Posted inଖେଳ

ରିଦ୍ଧିମାନଙ୍କ ମାଇଲଷ୍ଟୋନ

କୋଲକାତା,୨୨।୧୧(ପି.ଟି.)- ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ଶୁକ୍ରବାର କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାଚ୍‌ ଓ ଷ୍ଟମ୍ପିଂକୁ ମିଶାଇ ୧୦୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା ପାଇବାରେ ସେ ଦେଶର ୫ମ ଉଇକେଟକିପର। ଇଡେନ ଗାର୍ଡେନ୍ସଠାରେ ବାଂଲାଦେଶ ଓ ଭାରତ ମଧ୍ୟରେ ଚାଲିଥିବା ଦିବାରାତ୍ର ଟେଷ୍ଟ ଅବସରରେ ରିଦ୍ଧିମାନ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ୩୫ ବର୍ଷୀୟ ଶାହା ବାଂଲାଦେଶର ପ୍ରଥମ ଇନିଂସରେ ୨ କ୍ୟାଚ୍‌ ନେଇଥିଲେ। ପ୍ରଥମଟି ଉମେଶ ଯାଦବଙ୍କ ବଲରେ ଶାଦମାନ ଇସଲାମ (୨୯)ଙ୍କ କ୍ୟାଚ୍‌ ରିଦ୍ଧିମାନଙ୍କ ପାଇଁ ୧୦୦ତମ ଶିକାର ଥିଲା। ସେ ଏପର୍ଯ୍ୟନ୍ତ ଉଇକେଟ ପଛରେ ରହି ଟେଷ୍ଟରେ ୧୦୧ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିସାରିଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ୨୯୪ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ରହିଛି, ଯାହାକି ଦେଶରେ ସର୍ବାଧିକ। ତାଙ୍କ ବ୍ୟତୀତ ସଇଦ କିରିମାନି, କିରନ ମୋରେ ଓ ନୟନ ମୋଙ୍ଗିଆଙ୍କ ଭଳି ଉଇକେଟକିପର ଏହି ତାଲିକାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସିର କରୋନା ଗାଇଡ୍‌ ଲାଇନ୍‌

ଦୁବାଇ, ୧୦ା୬ (ପି.ଟି.):କୋଭିଡ୍‌-୧୯ ପାଇଁ ପ୍ରସ୍ତାବିତ ଗାଇଡ୍‌ଲାଇନ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ମଙ୍ଗଳବାର ଗୃହୀତ ହୋଇଯାଇଛି। ଫଳରେ ଏଣିକି ଏକ ଟେଷ୍ଟ ମ୍ୟାଚ...

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ମେଲବୋର୍ନ, ୮।୩(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମୁହଁାମୁହିଁ ହୋଇଛନ୍ତି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ...

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍‌

ପୁଣେ,୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଲାଯିବ। ଏହି ସିରିଜକୁ କବ୍‌ଜା କରିବା...

ଫ୍ରେଞ୍ଚ୍‌ ଓପନ ଟେନିସ: ଜିଡାନସେକ୍‌ ସେମିଫାଇନାଲରେ

ପ୍ୟାରିସ, ୯।୬-ସ୍ଲୋଭାନିଆର ତାମାରା ଜିଡାନସେକ୍‌ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ଖେଳାଳି ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଜିଭୋଜିକ୍‌ଙ୍କ ଅବସର

କିଏଭ୍‌ ,୧୦।୬ (ଏପି): ପୂର୍ବତନ ବିଶ୍ୱ ଲାଇଟ୍‌ ହେଭିଓ୍ବେଟ୍‌ ବକ୍ସିଂ ଚାମ୍ପିୟନ ଆଲେକଜାଣ୍ଡାର ଜିଭୋଜିକ୍‌ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କ ମ୍ୟାନେଜର ଏଗିସ୍‌...

ଏସିସି ଇମର୍ଜିଂ ଟିମ୍ସ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢାକା, ୨୦।୧୧ (ପି.ଟି.): ଏଠାରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଇମର୍ଜିଂ ଟିମ୍ସ କପ୍‌ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ଭାରତ...

ଧୋନୀଙ୍କ ଉପରେ ବର୍ଷିଲେ ଗମ୍ଭୀର

ଆଇପିଏଲର ସବୁଠୁ ସଫଳ ଟିମ୍‌ ମଧ୍ୟରେ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନ ବିଜୟ ଅଭିଯାନରୁ ଆରମ୍ଭ କରିଛି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ...

ଆଇପିଏଲରେ ଖେଳିବେ ଲକ୍ଷ୍ନୌ, ଅହମ୍ମଦାବାଦ୍‌

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ...

Advertisement
Archives

Model This Week