ରିଲାଏନ୍ସ ରିଟେଲରେ ‘ଏନ୍‌ବିଏ ମର୍ଚ୍ଚାଣ୍ଡାଇଜ୍‌ ରେଞ୍ଜ୍‌’

ନୂଆଦିଲ୍ଲୀ,୧୪।୧୦:ରିଲାଏନ୍ସ ରିଟେଲ ଲିମିଟେଡ୍‌ ଏବଂ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏସନ (ଏନ୍‌ବିଏ) ପକ୍ଷରୁ ଭାରତ ବଜାରରେ ଏନ୍‌ବିଏ ମର୍ଚ୍ଚଣ୍ଡାଇଜ୍‌ର ବିସ୍ତୃତ ବର୍ଗମାଳାର ଉନ୍ମୋଚନ କରାଯାଇଛି। ଏହି ନୂଆ ମର୍ଚ୍ଚାଣ୍ଡାଇଜ୍‌ ରିଲାଏନ୍ସ ରିଟେଲ୍‌ର କିଛି ନିର୍ଦ୍ଦିଷ୍ଟ ଷ୍ଟୋର ଏବଂ କମ୍ପାନୀର ଇ-କମର୍ସ ପ୍ଲାଟ୍‌ଫର୍ମରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡିଛି। ଏନ୍‌ବିଏ ବ୍ରାଣ୍ଡେଡ୍‌ ମର୍ଚ୍ଚାଣ୍ଡାଇଜ୍‌ରେ ଉଭୟ ବୟସ୍କ ଏବଂ ଯୁବବର୍ଗଙ୍କ ପାଇଁ ବିଭିନ୍ନ ବର୍ଗର ପୋଷାକ, ଆସେସୋରି ଏବଂ ବ୍ୟାକ୍‌ ଟୁ ସ୍କୁଲର ବ୍ୟାପକ ବର୍ଗମାଳା ସାମିଲ ରହିଛି।
ଏ ସମ୍ପର୍କରେ ରିଲାଏନ୍ସ ରିଟେଲ ଲିମିଟେଡ୍‌ର ସଭାପତି ଓ ସିଇଓ (ଫ୍ୟାଶନ ଓ ଲାଇଫଷ୍ଟାଇଲ୍‌) ଅଖିଳେଶ ପ୍ରସାଦ କହିଛନ୍ତି, ଏନ୍‌ବିଏ ହେଉଛି ବିଶ୍ୱସ୍ତରରେ ସର୍ବାଧିକ ଅନୁସରଣ କରାଯାଉଥିବା କ୍ରୀଡ଼ା ଲିଗ୍‌ ମଧ୍ୟରୁ ଅନ୍ୟତମ ଏବଂ ଭାରତରେ ଏନ୍‌ବିଏ ପ୍ରଶଂସକମାନଙ୍କ ଲାଗି ମର୍ଚ୍ଚାଣ୍ଡାଇଜ୍‌ର ବ୍ୟାପକ ବର୍ଗମାଳା ଉପସ୍ଥାପନ କରିଥିବାରୁ ରିଲାଏନ୍ସ ରିଟେଲ୍‌ ଉତ୍ସାହିତ ରହିଛି। ସାରା ଦେଶରେ ଏନ୍‌ବିଏ ପ୍ରଶଂସକମାନଙ୍କ ଲାଗି ରିଲାଏନ୍ସ ରିଟେଲ ପସନ୍ଦର ସ୍ଥାନରେ ପରିଣତ ହେବା ସୁନିଶ୍ଚିତ କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ। ସେହିଭଳି ଏନ୍‌ବିଏର ଆନ୍ତର୍ଜାତିକ ଲାଇସେନ୍ସିଂ ଓ ବିଜନେସ୍‌ ଡେଭେଲପ୍‌ମେଣ୍ଟର ବରିଷ୍ଠ ଉପାଧ୍ୟକ୍ଷ ରବ୍‌ ମିଲମ୍ୟାନ କହିଛନ୍ତି, ବହୁ ବର୍ଷ ଧରି ଏନ୍‌ବିଏର ଏକ ବିଶ୍ୱସନୀୟ ସହଯୋଗୀ ହୋଇ ରିଲାଏନ୍ସ ରିଟେଲ ରହିଛି। ସେହିପରି ଏନ୍‌ବିଏ ଇଣ୍ଡିଆର ଆସୋସିଏଟ ଭାଇସ୍‌ ପ୍ରେସିଡେଣ୍ଟ ଅଫ୍‌ ଗ୍ଲୋବାଲ ପାର୍ଟନରଶିପ୍‌ ସିଦ୍ଧାର୍ଥ ଚୁରୀ କହିଛନ୍ତି, ଭାରତରେ ରିଲାଏନ୍ସ ରିଟେଲ ସହ କାମ କରିବା ଲାଗି ଆମେ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନୁଭୋକୋ ପକ୍ଷରୁ ଟେକ୍‌ ଏକ୍ସପ୍ରେସ୍‌ ଉଦ୍‌ଘାଟିତ

ନୂଆଦିଲ୍ଲୀ,୧।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିଃ ପକ୍ଷରୁ ନିକଟରେ ୫୦ଟି ଟେକ୍‌ ଏକ୍ସପ୍ରେସ୍‌ ଯାନ (ଟେକ୍ନିକାଲ ମୋବାଇଲ ଭ୍ୟାନ୍‌) ର...

ଗ୍ରୀନ୍‌ ହାଇଡ୍ରୋଜେନ ମିଶନକୁ ମଞ୍ଜୁରୀ: ସୃଷ୍ଟି ହେବ ୬ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୪।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ...

ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି

ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ...

ସହରାଞ୍ଚଳ ବେକାରଙ୍କ ସଂଖ୍ୟା କମି ୬.୮ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୩୦।୫ : ଦେଶରେ ସହରୀ ବେକାରୀ ହାରରେ ହ୍ରାସ ଘଟିଛି। ଅକ୍ଟୋବର-ଡିସେମ୍ବର ୨୦୨୨ ରେ ସହରଗୁଡିକରେ ବେକାରୀ ହାର ୭.୨ ପ୍ରତିଶତ ଥିଲା, ଯାହା ଜାନୁଆରୀ-ମାର୍ଚ୍ଚ...

ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବା

ମୁମ୍ବାଇ,୧୯।୧୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀ...

ଲକ୍‌ଡାଉନରେ ଏମ୍‌ଜିଏନ୍‌ଆର୍‌ଇଜିଏରୁ ରୋଜଗାର

ନୂଆଦିଲ୍ଲୀ,୪। ୫: ଲକ୍‌ଡାଉନ ସମୟରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ଏବଂ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ...

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କଲା ଖିମ୍‌ଜୀ

ଭୁବନେଶ୍ୱର,୫।୮: ବର୍ତ୍ତମାନ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି କୋଭିଡ୍‌ ଯୋଦ୍ଧାମାନେ ନିରନ୍ତର ଯୋଗଦାନ ରଖି ଆସୁଛନ୍ତି। ଏହି ଯୋଦ୍ଧାଙ୍କ କାର୍ଯ୍ୟକୁ ଖିମ୍‌ଜୀ ଗ୍ରୁପ୍‌ର ପ୍ରମୁଖ ଜୁଏଲେରି...

ନିବେଶକଙ୍କ କ୍ଷତି ୨.୩୩ ଲକ୍ଷ କୋଟି

ମୁମ୍ବାଇ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(...

Advertisement
Archives

Model This Week