ରିଏଲ ଇଷ୍ଟେଟ, ରପ୍ତାନି ବୃଦ୍ଧିକୁ ପ୍ରୋତ୍ସାହନ; ମାନ୍ଦାବସ୍ଥା ଦୂର ପାଇଁ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ,୧୫-୯: ଆର୍ଥିକ ମାନ୍ଦାବସ୍ଥାକୁ ଦୂରକରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ରିଏଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ଓ ରପ୍ତାନି ବୃଦ୍ଧି ଲାଗି ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଦ୍ଧନିର୍ମିତ ହୋଇ ପଡିରହିଥିବା ଶସ୍ତା ଘରଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୦ ହଜାର କୋଟି ଟଙ୍କାର ଏକ ଷ୍ଟ୍ରେସ୍‌ଡ ଆସେଟ ଫଣ୍ଡ ବା ସ୍ପେଶିଆଲ ଓ୍ବିଣ୍ଡୋ ଗଠନ କରାଯିବ ବୋଲି ସୀତାରାମନ୍‌ କହିଛନ୍ତି। ଏଥିସହିତ ରପ୍ତାନି ବୃଦ୍ଧି ଲାଗି ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।
ଶନିବାର ନୂଆଦିଲ୍ଲୀରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ସୀତାରାମନ୍‌ କହିଛନ୍ତି ଯେ, ଘର କ୍ରେତା, ରପ୍ତାନି ଓ ଟିକସଦାତାଙ୍କ ଉପରେ ସରକାରଙ୍କ ସମ୍ପୂର୍ଣ୍ଣ ଫୋକସ୍‌ ରହିଛି। ସେ କହିଛନ୍ତି ଯେ, ଆଫୋର୍ଡେବଲ୍‌ ହାଉସିଂ ବା ଶସ୍ତା ଘର ନିର୍ମାଣ ପ୍ରକଳ୍ପ ପାଇଁ ଗଠିତ ସ୍ପେଶାଲ ଓ୍ବିଣ୍ଡୋ ଫଣ୍ଡରେ ସରକାର ୧୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଅବଶିଷ୍ଟ ସମ ପରିମାଣ(୧୦ ହଜାର କୋଟି ଟଙ୍କା) ଅର୍ଥ ଏଲ୍‌ଆଇସି, କେତେକ ଅନ୍ୟ ଆର୍ଥିକ ସଂସ୍ଥା, ବ୍ୟାଙ୍କ ଓ ସଭରେନ୍‌ ଫଣ୍ଡ ପକ୍ଷରୁ ଦିଆଯିବ।
ରପ୍ତାନିକୁ ପ୍ରୋତ୍ସାହିତ କରିବାକୁ ଯାଇ ସୀତାରାମନ୍‌ ପ୍ୟାକେଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୦ ଜାନୁୟାରୀ ପହିଲାରୁ ମର୍ଚ୍ଚାଣ୍ଡାଇଜ୍‌ ଏକ୍ସପୋର୍ଟ ଫ୍ରମ୍‌ ଇଣ୍ଡିଆନ ସ୍କିମ୍‌(ଏମ୍‌ଇଆଇଏସ) ସ୍ଥାନରେ ନୂଆ ସ୍କିମ୍‌ ରେମିଶନ ଅଫ୍‌ ଡ୍ୟୁଟିଜ୍‌ ଅର୍‌ ଟ୍ୟାକ୍ସେସ ଅନ୍‌ ଏକ୍ସପୋର୍ଟ ପ୍ରଡକ୍ଟ(ଆର୍‌ଓ ଡିଟିଇପି) ପ୍ରଚଳନ କରାଯିବ। ଏହି ନୂଆ ସ୍କିମ୍‌ ଅଧୀନରେ ସରକାରଙ୍କ ଉପରେ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ସେହିପରି ରପ୍ତାନି ଉପରେ ଖୁବଶୀଘ୍ର ଇ-ରିଫଣ୍ଡ ଲାଗୁ କରାଯିବ। ରପ୍ତାନିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାରୀ ସ୍ତରରେ ମାର୍ଚ୍ଚ ୨୦୨୦ରୁ ବାର୍ଷିକ ୪ ମେଗା ସପିଙ୍ଗ୍‌ ଫେଷ୍ଟିଭାଲ ଆୟୋଜନ କରାଯିବ। ସୀତାରାମନ୍‌ ଆହୁରି କହିଛନ୍ତି ଯେ, ଚଳିତବର୍ଷ ଡିସେମ୍ବରରୁ ଦେଶର ସମସ୍ତ ବନ୍ଦରରେ ମାନୁଆଲ କ୍ଲିୟରାନ୍ସକୁ ବନ୍ଦ କରିଦିଆଯିବ। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି ଯେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଅଗଷ୍ଟରେ ଏହା ୩.୨୧% ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ଲାଗି ମୁଦ୍ରାସ୍ଫୀତି ହାର ୪% ରଖିବାର ଲକ୍ଷ୍ୟ ରଖିଛନ୍ତି। ଔଦ୍ୟୋଗିକ ଉତ୍ପାଦନ ଏବଂ ନିବେଶରେ ସୁଧାର ହେଉଥିବାର ସଙ୍କେତ ସ୍ପଷ୍ଟ ଦେଖାଯାଉଛି। ବ୍ୟାଙ୍କଗୁଡ଼ିକ ପକ୍ଷରୁ ନଗଦ ପ୍ରବାହ ବଢ଼ାଇବାର ବ୍ୟବସ୍ଥା କରାଯାଉଛି। ରେପୋ ରେଟ୍‌ ହ୍ରାସର ଫାଇଦା ବ୍ୟାଙ୍କଗୁଡ଼ିକ ଦେବାକୁ ଆରମ୍ଭ କରିଛନ୍ତି। ଏହାର ସମୀକ୍ଷା ଲାଗି ସେ ଆସନ୍ତା ୧୯ରେ ବ୍ୟାଙ୍କ ପ୍ରମୁଖମାନଙ୍କ ସହ ବୈଠକରେ ବସିବେ। ସୂଚନାଥାଉ କି, ଅର୍ଥମନ୍ତ୍ରୀ ଅଗଷ୍ଟ ୩୦ରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ସୁଧାର ଆଣି ୧୦ ବ୍ୟାଙ୍କକୁ ମିଶାଇ ୪ ବୃହତ୍‌ ବ୍ୟାଙ୍କ ଗଠନ କରିବା ସଂକ୍ରାନ୍ତରେ ଘୋଷଣା କରିଥିଲେ। ଏହାପୂର୍ବରୁ ସେ ଅଗଷ୍ଟ ୨୩ରେ ବିଦେଶୀ ନିବେଶକଙ୍କ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଥିଲେ ଏବଂ ବ୍ୟାଙ୍କଗୁଡ଼ିକୁ ଖୁବଶୀଘ୍ର ୭୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହାଛଡ଼ା ଅଟୋ ଶିଳ୍ପରେ ଅଭିବୃଦ୍ଧି ହାସଲ ଲାଗି ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାଇଥିବା ବିଏସ୍‌-୪ ଇଞ୍ଜିନଯୁକ୍ତ ଗାଡ଼ି ରେଜିଷ୍ଟ୍ରେଶନକୁ ଅନୁମତି ଦେଇଥିଲେ। ଏତଦ୍‌ବ୍ୟତୀତ ଓ୍ବାନ୍‌ ଟାଇମ୍‌ ରେଜିଷ୍ଟ୍ରେଶନ ଫିସ୍‌ ଦାଖଲ ନିୟମକୁ କୋହଳ କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୀତାରାମନ୍‌ କହିଛନ୍ତି ଯେ, ଟିକସଦାତାଙ୍କ ଉପରେ ସରକାରଙ୍କ ଧ୍ୟାନ ରହିଛି। ଆୟକରରେ ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ ଆରମ୍ଭ ହେବ। ଏଥିଲାଗି ବିଜ୍ଞପ୍ତି ଜାରି ହୋଇଛି। ସାମାନ୍ୟ ତ୍ରୁଟି ପାଇଁ କ୍ଷୁଦ୍ର ଟିକସଦାତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ୨୫ ଲକ୍ଷ ଟଙ୍କାରୁ କମ୍‌ ଟିକସ ବିବାଦ ଉପରେ କଲେଜିୟମ ମଞ୍ଜୁରୀ ନେବା ଜରୁରୀ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri