Posted inଜାତୀୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୪ ବର୍ଷରେ ପାଦ ଦେଲେ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୧।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୭୪ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଭାଜପାର ଅନ୍ୟ ବରିଷ୍ଠ ସଦସ୍ୟ ରାମନାଥଙ୍କୁ ଜନ୍ମ ଦିନର ଶୁଭ କାମନା ଜଣାଇଛନ୍ତି। ୧୯୪୫ ଅକ୍ଟୋବର ୧ରେ ସେ ଉତ୍ତରପ୍ରଦେଶର ପରାଉଖଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମଇକୁଲାଲ୍‌ କୋବିନ୍ଦଙ୍କର ଏକ ଛୋଟ ଦୋକାନ ଥିଲା। ଝାଟିମାଟି ଘରେ ଜନ୍ମ ହୋଇଥିବା ରାମନାଥ ଗାଁଠାରୁ ୮ କିମି ଦୂରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କୁ ପାଠ ପଢ଼ିବା ପାଇଁ ଚାଲିଚାଲି ଯିବାକୁ ପଡୁଥିଲା। ସେତେବେଳେ ତାଙ୍କ ଗାଁରେ କାହା ପାଖରେ ସାଇକେଲ ମଧ୍ୟ ନ ଥିଲା। ୧୯୯୧ରେ ସେ ଭାଜପାରେ ଯୋଗଦେଇଥିଲେ। ୧୯୯୪ ଏପ୍ରିଲ୍‌ରେ ଉତ୍ତରପ୍ରଦେଶରୁ ରାଜ୍ୟସଭା ଏମ୍‌ପି ହୋଇଥିଲେ। ୨୦୧୫ ଅଗଷ୍ଟ ୮ରେ ସେ ବିହାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୭ ଜୁଲାଇ ୨୫ରେ ସେ ଦେଶର ୧୪ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୧ର ପ୍ରଥମ ୩ ମାସ ମଧ୍ୟରେ ମିଳିବ କରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି କେତେକ ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ହର୍ଷବର୍ଦ୍ଧନ କହିଛନ୍ତି ଯେ,...

ଖାତାକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର...

ଜଲିକାଟ୍ଟୁର ଆଇନଗତ ବୈଧତା କାଏମ…

ଚେନ୍ନାଇ,୧୮।୫ : ଜଲିକାଟ୍ଟୁଙ୍କୁ ଏକ ଖେଳ ଭାବରେ ସ୍ବୀକୃତି ଦେଇଥିବା ତାମିଲନାଡୁ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଅଦାଲତ ଦର୍ଶାଇଛନ୍ତି ତାମିଲନାଡୁ କ୍ରୁଏଲିଟି ଟୁ...

ଆନ୍ଦୋଳନରୁ ଓହରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଦଳ ଛାଡିଲେ ଆଇଟି ଓ୍ବିଙ୍ଗ୍‌ର ୧୩ ପଦାଧିକାରୀ

ଚେନ୍ନାଇ,୮।୩: ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ଚେନ୍ନାଇ ୱେଷ୍ଟରେ ଆଇଟି ୱିଙ୍ଗର ୧୩ଜଣ ଅଧିକାରୀ ବୁଧବାର ଏକତ୍ରିତ ଭାବେ ଭାଜପା ଦଳ ଛାଡ଼ିଛନ୍ତି।...

ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୋଦିଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ, ୩।୧୦: ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଚାକିରିରୁ ଅବସର ନେବାର...

ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…

ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ...

ତାଣ୍ଡବ ରଚି ଆମର ଧର୍ଯ୍ୟ ପରୀକ୍ଷା କରୁଛି କରୋନା: ମୋଦି…

ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ଘୂର୍ଣ୍ଣି ଝଡ଼ ଭଳି ଦେଶକୁ ବିପର୍ଯ୍ୟସ୍ତ କରି ଦେଇଛି। ଦେଶରେ ତାଣ୍ଡବ ରଚି କରୋନା ଆମର ଧର୍ଯ୍ୟ ପରୀକ୍ଷା କରୁଛି ବୋଲି...

Advertisement
Archives

Model This Week