ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମିଳିପାରେ ୩୦ ହଜାର କୋଟି

ନୂଆଦିଲ୍ଲୀ,୧୭-୬: ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଆଧାରର ମୂଲ୍ୟାଙ୍କନ ଆରମ୍ଭ କରିଛି। ସେମାନଙ୍କର ସର୍ବନିମ୍ନ ପୁଞ୍ଜି ସର୍ତ୍ତ ପାଳନ କରିବାର ଆବଶ୍ୟକତା ରହିଛି। ଏଥିଲାଗି ସରକାର ନିୟମାନୁଯାୟୀ ସେମାନଙ୍କୁ ସହାୟତା କରିବାକୁ ଚାହୁଁଛନ୍ତି। ଚଳିତ ଆର୍ଥିକ ବର୍ଷରେ ସାଧାରଣ ବଜେଟରେ ସରକାର ଏଥିଲାଗି ୩୦ ହଜାର କୋଟି ଟଙ୍କାର ସହାୟତା ଉପଲବ୍ଧ କରିପାରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଦେଶର ଜିଡିପି ହାର ପ୍ରକାଶ ପାଇଛି। ଏହା ୬.୮% କୁ ଖସିଆସିଛି। ବଜେଟରେ ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇବାର ଆହ୍ବାନ ରହିଛି। ବ୍ୟକ୍ତିଗତ ଏବଂ ବ୍ୟବସାୟିକ କାମ ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପର୍ଯ୍ୟାପ୍ତ ପୁଞ୍ଜିର ଆବଶ୍ୟକତା ରହିଛି। ଋଣ ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାଛଡ଼ା ପିସିଏ ଅଧୀନରେ ଥିବା ୫ ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ବାସେଲ-୩ ନିୟମ ଅନୁଯାୟୀ, ସର୍ବନିମ୍ନ ପୁଞ୍ଜି ଆବଶ୍ୟକତା ପୂରଣ କରିବାକୁ ହେବ। ଏଥିଲାଗି ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ବ୍ୟାଙ୍କ ଅଫ୍‌ ବରୋଦା ଭଳି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପାଇଁ ସରକାର ବିଚାର କରୁଥିଲେ, ସେଥିପାଇଁ ମଧ୍ୟ ପର୍ଯ୍ୟାପ୍ତ ପୁଞ୍ଜିର ଆବଶ୍ୟକତା ହେବ। ଗତ ଆର୍ଥିକ ବର୍ଷରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୧,୦୬,୦୦୦ କୋଟି ଟଙ୍କାର ପୁଞ୍ଜି ଉପଲବ୍ଧ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri