ରିଟେଲ କ୍ଷେତ୍ର ଅଭିବୃଦ୍ଧି ଉପରେ ନଜର;ଆସିବ ଜାତୀୟ ରିଟେଲ ନୀତି

ନୂଆଦିଲ୍ଲୀ,୧୫-୭: ସରକାର ଆଗାମୀ ଦିନରେ ଏକ ଜାତୀୟ ରିଟେଲ ନୀତି ଆଣିବା ଦିଗରେ ଅଗ୍ରସର ହେଉଛନ୍ତି। ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ବିଭାଗ ପକ୍ଷରୁ ଏ ନେଇ ଶୀଘ୍ର ଏକ ଡ୍ରାଫ୍ଟ ପେପର ପ୍ରସ୍ତୁତ କରାଯିବା ସହ ଅଂଶୀଦାରଙ୍କ ମତାମତ ଲୋଡାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଦେଶର ୬୫ ନିୟୁତ କ୍ଷୁଦ୍ର ବ୍ୟବସାୟୀଙ୍କ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଥିବା ଜଣା ପଡିଛି। ଖୁଚୁରା ବ୍ୟବସାୟକୁ ଉତ୍ସାହିତ କରାଯିବା ସହ ଏହି କ୍ଷେତ୍ରରେ ଇଜ ଅଫ୍‌ ଡୁଇଁ ବିଜନେସକୁ ବଢାଇବା ଦିଗରେ ନୂଆ ନୀତି ସହାୟକ ହେବ ବୋଲି ଆଶା କରାଯାଉଛି। ସେହିଭଳି ଲାଇସେନ୍ସ ପ୍ରଦାନ, ପ୍ରତ୍ୟକ୍ଷ ବିକ୍ରି ଏବଂ ହାଇପର ମାର୍କେଟ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗକୁ ନୂଆ ନୀତିରେ ସରକାର ବିଚାର କରିବେ।
ରିଟେଲ କ୍ଷେତ୍ରର ଅଭିବୃଦ୍ଧି, ଡିଜିଟାଲ କାରବାର ଏବଂ ଭିତ୍ତିଭୂମି ଅସୁବିଧାକୁ କମ୍‌ କରିବା ଉପରେ ନୀତିରେ ଗୁରୁତ୍ୱ ଦିଆଯିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏ ନେଇ ବିଚାର ବିମର୍ଶ ଶେଷ ହୋଇଥିବା ବେଳେ ନୀତିର ଡ୍ରାଫ୍ଟିଂ ପ୍ରକ୍ରିୟା ଚାଲୁ ରହିଛି। ଯାହା ଶୀଘ୍ର ଅଂଶୀଦାରଙ୍କ ମତାମତ ଲାଗି ଜାରି କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ୧୦୦ ଦିନିଆ ଆକ୍ସନ ପ୍ଲାନର ଏହା ଏକ ଅଂଶବିଶେଷ। ବିଭାଗ ପକ୍ଷରୁ ଶୀଘ୍ର ଇ-କମର୍ସ ନୀତି ପ୍ରଣୟନ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଏହା ପରେ ରିଟେଲ ବାଣିଜ୍ୟ କ୍ଷେତ୍ରରେ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ଷେତ୍ରରେ ରାଜ୍ୟଗୁଡିକର ପରାମର୍ଶ ଗ୍ରହଣ କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri