ରିକ୍ସା ଚାଳକଙ୍କ ଝିଅ ବିବାହରେ ଶୁଭେଚ୍ଛା ବାର୍ତ୍ତା ପଠାଇଲେ ମୋଦି

ବାରାଣସୀ,୧୬।୨: ଉତ୍ତରପ୍ରଦେଶ ବାରାଣସୀର ରିକ୍ସା ଚାଳକ ମଙ୍ଗଳ କେବଟଙ୍କ ଘରେ ଝିଅ ବାହାଘର ପାଇଁ ଖୁସିର ପରିବେଶ ସୃଷ୍ଟି ହୋଇଛି। ଆଉ ଏହି ଖୁସି ଏବେ ଦ୍ୱିଗୁଣା ହୋଇଯାଇଛି। ଏହାର କାରଣ ହେଉଛି ମଙ୍ଗଳଙ୍କ ଝିଅ ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମିଳିଛି ଶୁଭେଚ୍ଛା ବାର୍ତ୍ତା। ମୋଦି ତାଙ୍କ ବାର୍ତ୍ତାରେ ମଙ୍ଗଳଙ୍କ ଝିଅ ଓ ଜ୍ୱାଇଁଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମଙ୍ଗଳ କହିଛନ୍ତି ସେ ନିଜେ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଝିଅ ବାହାଘରର ନିମନ୍ତ୍ରଣ ପତ୍ର ଦେଇ ଆସିଥିଲେ। ଆଉ ଫେବୃୟାରୀ ୮ରେ ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ପାଇବା ପରେ ସେ ଖୁବ୍‌ ଖୁସି ହୋଇଯାଇଥିଲେ। ମଙ୍ଗଳ ଆହୁରି ମଧ୍ୟ କହିଛନ୍ତି ଏଥିରୁ ପ୍ରମାଣ ହେଉଛି ମୋଦି ସମାଜର ସବୁଠାରୁ ଶେଷରେ ଥିବା ବ୍ୟକ୍ତିଙ୍କ କଥା ମଧ୍ୟ ମନରେ ରଖିଛନ୍ତି। ଏବେ ମଙ୍ଗଳଙ୍କ ପତ୍ନୀ ରେନୁ ଦେବୀ କହିଛନ୍ତି ଗୋଟିଏ ଥର ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି। ଆଉ ତାଙ୍କ ସମସ୍ୟା କଥା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଅନୁଚ୍ଛେଦ ଉଠିବା ୩୫ ହଜାର ଶହୀଦଙ୍କ ପ୍ରତି ପ୍ରକୃତ ଶଦ୍ଧାଞ୍ଜଳି

ଅହମ୍ମଦାବାଦ,୩୦।୯:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମାବାର ପୁଣି ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ନେଇ ମତ ରଖିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ଆରଏଏଫର ୨୭ତମ ସ୍ଥାପନା...

କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…

ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ...

ବର୍ଷାରେ ଭିଜୁଥିବା ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଟାଣିଲା ଶିଶୁ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ପ୍ରାୟ ସମୟରେ ସେ ପ୍ରଶଂସକଙ୍କ ସହ ମଜାଳିଆ ଓ ଆକର୍ଷଣୀୟ ଫଟୋ ଏବଂ ଭିଡିଓମାନ...

କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଧନ୍ୟବାଦ ଜଣାଇଲେ ଶାହ

ନୂଆଦିଲ୍ଲୀ,୨୨ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବହୁ ରାଜନେତା ଶାହାଙ୍କୁ ଜନ୍ମଦିନର...

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା...

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରିମାଣ୍ଡ ଅବଧି ବଢିଲା

ନୂଆଦିଲ୍ଲୀ,୯।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ୧୩ ତାରିଖ ଯାଏ ବଢାଇ ଦିଆଯାଇଛି।...

ନିଖୋଜଙ୍କୁ ମୃତ ଘୋଷଣା କରିବେ ସରକାର

ଡେରାଡୁନ୍‌,୨୩।୨: ଚାମୋଲିରେ ଘଟିଥିବା ହିମସ୍ଖଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩୬ ଜଣ ନିଖୋଜଙ୍କ ପତ୍ତା ମିଳିନି। ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। ନିଖୋଜଙ୍କ ବାଟ...

କୁତବ ମିନାର ପରିସରରେ ପୂଜା ଅଧିକାର, ୯ ଜୁନରେ ରାୟ…

ନୂଆଦିଲ୍ଲୀ, ୨୪।୫ : ଦେଶର ରାଜଧାନୀ ଦିଲ୍ଲୀର ମେହେରୁଲିଠାରେ କୁତବ ମିନାର କମ୍ପ୍ଲେକ୍ସରେ ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିରର ପୁନରୁଦ୍ଧାର ସମ୍ପର୍କିତ ଏକ ଆବେଦନ...

Advertisement
Archives

Model This Week