Posted inଜାତୀୟ

ରାଷ୍ଟ୍ରପତି ଶାସନ ଜାରି ହେଲେ ସୁପ୍ରିମକୋର୍ଟ ଯାଇପାରେ ଶିବସେନା !

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଜାରି କରାଯିବ ବୋଲି ଆଲୋଚନା ହେଲାଣି। ମଙ୍ଗଳବାର ରାତି ସୁଦ୍ଧା ଯଦି କୌଣସି ଦଳ ସରକାର ଗଢିବାକୁ ଅସମର୍ଥ ହୁଅନ୍ତି ତେବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି କୁହାଯାଉଛି। ରାଜ୍ୟପାଳ ସରକାର ଗଢିବାକୁ ଏନ୍‌ସିପିକୁ ୨୪ ଘଣ୍ଟା ଅର୍ଥାତ୍‌ ମଙ୍ଗଳବାର ରାତି ୮ଟା ୩୦ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ସରକାର ଗଠନ ଲାଗି କୌଣସି ନିଷ୍ପତ୍ତି ନିଆଯାଇ ନ ପାରିଲା ତେବେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବେ। ହେଲେ ଏହାକୁ ନେଇ ଏବେଠାରୁ ଶିବସେନା ଓ କଂଗ୍ରେସ ପ୍ରସ୍ତୁତ ହୋଇ ରହିଲେଣି। ଯଦି ଏମିତି ହୁଏ ତେବେ ଏହି ୨ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଏନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, କପିଲ ଶିବଲ ଓ ଅହମ୍ମଦ ପଟେଲଙ୍କ ସହ କଥା ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସନ: ଆଜି ଦାଖଲ ହେବ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ,୫।୩: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏନଡିପିଏସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବ। ଏହି...

କେରଳ ଛୁଇଁଲା ମୌସୁମୀ

ଥିରୁଭାନନ୍ତପୁରମ୍‌,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟର ୪୦ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୨୮ ।୧୧: ସିବିଆଇ ଦ୍ୱାରା ଶନିବାର ୩ ରାଜ୍ୟର ୪୦ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥିରେ କୋଇଲା...

ଇତିହାସ ରଚିବେ ନୀତିଶ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟ ସହିତ ନୀତୀଶ କୁମାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ୭...

ନମୋ ଟିଭି ପ୍ରସାରଣରେ ଇସିଙ୍କ କଟକଣା

ନୂଆଦିଲ୍ଲୀ,୧୮ା୪(ପି.ଟି): ନିର୍ବାଚନ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ ‘ସାଇଲେନ୍ସ ପିରିୟଡ୍‌’ରେ ଭାଜପା ପ୍ରାୟୋଜିତ ନମୋ ଟିଭି ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ପ୍ରସାରଣ ନ କରିବାକୁ ନିର୍ବାଚନ...

ଚାଷୀଙ୍କୁ ମେଘାଳୟ ରାଜ୍ୟପାଳଙ୍କ ସମର୍ଥନ

ନୂଆଦିଲ୍ଲୀ,୧୬।୩: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ସମର୍ଥନ କରିଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା...

ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର...

ଅବସ୍ଥା କହୁଛି ନେତୃତ୍ୱ କେମିତି

ନୂଆଦିଲ୍ଲୀ,୧୯ା୫: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ କୋଭିଡ୍‌-୧୯ ମହାମାରୀକୁ ଦେଶ ପାଇଁ ସ୍ବାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ...

Advertisement


Archives

Model This Week

Why Dharitri