ରିଲାଏନ୍ସ ଯୋଗାଇବ ସବ୍‌ସିଡିଯୁକ୍ତ ଏଲ୍‌ପିଜି

ନୂଆଦିଲ୍ଲୀ,୧୨-୬: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଦେଶରେ ରୋଷେଇ ଗ୍ୟାସ୍‌ ଅର୍ଥାତ ଏଲ୍‌ପିଜି ସିଲିଣ୍ଡର ଯୋଗାଉଛନ୍ତି। ତେବେ ଘରୋଇ କମ୍ପାନୀଙ୍କୁ ସବ୍‌ସିଡିଯୁକ୍ତ ରୋଷେଇ ଗ୍ୟାସ୍‌ ଯୋଗାଇବା ଲାଗି ସୁଯୋଗ ଦେବାକୁ ଦେଶର ସର୍ବବୃହତ ଗ୍ୟାସ୍‌ ଉତ୍ପାଦନକାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦାବି କରିଛି। ଏହି ପରିପ୍ରେକ୍ଷିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ଜୁଲାଇ ସୁଦ୍ଧା ତାଙ୍କର ରିପୋର୍ଟ ଦେବାକୁ କୁହାଯାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜାମନଗରରେ ବିଶ୍ୱର ସର୍ବବୃହତ ରିଫାଇନେରୀ ରହିଛି। ଏଠାରେ ଉତ୍ପାଦିତ ଏଲ୍‌ପିଜିକୁ ଏହା ସରକାରୀ ସବ୍‌ସିଡିରେ ଯୋଗାଇବାକୁ ଆଗ୍ରହୀ ବୋଲି କମ୍ପାନୀ କହିଛି। ବର୍ତ୍ତମାନର ବ୍ୟବସ୍ଥାରେ ସରକାର ବଜାର ଦରରେ ହିତାଧିକାରୀଙ୍କୁ ରୋଷେଇ ଗ୍ୟାସ୍‌ ବିକ୍ରି କରିଥାନ୍ତି। କିନ୍ତୁ ଗ୍ରାହକଙ୍କ ଖାତାକୁ ସବ୍‌ସିଡି ଅର୍ଥ ଆସୁଥିବାରୁ ସିଲିଣ୍ଡର ଦର ଶସ୍ତା ହୋଇଯାଇଥାଏ। କିନ୍ତୁ ଘରୋଇ କମ୍ପାନୀଗୁଡ଼ିକୁ ଏଥିପାଇଁ ଅନୁମତି ଦିଆଯାଇନାହିଁ। ସେମାନେ ବଜାର ଦରରେ ହିଁ ଲୋକଙ୍କୁ ଏଲ୍‌ପିଜି ବିକ୍ରି କରିଥାନ୍ତି। ସରକାରଙ୍କ ଦ୍ୱାରା ଗଠିତ ପ୍ୟାନେଲରେ ବିଶିଷ୍ଟ ଅର୍ଥନୀତିବିଦ୍‌ କିରିଟ୍‌ ପାରିଖ, ପୂର୍ବତନ ପେଟ୍ରୋଲିୟମ ସଚିବ ଜି.ସି.ଚତୁର୍ବେଦୀ, ପୂର୍ବତନ ଇଣ୍ଡିଆନ ଅଏଲ ଅଧ୍ୟକ୍ଷ ଏମ.ଏ. ପାଠାନ, ଆଇଆଇଏମ୍‌ ଅହମ୍ମାବାଦ୍‌ ଡାଇରେକ୍ଟର ଏରୋଲ ଡି’ସୁଜା ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ଜଣେ ଯୁଗ୍ମ ସଚିବ ରହିଛନ୍ତି। ଏହି କମିଟି ପୂର୍ବରୁ ଦେଶରେ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ନେଇ ନୀତିରେ ସୁଧାର କରିବାକୁ ସୁପାରିସ୍‌ କରିଥିଲେ। ପେଟ୍ରୋଲ ପମ୍ପ ପ୍ରତିଷ୍ଠା ପାଇଁ ୨୦୦୦ କୋଟି ଟଙ୍କାର ନିବେଶ ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେବା ଲାଗି ଏହି କମିଟି ସୁପାରିସ୍‌ କରିଥିଲେ। ସୂଚନାଥାଉ କି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ କେତେକ ରାଜ୍ୟରେ ରୋଷେଇ ଗ୍ୟାସ୍‌ ବିକ୍ରି କରୁଛି। ତେବେ ଦେଶର ମୋଟ ୨୬.୫ ମିଲିୟନ ଗ୍ରାହକଙ୍କ ତୁଳନାରେ ଏହା ଅତ୍ୟନ୍ତ ନଗଣ୍ୟ। ଏଲ୍‌ପିଜି ସିଲିଣ୍ଡର ବ୍ୟବହାର କରିବାରେ ଭାରତ ବିଶ୍ୱରେ ଦ୍ୱିତୀୟ। ୨୦୧୮-୧୯ରେ ଭାରତରେ ୨୪.୯ ମିଲିୟନ ମେଟ୍ରିକ ଟନ୍‌ ଏଲ୍‌ପିଜି ବ୍ୟବହୃତ ହୋଇଛି। ଏଥିରୁ ଅଧା ବିଦେଶରୁ ଆମଦାନୀ କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀରେ ବିନା ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ୭୩୭.୫୦ ଟଙ୍କା, ମୁମ୍ବାଇରେ ଏହା ୭୦୯.୫୦ ଟଙ୍କା, କୋଲକାତାରେ ୭୬୩.୫୦ ଟଙ୍କା ଏବଂ ଚେନ୍ନାଇରେ ଏହା ୭୫୩ ଟଙ୍କାରେ ବିକ୍ରି ହେଉଛି। ସେହିପରି ସବ୍‌ସିଡିଯୁକ୍ତ ସିଲିଣ୍ଡର ଦର ଚଳିତ ମାସରେ ୧.୨୩ ଟଙ୍କା ବଢ଼ିଛି। ଦିଲ୍ଲୀରେ ଏହା ୪୯୭.୩୭ ଟଙ୍କା, ମୁମ୍ବାଇରେ ୪୯୫.୦୯ ଟଙ୍କା, କୋଲକାତାରେ ୫୦୦.୫୨ ଟଙ୍କା ଏବଂ ଚେନ୍ନାଇରେ ଏହା ୪୮୫.୨୫ ଟଙ୍କାରେ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri