ରିଫଣ୍ଡ ନିୟମ କୋହଳ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୨-୩: କରୋନାର ପ୍ରଭାବ ଦେଶ ମଧ୍ୟରେ ବୃଦ୍ଧି ହେଉଥିବାରୁ ଟ୍ରେନରେ ଭିଡ କମାଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରେଲଓ୍ବେ ପକ୍ଷରୁ ଶନିବାର ଏ ନେଇ ଏକ ଆଡଭାଇଜରି ଜାରି କରାଯାଇଛି। ମାର୍ଚ୍ଚ ୨୧ରୁ ଏପ୍ରିଲ ୧୫ ମଧ୍ୟରେ ରେଳ ଟିକେଟ ରିଫଣ୍ଡ ନିୟମକୁ କୋହଳ କରାଯାଇଛି। ରେଲଓ୍ବେ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ରେଳ ଟିକେଟ ବାତିଲ କଲେ ଧାର୍ଯ୍ୟ ଯାତ୍ରା ସମୟଠାରୁ ୪୫ ଦିନ ମଧ୍ୟରେ କାଉଣ୍ଟରରେ ଟିକେଟ ଦେଖାଇଲେ ରିଫଣ୍ଡ ଉପଲବ୍ଧ ହେବ। ବର୍ତ୍ତମାନର ନିୟମ ମୁତାବକ ୩ ଘଣ୍ଟା ମଧ୍ୟରେ ରିଫଣ୍ଡ ନେବାକୁ ପଡୁଛି। ଯଦି ଟ୍ରେନ ବାତିଲ ହୋଇ ନ ଥାଏ କିନ୍ତୁ ଯାତ୍ରୀ ଟିକେଟ ବାତିଲ କରିବାକୁ ଚାହାନ୍ତି ୩୦ ଦିନ ମଧ୍ୟରେ ତାଙ୍କୁ ଟିକେଟ ଡିପୋଜିଟ୍‌ ରିସିପ୍ଟ( ଟିଡିଆର୍‌) ଫାଇଲ କରିବାକୁ ପଡିବ। ଧାର୍ଯ୍ୟ ଯାତ୍ରା ଦିନଠାରୁ ୩୦ ଦିନରେ ଟିକେଟକୁ ଯାତ୍ରୀ ଷ୍ଟେଶନରେ ଫାଇଲ କରିବେ। ବର୍ତ୍ତମାନ ଏହା ୩ ଦିନ ରହିଛି। ସେହିଭଳି ଟିଡିଆର ଫାଇଲ କରିବାର ୬୦ ଦିନ ମଧ୍ୟରେ ରିଫଣ୍ଡ ପାଇବା ପାଇଁ ଏହାକୁ ଚିଫ୍‌ କମର୍ସିଆଲ ଅଫିସରଙ୍କ ନିକଟରେ ମଧ୍ୟ ଜମା କରାଯାଇ ପାରିବ। ରିଫଣ୍ଡ କ୍ଲେମ୍‌କୁ ଟ୍ରେନ ଚାର୍ଟରୁ ଯାଞ୍ଚ କରାଯିବ। ଯଦି ପାସେଞ୍ଜର ୧୩୯ ଦ୍ୱାରା ଟିକେଟ କ୍ୟାନସେଲ କରିବାକୁ ଚାହୁଁଥାନ୍ତି ରେଲଓ୍ବେ କାଉଣ୍ଟରଗୁଡିକରେ ୩୦ ଦିନ ମଧ୍ୟରେ ରିଫଣ୍ଡ ପାଇପାରିବେ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?