ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ଅଣ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ତୁରନ୍ତ ବିକ୍ରି କରିଦେବା ଲାଗି ସରକାର ସମ୍ପୃକ୍ତ ବିଡ଼ରମାନଙ୍କ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି। ଏହି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିରୁ ଦୁଇଟି ମାର୍ଗରେ ଦୂରେଇ ଯାଇପାରିବେ। ସେମାନେ ଏହାକୁ ସ୍ପେଶିଆଲ ପର୍ପସ ଭେହିକିଲକୁ ପ୍ରଦାନ କରିପାରିବେ ଅଥବା ସମ୍ପତ୍ତି ବିକ୍ରି ଲବ୍ଧ ଅର୍ଥକୁ ଏସକ୍ରୋ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। ସୂଚନାଥାଉ କି, କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବାକୁ ଥିବା ୩୫ଟି କେନ୍ଦ୍ରୀୟ ଉଦ୍ୟୋଗକୁ ଚିହ୍ନଟ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଏୟାର ଇଣ୍ଡିଆ, ପଓ୍ବନ ହଂସ, ବିଇଏମ୍‌ଏଲ୍‌, ସ୍କୁଟର୍ସ ଇଣ୍ଡିଆ, ଭାରତ ପମ୍ପସ କମ୍ପ୍ରେସର୍ସ , ଭଦ୍ରାବତୀ, ସେଲ୍‌ ଅଧୀନ ସାଲେମ ଏବଂ ଦୁର୍ଗାପୁର ୟୁନିଟ ରହିଛି। ଏହାଛଡ଼ା ହିନ୍ଦୁସ୍ତାନ ଫ୍ଲୁରୋକାର୍ବନ, ହିନ୍ଦୁସ୍ତାନ ନ୍ୟୁଜପ୍ରିଣ୍ଟ, ଏଚ୍‌ଏଲ୍‌ଏଲ୍‌ ଲାଇଫ କେୟାର, ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ, ବ୍ରିଜ ଆଣ୍ଡ ରୁଫ୍‌ ଇଣ୍ଡିଆ, ଏନଏମଡିସିର ନାଗରନାର ଷ୍ଟିଲ୍‌ ପ୍ଲାଣ୍ଟ, ସିମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏବଂ ଆଇଟିଡିସି ମଧ୍ୟ ବିକ୍ରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

୪୦ଲକ୍ଷ ପାର୍‌ କରିବ ୧୦ଗ୍ରାମ୍‌ ସୁନା, ବିବାହ ଋତୁରେ କୋଟିଏ ଛୁଇଁବ!

ନୂଆଦିଲ୍ଲୀ,୧୬।୧: ଦେଶରେ ସୁନା ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି, ଯାହା ଧୀରେ ଧୀରେ ସାଧାରଣ ଲୋକଙ୍କ ହାତପାଆନ୍ତାରୁ ଦୂରେଇ ଯାଉଛି। ଆଜି ଦିଲ୍ଲୀ, ଜୟପୁର,...

ଖାଲି ଘର ଅଛି କି? ଭଡା ନ ଦେଇ ଏମିତି କରନ୍ତୁ, କମାଇବେ ମୋଟା ଅଙ୍କର ଟଙ୍କା…

ଯଦି ଆପଣଙ୍କର ଏକ ଖାଲି ଘର ଅଛି ଏବଂ ଆପଣ ଏହାକୁ ପାରମ୍ପରିକ ଉପାୟରେ ଘରଭଡ଼ା ଦେବାକୁ ଚାହୁଁନାହାଁନ୍ତି, ତେବେ ଭଡ଼ା ଅପେକ୍ଷା ଅଧିକ ରୋଜଗାର...

ମିଶିଯିବ ୨ଟି ବଡ଼ ବ୍ୟାଙ୍କ୍‌! ଖାତାରେ ଟଙ୍କା ଥିଲେ…

ନୂଆଦିଲ୍ଲୀ,୧୬।୧: ସରକାର ଦୁଇଟି ବଡ଼ ସାର୍ୱଜନୀନ କ୍ଷେତ୍ରର ବ୍ୟାଙ୍କକୁ ମିଶ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବ୍ୟାଙ୍କଗୁଡ଼ିକୁ ମଜବୁତ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା...

୧ ଏପ୍ରିଲରୁ ଟୋଲ ପ୍ଲାଜା ନିୟମରେ ବଡ଼ ପରିବର୍ତ୍ତନ: ଜାଣିରଖନ୍ତୁ ନଚେତ୍‌…

ନୂଆଦିଲ୍ଲୀ,୧୬।୧: ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ରାଜପଥ ଯାତ୍ରାକୁ...

“ଭାରତ ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ”: IMF

ନୂଆଦିଲ୍ଲୀ,୧୬ା୧: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଏକ ବଡ଼ ଘୋଷଣା କରିଛି। IMF ର ଯୋଗାଯୋଗ ବିଭାଗ ନିର୍ଦ୍ଦେଶିକା ଜୁଲି...

ସୁନା ନା ତେଲ, ବର୍ତ୍ତମାନ ଦୁନିଆରେ କେଉଁଟା ସବୁଠୁ ଅଧିକ ଶକ୍ତିଶାଳୀ? ଉତ୍ତର ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୫।୧: ଗତ ପାଞ୍ଚ ବର୍ଷ ମଧ୍ୟରେ, ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ଉଭୟ ମୂଲ୍ୟବାନ ଧାତୁ ସମସ୍ତ ମୂଲ୍ୟ ରେକର୍ଡ...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୪।୧: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri