Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ
କୌଣସି ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ଦୀର୍ଘ ସମୟ କାର୍ଯ୍ୟବ୍ୟସ୍ତ ରହି ଏକ ପ୍ରକାର କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ପରିବାରର ସମର୍ଥନ ବିନା କାମ ନ କରିବା କାରଣରୁ ସଦସ୍ୟମାନଙ୍କ ରୋଷର କାରଣ ହେବେ। ସ୍ତ୍ରୀଙ୍କ ସମ୍ପର୍କରେ, ବାଣିଜ୍ୟ କ୍ଷେତ୍ରରେ, ପ୍ରତିଦ୍ୱନ୍ଦ୍ୱିତା କାରଣରୁ କିମ୍ବା ଜମିଜମା ସମ୍ବନ୍ଧୀୟ ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ଶୁକ୍ରଙ୍କ ପ୍ରଭାବରୁ ଅର୍ଥଗତ ସମ୍ପର୍କକୁ ଦୃଢ଼ୀଭୂତ କରିବେ।
ମିଥୁନ
ମିଥୁନ
କେତେକ କ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ଆମତ୍ବଡ଼ିମା ପ୍ରକାଶକରି ଉପହସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବା ସୂଚନା ରହିଛି। କଳା,ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ, କିନ୍ତୁ ଅର୍ଥ ସଙ୍କଟର ଆଶଙ୍କା ଦେଖାଦେଇପାରେ।
କର୍କଟ
କର୍କଟ
ମନରେ ଆବେଗ ଭରି ରହିବ ଏବଂ କୌଣସି ସ୍ଥିର ନିଷ୍ପତ୍ତି ନେଇପାରିବେ ନାହିଁ। ପାରିବାରିକ ଜୀବନରେ ସୁଖଦ ଅନୁଭୂତି ଅର୍ଜନ କରିବେ। ଯାନବାହନ, କଳା, ରଚନାମତ୍କ କାର୍ଯ୍ୟରେ ଅଭିରୁଚି ବଳିବ। ଏହା ସାଙ୍ଗକୁ ପରିସ୍ଥିତି ଯେତେ ଭଲ ବା ଖରାପ ହେଉନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସଙ୍କୁଚିତ କରି ରଖିପାରନ୍ତି।
ସି˚ହ
ସି˚ହ
ଆଜି ଆପଣ ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ପାଇଲେ ମଧ୍ୟ ସାମୟିକ ବିଭିନ୍ନ ପ୍ରକାର ଅସ୍ବାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। ଏଣେ ପିଲାଙ୍କ ଜଞ୍ଜାଳ, ପରସ୍ପର ବିପରୀତ ପରିସ୍ଥିତିରେ ମନ ଦୋଳାୟମାନ ହେବାର ସୂଚନା ରହିଛ। ଅଫିସରେ କୌଣସି ଫାଇଲ କାମ ସମ୍ପର୍କରେ ଉପରିସ୍ଥଙ୍କୁ କୈଫିୟତ୍‌ ଦେବାକୁ ପଡ଼ିବ।
କନ୍ୟା
ପୂର୍ବ ଯୋଜନାନୁଯାୟୀ କାମକୁ ବଢ଼ାଇ ନିଅନ୍ତୁ, ଦେଖିବେ ସବୁ କିଛି ଠିକ୍‌ଠାକ୍‌ ଚାଲିବ। ପରିଣାମ କ’ଣ ହେବ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସାମାନ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଭିତରେ କାମ ହାସଲ କରିହେବ। ପ୍ରଶାସନ କିମ୍ବା ରାଜନୀତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ତୁଳା
ତୁଳା
ପରିବାରରେ ସଦାବେଳେ ଅଶାନ୍ତି ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। ସାମାଜିକ ସ୍ତରରେ ନିଜକୁ ଆଗରେ ରଖିପାରିବେ ନାହିଁ , ଫଳରେ ପଶ୍ଚାତାପ କରି ପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଘର ସାଜସଜ୍ଜା, ଗାଡ଼ି ମୋଟରାଦି ଯାନ୍ତ୍ରିକ ଜିନିଷର ମରାମତିରେ ଅଧିକ ସମୟ ନେଇପାରନ୍ତି।
ବିଛା
ବିଛା
ଅଧିକାଂଶ ସମୟ ସ୍ବାସ୍ଥ୍ୟ ଭଲ ରହୁ ନ ଥିବାରୁ ମନରେ ଉଦ୍‌ବେଗ ଭରି ରହିବ। ନିଜ ବାସସ୍ଥାନ ନିକଟରେ ରହୁଥିବା ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କୁ ମିଛ କଥା କହିବାର ସୂଚନା ରହିଛି। ବାଣିଜ୍ୟ, ବ୍ୟବସାୟ, ସଙ୍ଗଠନ, ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତି ତଥା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ପାରିବାରିକ ଶାନ୍ତି ଭାରାକ୍ରାନ୍ତ ମନକୁ ସାମୟିକ ଲାଘବ କରିବାର ସୂଚନା ରହିଛି। ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ହୋଇପାରେ। ସନ୍ତାନ, ଶିକ୍ଷା ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଅଫିସ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ ଏବଂ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ହଟିଯିବ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଅତି ଭଲ ସମ୍ପର୍କ ରହିଥିବା ଲୋକ ପାଖରେ ଭୁଲ୍‌ କାମ କରି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବାକୁ ପଡ଼ିପାରେ। ଭୁଲ୍‌ବଶତଃ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟି ହେବା ଆଶଙ୍କା ରହିଛି। ଅନ୍ୟମାନଙ୍କ ପ୍ରରୋଚନାରେ ନିଜର ଆତ୍ମୀୟା ଜଣେ କିଛି ସମସ୍ୟା ସୃଷ୍ଟିରେ ସାହାଯ୍ୟକାରୀ ସାଜିପାରନ୍ତି। ପରିବାରରେ ପିଲାମାନଙ୍କ ସମସ୍ୟା ନେଇ ଚିନ୍ତା ବଢ଼ିପାରେ। ଅନଟନ ଦୂରେଇବା ସକାଶେ ଧାରକରଜ କରିବାକୁ ବାଧ୍ୟ ହେବାକୁ ପଡ଼ିବ।
ମୀନମୀନ
ନୂତନଭାବରେ ଆରମ୍ଭ କରିବାକୁ ଯାଉଥିବା କାମଟିରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହେବା ଆଶଙ୍କା ରହିଛି। ନୂତନ ଗାଡ଼ି, ମୋଟର, ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ସୂଚନା ରହିଛି। ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମକରି ପ୍ରଶଂସିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ ଆପଣଙ୍କୁ ଅନେକ ମାନସିକ ଦ୍ୱନ୍ଦ୍ୱ ଓ ଆଶା, ନିରାଶା ମଧ୍ୟରେ ଦିନଟି କଟଇବାକୁ ପଡିପାରେ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ରରେ ସବୁ କାମ...

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୨୪ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ମନେ ପକାଇପାରିବେ ନାହିଁ। ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ। ଶତ୍ରୁତାର ସମାଧାନ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିବାକୁ ମନସ୍ଥ କରିପାରନ୍ତି। କର୍ମକ୍ଷେତ୍ରରେ...

ରାଶିଫଳ: ଶନିବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଲ-ନାମାକ୍ଷର ବ୍ୟକ୍ତିଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। କଳା,...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ଶନି ଓ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିବ। ଅବୁଝା ବନ୍ଧୁମାନଙ୍କୁ ମନ...

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ସପ୍ତମାଧିପତି ଦ୍ୱାଦଶସ୍ଥାନକୁ ଦେଖୁଥିବାରୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସ୍ବଗୃହୀ ଶନିଙ୍କ ପ୍ରଭାବରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିବା...

ରାଶିଫଳ: ଗୁରୁବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ମାନସିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ଆଲୋଚନାରେ, ଜମିଜମା କାରବାରରେ, ହୋଟେଲଶିଳ୍ପ,ରେଷ୍ଟୁରାଣ୍ଟ ଆଦି ବ୍ୟବସାୟରେ ଶୁଭଫଳ ପାଇବେ। ଅଫିସରେ...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ବଳହୀନ ବାଣୀକାରକ ବୁଧ ଯୁକ୍ତ ହେତୁ ବନ୍ଧୁ ଓ ପରିବାର ସହ କଥାରେ କଥାରେ କଳହ ଘଟିପାରେ। କର୍ମକ୍ଷେତ୍ରରେ କୈାଣସି ଘଟଣାକୁ...

Advertisement
Archives

Model This Week