Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ
ବାରମ୍ବାର ପ୍ରତିବନ୍ଧକ ମଧ୍ୟଦେଇ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଅର୍ଥଶ୍ରାଦ୍ଧ ଓ ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ। ବନ୍ଧୁମାନଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଘର ଲୋକ ମାନଙ୍କ ଉପରେ ଅଯଥା ବିରକ୍ତିି ପ୍ରକାଶ କରନ୍ତୁ ନାହିଁ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମତଭେଦ କାରଣରୁ ପାରିବାରିକ ଅସ୍ଥିରତା ସଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସମସ୍ୟା ବହୁଳ ରହିବ। ଆଜି ସହକର୍ମୀଙ୍କ ସହାୟତାରେ ଅର୍ଥଲାଭ ସଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ଘରର କେତେକ ବ୍ୟତିକ୍ରମ ବିଷୟକୁ ନେଇ ଚିନ୍ତା ପ୍ରକଟ କରି ପାରନ୍ତି। କମ୍ପାନୀ କାମରେ ମାଲିକ ସହ ଛୋଟ କଥାରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।
ମିଥୁନ
ମିଥୁନ
ଆତ୍ମୀୟ ସ୍ବଜନଙ୍କ ସହ ଭୁଲ୍‌ ବୁଝାମଣାରୁ କଳହ ସୃଷ୍ଟିର ସମ୍ଭାବନା ରହିଛି। ରାଜନୀତି, ସଭାସମିତି ଓ ଆନୁଷ୍ଟାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତିି। ପ୍ରିୟବନ୍ଧୁଙ୍କ ପ୍ରଭାବରେ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ଅସାବଧାନତା କାରଣରୁ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ।
କର୍କଟ
କର୍କଟ
ପାରିବାରିକ ଜୀବନରେ ବ୍ୟୟବହୁଳ ଖର୍ଚ୍ଚ ମାନସିକ ସ୍ଥିତିକୁ ପ୍ରଭାବିତ କରିବ। ନିଜର ସ୍ବାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିପାରନ୍ତି। ବନ୍ଧୁମାନଙ୍କ ସାହାଯ୍ୟରେ ବାଣିଜ୍ୟ,ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦ୍ବର ଅବସାନ ଘଟିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ମନ କଥା ମନ ଭିତରେ ସାଇତି ରଖି ନିତିଦିନିଆ କାମ ସକାଶେ ସକାଳୁ ସକାଳୁ ବାହାରିବାକୁ ପଡିପାରେ। କୌଣସି କାମ ସକାଶେ ବାରମ୍ବାର ଅସଫଳତା ହେତୁ ନିଜ ଲୋକମାନଙ୍କ ଉପରୁ ଭରଷା ତୁଟି ଯାଇପାରେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
କନ୍ୟା
ଆପଣଙ୍କ ସୁଚିନ୍ତିତ ଯୋଜନା ଅନୁଯାୟୀ କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ତଥାପି ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ରପ୍ତାନୀ ବାଣିଜ୍ୟ, ପରିବହନ ଓ ନୂତନ ବ୍ୟବସାୟରେ ଆଶା ଜନକ ଫଳ ପାଇବେ। ବନ୍ଧୁଙ୍କ କଥା ଓ କାମକୁ ପ୍ରାଧାନ୍ୟ ଦେଇ ଘର କାମକୁ ଅବହେଳା କରିପାରନ୍ତି।
ତୁଳା
ତୁଳା
ବୃଥା ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ମନକୁ ବିଭ୍ରାନ୍ତ କରିପାରେ। ତଥାପି ସ୍ବାତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟରୁ ଉତ୍ସାହିତ ହେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ସରସତା ରହିବ ନାହିଁ। କାର୍ଯ୍ୟସାଧନ କ୍ଷେତ୍ରରେ ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ପାଇ ଖୁସୀ ହେବେ।
ବିଛା
ବିଛା
କୌଣସି ନୂତନ ବନ୍ଧୁତ୍ୱ ସଙ୍ଗକୁ କର୍ମକ୍ଷେତ୍ର ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହେବ। କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିଯିବାର ଆଶଙ୍କାକୁ ଏଡି ହେବନାହିଁ। ବୃଥା ସନ୍ଦେହ ଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କଳା,ସାହିତ୍ୟ, ରାଜନୀତିରେ ଚେଷ୍ଟା ସଫଳ ହେବେ।
ଧନୁ
ଧନୁ
କୌଣସି ଆନୁଷ୍ଠାନିକ ମଧ୍ୟରେ ପ୍ରିୟ ବନ୍ଧୁଙ୍କର ସାନ୍ନିଧ୍ୟ ଲାଭରୁ ଆନନ୍ଦ ଅନୁଭବ କରିବେ। ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇ ପାରନ୍ତି। ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟରେ ଟେନସନ୍‌ କିଛି ମାତ୍ରାରେ କମିଯିବ। କେତେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା ସକାଶେ ବାଧ୍ୟ ହୋଇପାରନ୍ତି।
ମକର
ମକର
କୌଣସି କାମ ନ ଅଟକିଲେ ମଧ୍ୟ କାମ ହାସଲର ଦୀର୍ଘତା ମନକୁ ଭାରାକ୍ରାନ୍ତ କରିବ। ଏହା ସଙ୍ଗକୁ ସଦା ସର୍ବଦା ରୋଗ, ଋଣ ଓ ଶତ୍ରୁତା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ। ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍‌ ହେବ ନାହିଁ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ମନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। କିନ୍ତୁ ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ କିଛି କରିବା ସକାଶେ ଯାହା ଓ ଯେପରି ଭାବୁଛନ୍ତି ଶୀଘ୍ର ଆରମ୍ଭ କରନ୍ତୁ, ସଫଳତା ନିଶ୍ଚିତ ମିଳିବ। ସାମ୍ବାଦିକତା, ପ୍ରଶାସନ, ପ୍ରକାଶନ, ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ।
ମୀନମୀନ
ଧୀରେ ଧୀରେ ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ ଓ ବିଦେଶଯାତ୍ରା, ମାଲିମକଦ୍ଦମା, ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ। ନିଜ ପରିବାର ସମ୍ଭନ୍ଧରେ କୌଣସି ସୂତ୍ରରୁ ଶୁଣା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। କର୍ମକ୍ଷେତ୍ରରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Rasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?