Posted inଜାତୀୟ

ରାହୁଲଙ୍କ ବୟାନକୁ ନେଇ ଲୋକ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୭।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଲୋକ ସଭାରେ ଶୁକ୍ରବାର ଝଡ଼ ସୃଷ୍ଟି ହୋଇଛି। ଏହି ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ, ଘଟଣା ଠେଲାପେଲା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସୂଚନାଯୋଗ୍ୟ, ଲୋକ ସଭାରେ ପ୍ରଶ୍ନକାଳ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଉତ୍ତର ଦେଉଥିଲେ। ସେତିକି ବେଳେ ସେ ରାହୁଲ ଯୁବବର୍ଗ ମୋଦିଙ୍କୁ ଠେଙ୍ଗାରେ ବାଡେଇବାକୁ ନେଇ ଯେଉଁ ବୟାନ ଦେଇଥିଲେ ତାହାକୁ ଦୋହରାଇବା ସହ ଆଲୋଚନା କରିଥିଲେ। ଏଥିସହ ରାହୁଲଙ୍କ ଏହି ବୟାନକୁ ସେ କଡ଼ା ନିନ୍ଦା କରିଥିଲେ। ସେହି ସମୟରେ ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହାରି ଭିତରେ କଂଗ୍ରେସ ଏମ୍‌ପି ମନିକମ ଟେଗୋର ହର୍ଷବର୍ଦ୍ଧନଙ୍କ ସିଟ୍‌ ପାଖକୁ ପହଞ୍ଚିଯାଇଥିଲେ ଏବଂ ଏହାପରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ମଧ୍ୟରେ ଭାଜପା ଓ କଂଗ୍ରେସ ଏମ୍‌ପି ଦୁହେଁ ନିଜ ନିଜ ଆସନକୁ ଛାଡ଼ି ବାଚସ୍ପତିଙ୍କ ନିକଟକୁ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା। ଏହାପରେ ବାଚସ୍ପତି ଗୃହକୁ ସ୍ଥଗିତ ରଖିଥିଲେ। ଅପରପକ୍ଷେ ମନିକମ୍‌ଙ୍କ ସପକ୍ଷରେ ରାହୁଲ ବାହାରିବା ସହ ସଫେଇ ରଖିଛନ୍ତି। ସେ କହିଛନ୍ତି, ମନିକମ୍‌ କାହାକୁ ଆକ୍ରମଣ କରିନାହାନ୍ତି ଓଲଟା ତାଙ୍କ ଉପରେ ଆକ୍ରମଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ପଦରୁ ହଟିଲେ ପାର୍ଥ ଚାଟାର୍ଜୀ

କୋଲକତା,୨୮।୭: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ଇଡି ଦ୍ୱାରା...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

କ୍ଷମା ନୁହେଁ, ସମାଧାନ ଚାହୁଁ

ଲକ୍ଷ୍ନୌ, ୨୩।୧୧: ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସୋମବାର...

ଏୟାର ଇଣ୍ଡିଆ କମ୍ପାନୀ ଉପରେ ଲାଗିଲା ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୦।୧: ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଡିଡିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏଥିସହ...

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ...

କଂଗ୍ରେସ-ବାମପନ୍ଥୀ ଜାଣିଶୁଣି କରାଉଥିଲେ ଅନୁପ୍ରବେଶ: ଯୋଗୀ…

ଅଗରତାଲା,୭।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଚାଲିଛି। ନିର୍ବାଚନ ପ୍ରଚାର ପାଇଁ ବଡ ନେତାମାନେ ରାଜ୍ୟ ଗସ୍ତ...

ଉପର ମୁହାଁ ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୫୯୦ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୫।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

‘ଅପରେଶନ ଲୋଟସ’କୁ ଅଲକାଏଦା ସହ ତୁଳନା କଲା ଶିବସେନା

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ‘ସାମନା’ ମାଧ୍ୟମରେ ଭାଜପାକୁ କଡ଼ା ସମାଲୋଚନା...

Advertisement
Archives

Model This Week