Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ
ଆଜି ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ସକାଶେ ଚିନ୍ତିତ ରହିପାରନ୍ତି ା ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନ ଓ ସକାଳୁଆ ଯାତ୍ରା ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ ଓ ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ। ଉପରିସ୍ଥଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ।
ବୃଷ
ବୃଷ
ସ୍ବାସ୍ଥ୍ୟ ବିଶେଷ ଭଲ ନ ଥିଲେ ମଧ୍ୟ ଗୁରୁତର ସମସ୍ୟା ରହିବ ନାହିଁ। ଆର୍ଥିକ ଅଭାବ ଓ ଅନଟନକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ ସମସ୍ୟା ସାମୟିକ ଲାଗିରହିବାରୁ କର୍ମକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁ ମିଳନ, କଳା, ସାହିତ୍ୟ, ସଭା ସମିତିରେ ସମ୍ମାନିତ ହେବେ।
ମିଥୁନ
ମିଥୁନ
ପୂର୍ବପରିକଳ୍ପିତ ନୂତନ ଯୋଜନା, ସ୍ଥଗିତ କାମ ଓ ପାରିବାରିକ ସମସ୍ୟାକୁ ସୁଧାରି ନେବେ। ସହନଶୀଳତା ଓ ଉଦାରତା ଗୁଣରୁ ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର ନ କଲେ ପରେ ଅନୁତାପ କରିବେ। ବାଣିଜ୍ୟ, ଆଲୋଚନା, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ।
କର୍କଟ
କର୍କଟ
ଅନୁକୂଳ ଗ୍ରହସ୍ଥିତି ଆପଣଙ୍କ ପାରିବାରିକ ଜୀବନ ଓ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟଲାଭର ସୌଭାଗ୍ୟ ପାଇ ଖୁସି ହେବେ। ବିଗତ ଦିନଗୁଡ଼ିକରୁ ରହିଯାଇଥିବା କାମ ସହଜ ଓ ସୁବିଧାରେ ହୋଇପାରିବ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବାର ଆଶା ରହିଛି।
ସି˚ହ
ସି˚ହ
ଅପ୍ରିୟ ସତ୍ୟ କହିବାରୁ କିଛିଟା ସମସ୍ୟା ଓ ବିରୋଧର ସମ୍ମୁଖୀନ ହେବେ। ବ୍ୟବସାୟ, ପରିବହନ, ଜମିଜମା, କଳକାରଖାନାରୁ ଲାଭବାନ୍‍ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ସହ ହଠାତ୍‍ ମନୋମାଳିନ୍ୟ ଘଟିପାରେ ା
କନ୍ୟା
ବାରମ୍ବାର ପ୍ରତିବନ୍ଧକ ଲାଗିରହୁଥିବାରୁ କାମ ବିଳମ୍ବରେ ସମ୍ପନ୍ନ ହେବ। ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି କିନ୍ତୁ ତାହା କାମକୁ ଆସି ନ ପାରେ। ସହୃଦୟତା କାରଣରୁ ନିଜର ଆତ୍ମୀୟସ୍ବଜନଙ୍କ ସମସ୍ୟା ପାଇଁ ଚିନ୍ତା ବଢିପାରେ। ଆଇନ ଅଦାଲତ, ସଭାସମିତି, ସାହିତ୍ୟ, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।
ତୁଳା
ତୁଳା
ଆଜିର ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ,ଯୋଗାଯୋଗ, ଜମିଜମା କାରବାର ପାଇଁ ଶୁଭପ୍ରଦ ହେବ। ସୁସମ୍ପର୍କ ଅଭାବରୁ ନିଜ ଲୋକଙ୍କ ଉପରେ ଭରସା କରିପାରିବେ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ପରୋକ୍ଷ ଶତ୍ରୁତା ହେତୁ ସାମୟିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ବିଛା
ବିଛା
ଆଜି ଯାହା ପାଇବା ପାଇଁ ଭାବୁଛନ୍ତି ତାହା ପାଇବେ କିନ୍ତୁ ସମୟକୁ ଅପେକ୍ଷା କରିବାକୁ ପଡ଼ିପାରେ। ପରୋକ୍ଷ ଶତ୍ରୁତାଜନିତ କୌଣସି ଗୁଜବ ଅଶାନ୍ତିର କାରଣ ହେବ। ଆବଶ୍ୟକତା ପୂରଣ କରିବା ସକାଶେ ବିଶେଷ ଚିନ୍ତା କରିବାକୁ ପଡ଼ିବାର ଆଶଙ୍କା ରହିଛି। ପାରିବାରିକ ବନ୍ଧୁ ମିଳନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାଜନିତ ଆନନ୍ଦିତ ହୋଇପାରନ୍ତି।
ଧନୁ
ଧନୁ
କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି।
ମକର
ମକର
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ପ୍ରତ୍ୟେକ କାମକୁ ଦୃଢ଼ ପଦକ୍ଷେପ ନେଇ ହାସଲ କରିପାରିବେ। ଭୁଲ୍‍ ବୁଝାମଣାରୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ପରୋକ୍ଷ ଶତ୍ରୁତାରୁ କାମ ହାସଲରେ ପ୍ରତିବନ୍ଧକ ଦେଖାଦେବ। ପୁତ୍ରକନ୍ୟାଙ୍କୁ କେନ୍ଦ୍ରକରି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି।
କୁମ୍ଭ
କୁମ୍ଭ
ବିଶିଷ୍ଟବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କୁ ନୂତନ ଭାବରେ କାମ କରିବାକୁ ଅନୁପ୍ରେରିତ କରିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‍ ଦୂର ଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‍ ହୋଇପାରନ୍ତି। ଆଇନ, ଅଦାଲତ ଓ ସାଂଗଠନିକ କାମରେ ସଫଳତା ହେତୁ ମାନସିକ ସ୍ଥିତି ଠିକ୍‍ ରହିବ।
ମୀନମୀନ

ବନ୍ଧୁମାନଙ୍କ ସାହାଯ୍ୟରେ ପରିବାରରେ ସମସ୍ୟା ସମାଧାନ ହେବା ସାଙ୍ଗକୁ ଟେନସନ୍‍ କମିଯିବ। କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ା

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତି କାରଣରୁ ମାନସିକ ସୁସ୍ଥତା ସାଙ୍ଗକୁ ଅର୍ଥ ସମ୍ପଦ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଶନିବାର, ନଭେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ମୃଗଶିରା ନକ୍ଷତ୍ରରେ ରହି ଯାତ୍ରା, ବ୍ୟବସାୟ, ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୭ ତାରିଖ – Daily Horoscope

ମେଷ ଆଜି ବିଳାସକାରକ ଶୁକ୍ର କୋଣାଧିପତି ରବିଙ୍କ ସହ ଅବସ୍ଥାନକରି ପାରିବାରିକ ଜୀବନକୁ ରସାଣିତ କରିବେ। ବସ୍ତ୍ରଭୂଷଣ ପ୍ରାପ୍ତି , ହସଖୁସିର ବାତାବରଣ ମଧ୍ୟରେ ଦିନଟି...

ରାଶିଫଳ: ବୁଧବାର, ନଭେମ୍ବର ୬ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ମନରେ ଅସ୍ଥିରତା ଲାଗି ରହିବାରୁ ଅନ୍ୟମାନଙ୍କ କଥା ଠିକ୍‍ ଥିଲେ ମଧ୍ୟ...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଶନି ସହ ଚନ୍ଦ୍ରଙ୍କ ସଂଯୋଗ ନିରୁତ୍ସାହିତ କରିପାରେ। ଧାର୍ମିକ କାର୍ଯ୍ୟରେ ବ୍ୟୟ ସାଙ୍ଗକୁ ଆନୁଷଙ୍ଗିକ ସହଯୋଗ ଅଭାବରୁ କୌଣସି କାମ ସମ୍ପନ୍ନ କରି...

ରାଶିଫଳ: ସୋମବାର , ନଭେମ୍ବର ୩ ତାରିଖ – Daily Horoscope

ମେଷ ପୂର୍ବରୁ ସ୍ଥିରୀକୃତ କୌଣସି କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି।...

ରାଶିଫଳ: ରବିବାର, ନଭେମ୍ବର ୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ବି...

ରାଶିଫଳ: ଶନିବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ ପ୍ରଭାବରେ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri