Posted inଜାତୀୟ

ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗଳିପଡ଼ିଲେ ଜିଲାପାଳ

ବାରାଣସୀ,୧୯।୯: ପୂର୍ବାଞ୍ଚଳ ବାରାଣସୀ ସମେତ ବହୁ ଆଖପାଖ ଜିଲାରେ ଗଙ୍ଗାର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳଗୁଡିକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ଜିଲାରେ ବନ୍ୟା ପୀଡ଼ିତଙ୍କ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଥିବା ବେଳେ ପ୍ରାଶାସନିକ ଅଧିକାରୀମାନେ ରିଲିଫ ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ବାରାଣସୀ କୋନିଆର ଜିଲାପାଳ ଓ ଏନ୍‌ଡିଆରଏଫ ଟିମ୍‌ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ଜିଲାପାଳ ସୁରେନ୍ଦ୍ର ସିଂହ ବନ୍ୟା ପୀଡ଼ିତଙ୍କୁ ଏକ କାନ୍ଥ ଉପରେ ବସି ରିଲିଫ ବଣ୍ଟନ କରୁଥିଲେ। ସେହି ସମୟରେ ସନ୍ତସନ୍ତିଆ ଯୋଗୁ କାନ୍ଥଟି ଭୁଶୁଡ଼ିପଡ଼ିଥିଲା। ଫଳରେ ସୁରେନ୍ଦ୍ର ସିଂହ ଓ ଏନଡିଆରଏଫ୍‌ର କର୍ମଚାରୀମାନେ ତଳେ ପଡ଼ିଯାଇଥିଲେ। ତେବେ ଜିଲାପାଳ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ମାସେ ଭିତରେ ବ୍ରିଟେନରୁ ଭାରତ ଆସିଛନ୍ତି ୫୦ ହଜାରରୁ ଅଧିକ ଲୋକ: ଚାଲିଛି ଠିକଣା ଖୋଜା

ନୂଆଦିଲ୍ଲୀ,୨୩।୧୨: ସମଗ୍ର ବିଶ୍ୱରେ କରୋନା ମାମଲା ହ୍ରାସ ହେବା ପରେ ଲୋକଙ୍କ ସାଧାରଣ ଜୀବନଯାପନ ସ୍ବାଭାବିକ୍‌ ହେବାକୁ ଲାଗିଥିଲା। କିନ୍ତୁ ହଠାତ୍‌ ବ୍ରିଟେନରେ କରୋନା ଭୂତାଣୁର...

ବାପାଙ୍କୁ ହତ୍ୟା ପାଇଁ ୧ କୋଟିର ସୁପାରି

ବେଙ୍ଗାଲୁରୁ, ୧।୩: ବାପାଙ୍କ ହତ୍ୟା ଅଭିଯୋଗରେ ବେଙ୍ଗାଲୁରୁର ୩୨ ବର୍ଷୀୟ ଏମ୍‌. ମଣିକାନ୍ତଙ୍କୁ ପୋଲିସ ଗିରଫ କରିଛି। ଦୁଇ ଯୁବକଙ୍କୁ ୧ କୋଟିର ସୁପାରି ଦେଇ...

ଜେଟଲୀଙ୍କ ବିନା ଦୀପାବଳୀ ପାଳିବେ ଆଡଭାନୀ

ନୂଆଦିଲ୍ଲୀ,୨୫।୮: ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୬ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ହେଲେ ତାଙ୍କୁ ମନେ ପକାଇ...

ବିବାଦ ସତ୍ତ୍ୱେ ବିଜୟୀ

ନୂଆଦିଲ୍ଲୀ,୨୫ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଭାଜପା ପ୍ରାର୍ଥୀ ପ୍ରଜ୍ଞାସିଂ ଠାକୁର ଏବଂ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌...

ମୋଦି ଜ୍ୟାକେଟ ସହ ଭିନ୍ନ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କୁନି କୁନି ଶିଶୁ

ନୂଆଦିଲ୍ଲୀ,୧୭।୯: ଆଜି ସମଗ୍ର ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଅନେକ ସୁନ୍ଦର ଝଲକ...

ବିମୁଦ୍ରୀକରଣକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ...

ଧାର୍ମିକ ସ୍ବତନ୍ତ୍ରତା ଆଇନ ହେଲା କଠୋର, ଉଲ୍ଳଂଘନ କଲେ ୫ ବର୍ଷ ଜେଲ୍‌-ଏକ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ଶିମଲା, ୧୩।୮ : ହିମାଚଳ ସରକାର ଧାର୍ମିକ ସ୍ବତନ୍ତ୍ରତା ଆଇନ ଅଧିନିୟମ -୨୦୧୯କୁ କଡାକଡି କରିବାକୁ ଯାଉଛନ୍ତି। ଫ୍ରିଡମ ଅଫ ରିଲିଜିୟନ ସଂଶୋଧନ ବିଲ -୨୦୨୨...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାକଲେ ୧୦ ଲକ୍ଷ

ଚଣ୍ଡୀଗଡ଼, ୩ା୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିବା ଏକ ପୋଷ୍ଟରକୁ ପୋଲିସ ଜବତ କରିଛି।...

Advertisement
Archives

Model This Week