ନଜର ରଖିବାକୁ ସକ୍ଷମ ହେବ ବୋଲି କୁହାଯାଉଛି। ୬୨୮ କିଲୋଗ୍ରାମ୍‌ ବିଶିଷ୍ଟ ଏହି ଉପଗ୍ରହ ଭୂପୃଷ୍ଠଠାରୁ ୫୭୬ କିଲୋମିଟର ଦୂର ପୃଥିବୀର କକ୍ଷପଥରେ ଅବସ୍ଥାପିତ ହେବ। ଏହା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନାଓ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ: କୁଲଦୀପଙ୍କୁ ଆଜୀବନ ଜେଲ, ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦।୧୨: ଶେଷରେ ଉନ୍ନାଓ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ। ଶୁକ୍ରବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଭାରତୀୟ ଜନତା ପାର୍ଟି(ଭାଜପା)ର ବହିଷ୍କୃତ ବିଧାୟକ କୁଲଦୀପ ସେନ୍‌ଗାରଙ୍କୁ ଆଜୀବନ...

ଭାଙ୍ଗି ପଡିଲା ଫୁଟ୍‌ ଓଭର ବ୍ରିଜ୍‌

ଭୋପାଳ,୧୩।୨: ମଧ୍ୟପ୍ରଦେଶ ଭୋପାଳ ରେଲଓ୍ବେ ଷ୍ଟେଶନର ଫୁଟ୍‌ ଓଭର ବ୍ରିଜ୍‌ ଗୁରୁବାର ସକାଳେ ଭୂଷୁଡି ପଡିଥିବା ସୂଚନା ମିଳିଛି। ଏଥିରେ ୬ ଜଣ ଆହତ ହୋଇଥିବା...

ଶନିବାର ପୂର୍ବାହ୍ନ ୧୦.୩୦ରେ ଆସିବ ଅଯୋଧ୍ୟା ରାୟ

ଅଯୋଧ୍ୟା/ନୂଆଦିଲ୍ଲୀ,୮।୧୧(ପି.ଟି.): ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲା ରାୟ ଶନିବାର ପୂର୍ବାହ୍ନ ୧୦.୩୦ରେ ପ୍ରକାଶ ପାଇପାରେ। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପୂର୍ବରୁ...

ଭୟ-ଆତଙ୍କ ସ୍ଥିତିରେ ‘ଆଶାର ଗୀତ’ ଗାଇ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଡାକ୍ତର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସହିତ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ବି...

ଚିରାଗଙ୍କ ଦଳକୁ ‘ଭୋଟ କଟର’ପାର୍ଟି ବୋଲି କହିଲେ ଜାଭେଡକର

ନୂଆଦିଲ୍ଲୀ,୧୬ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ଚରମ...

ଶହୀଦ୍‌ ପରିବାରଙ୍କୁ ରାଜନାଥଙ୍କ ସୁରକ୍ଷା: ବର୍ଷେ ପର୍ଯ୍ୟନ୍ତ ରହିପାରିବେ ସରକାରୀ ଘରେ

ନୂଆଦିଲ୍ଲୀ,୨୬।୧୧: ଶହୀଦ୍‌ ପରିବାରଙ୍କ ସୁରକ୍ଷା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଶହୀଦ୍‌ ପରିବାର ୩ ମାସ ପର୍ଯ୍ୟନ୍ତ ସରକାରୀ ଘରେ...

ଲକ୍‌ଡାଉନ୍‌ରେ କେତେକ ଘରେ ରାମାୟଣ ଦେଖୁଥିବାବେଳେ ଗରିବ ଭିଟାମାଟିକୁ ଫେରିବା ପାଇଁ କରୁଛନ୍ତି ପ୍ରୟାସ: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ କେତେକ ଘରେ ବସି...

ଜାମନଗର ପହଞ୍ଚିଲା ବାୟୁସେନା ସି-୧୭ ବିମାନ…

ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ବିମାନରେ...

Advertisement
Archives

Model This Week