ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ଅଣ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ତୁରନ୍ତ ବିକ୍ରି କରିଦେବା ଲାଗି ସରକାର ସମ୍ପୃକ୍ତ ବିଡ଼ରମାନଙ୍କ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଏହି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିରୁ ଦୁଇଟି ମାର୍ଗରେ ଦୂରେଇ ଯାଇପାରିବେ। ସେମାନେ ଏହାକୁ ସ୍ପେଶିଆଲ ପର୍ପସ ଭେହିକିଲକୁ ପ୍ରଦାନ କରିପାରିବେ ଅଥବା ସମ୍ପତ୍ତି ବିକ୍ରି ଲବ୍ଧ ଅର୍ଥକୁ ଏସକ୍ରୋ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। ସୂଚନାଥାଉ କି, କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବାକୁ ଥିବା ୩୫ଟି କେନ୍ଦ୍ରୀୟ ଉଦ୍ୟୋଗକୁ ଚିହ୍ନଟ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଏୟାର ଇଣ୍ଡିଆ, ପଓ୍ବନ ହଂସ, ବିଇଏମ୍‌ଏଲ୍‌, ସ୍କୁଟର୍ସ ଇଣ୍ଡିଆ, ଭାରତ ପମ୍ପସ କମ୍ପ୍ରେସର୍ସ , ଭଦ୍ରାବତୀ, ସେଲ୍‌ ଅଧୀନ ସାଲେମ ଏବଂ ଦୁର୍ଗାପୁର ୟୁନିଟ ରହିଛି। ଏହାଛଡ଼ା ହିନ୍ଦୁସ୍ତାନ ଫ୍ଲୁରୋକାର୍ବନ, ହିନ୍ଦୁସ୍ତାନ ନ୍ୟୁଜପ୍ରିଣ୍ଟ, ଏଚ୍‌ଏଲ୍‌ଏଲ୍‌ ଲାଇଫ କେୟାର, ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ, ବ୍ରିଜ ଆଣ୍ଡ ରୁଫ୍‌ ଇଣ୍ଡିଆ, ଏନଏମଡିସିର ନାଗରନାର ଷ୍ଟିଲ୍‌ ପ୍ଲାଣ୍ଟ, ସିମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏବଂ ଆଇଟିଡିସି ମଧ୍ୟ ବିକ୍ରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ।...

ରେକର୍ଡ ଭାଙ୍ଗୁଛି ତେଲ, କମୁନି ଟିକସ

ମୁମ୍ବାଇ: ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ଭାଙ୍ଗିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୪ ଟଙ୍କା ଟପିଥିବା ବେଳେ ମୁମ୍ବାଇରେ ୯୧ ଟଙ୍କାରୁ ଊର୍ଦ୍ଧ୍ୱରେ...

ଆର୍‌ବିଆଇର ଆର୍ଥତ୍କ ସାକ୍ଷରତା ସପ୍ତାହ

ଭୁବନେଶ୍ୱର,୪-୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଆର୍ଥତ୍କ ସାକ୍ଷରତା ସପ୍ତାହ ପାଳନ କରାଯାଉଛି। ଏହା ଚଳିତ ମାସ ୩ରୁ ୭ ଯାଏ ଅନୁଷ୍ଠିତ ହେବ।...

ବଜେଟ-୨୦୨୦: ବ୍ୟକ୍ତିଗତ ଆୟକାରୀଙ୍କ ଉପରେ କ’ଣ ପ୍ରଭାବ ରହିବ?

ବଜେଟ-୨୦୨୦ ପ୍ରସ୍ତୁତ ସମୟରେ ୩ଟି ବିଷୟବସ୍ତୁ: ଉଚ୍ଚଶିକ୍ଷା ଭାରତ, ଅର୍ଥନୈତିକ ବିକାଶ ଓ ସେବା ମନୋଭାବ ଭାରତ ଯାହାକି ଏକ ସନ୍ତୁଳିତ ପ୍ରୟୋଗ। ନୂତନ ଆୟକର...

ମାନ୍ଦାବସ୍ଥା ଲଢ଼େଇରେ ଆର୍‌ବିଆଇ; ୨୫ ବେସିସ ପଏଣ୍ଟ କମାଇଲା ରିଭର୍ସ ରେପୋ

ମୁମ୍ବାଇ,୧୭।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ...

ସନସାଇନରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୩।୨:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସନ୍‌ସାଇନ୍‌ ହସ୍ପିଟାଲ ଭୁବନେଶ୍ୱର ନିକଟରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳାତାର ସହ କରିଥିବା ଜଣାପଡ଼ିଛି। ବିଶେଷକରି ରୋବୋଟିକ ଜରିଆରେ...

ଜିଏସ୍‌ଟି ଚୋରି ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୯ା୯ – ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଟିକସ ଠକେଇ ମାମଲା ସାମ୍ନାକୁ ଆସୁଛି। ଏହି ମାମଲାଗୁଡିକରେ ବୃହତ୍‌ ପରିମାଣର...

୭୦୪ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ ୬ ସେସନ ହେବ ଦେଶର ପୁଞ୍ଜିବଜାରରେ ଭଲ କାରବାର ଦେଖିବାକୁ ମିଳିଛି। ସୋମବାର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌...

Advertisement
Archives

Model This Week