Posted inଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ପାଟନା ମହାବୀର ମନ୍ଦିର ପକ୍ଷରୁ ୧୦ କୋଟି ଟଙ୍କା ଦାନ

ପାଟନା,୯।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଟ୍ରଷ୍ଟ ଗଠନ କରାଯିବା ପରେ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାର ପାଟନାରେ ଥିବା ମହାବୀର ମନ୍ଦିର ପକ୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଦାନ କରାଯାଇଛି। ମହାବୀର ମନ୍ଦିର ଟ୍ରଷ୍ଟର ସମ୍ପାଦକ କିଶୋର କୁନାଲ କହିଛନ୍ତି ସେ ସେଠାକୁ ଯାଇ ପ୍ରଥମେ ୨ କୋଟି ଟଙ୍କାର ଏକ ଚେକ୍‌ ପ୍ରଦାନ କରିବେ। ଏହାପରେ କିସ୍ତି ଅନୁଯାୟୀ ସର୍ବମୋଟ ୧୦ କୋଟି ଟଙ୍କା ମନ୍ଦିର ପକ୍ଷରୁ ଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ମହାବୀର ମନ୍ଦିର ଦାନ ବାକ୍ସରୁ ୧୮୧୮ ମସିହାର ୩୦ଟି କଏନ ବାହାରିଥିବା ବେଳେ ଏଥିରେ ରାମ, ସୀତା, ଲକ୍ଷ୍ମୀ ଓ ହନୁମାନଙ୍କ ଛବି ଥିବାରୁ ଏହାକୁ ମଧ୍ୟ ଅଯୋଧ୍ୟା ରାମ ମନ୍ଦିରକୁ ଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପୂର୍ବରୁ ହାପୁଡ଼ରେ ଧାରା ୧୪୪ ଲାଗୁ

ହାପୁଡ଼,୨୬।୨: ପର୍ବପର୍ବାଣି ଋତୁରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉତ୍ତରପ୍ରଦେଶ ହାପୁଡ଼ରେ ଧାରା ୧୪୪ ଲାଗୁ କରାଯାଇଛି। ବୁଧବାର ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି)...

୨୨ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ, ୨୭ା୩: ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ବିଭିନ୍ନ ପ୍ରଶାସନିକ କଟକଣା ସତ୍ତ୍ୱେ ଏହାକୁ ରୋକିବା କଷ୍ଟକର ହୋଇପଡ଼ିଛି। ଅଦ୍ୟାବଧି...

ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି ଆତଙ୍କବାଦୀଙ୍କ ଚେର

ଶ୍ରୀନଗର,୧୫।୯: କଠୁଆରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ପଚରା ଉଚରା ପରେ ବଡ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏମାନେ ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ କିଛି...

ଯେଉଁ ମନ୍ଦିରରେ ଲଙ୍କାରେ କରାଯାଏ ଅଭିଷେକ

ତାମିଲନାଡୁର ସବୁଠାରୁ ବଡ ଜିଲା ବିଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଅରୋବିଲେ ଇଣ୍ଟରନ୍ୟାଶନାଶନାଲ ଟାଉନ୍‌ସିପ୍‌ ନିକଟରେ ଥିବା ଗାଁ ଇଧ୍ୱାଂଚବାଡିରେ ରହିଛି ବର୍ନା ମୁଥୁ ମରିୟମ୍ମମ ମନ୍ଦିର।...

କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ୧କୋଟି ଟଙ୍କା ସହ ଜଣକୁ ଚାକିରି

ପୁଣେ,୧୦।୪: ପୁଣେ ମ୍ୟୁନିସିପାଲ କର୍ପୋରେଶନର କୌଣସି କର୍ମଚାରୀଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା...

ବିଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ,୨୬।୪: ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। ଫଳରେ ଅନେକ ଭାରତୀୟ ଫେରି ନ ପାରି ବିଭିନ୍ନ ଦେଶରେ ଅଟକି ରହିଛନ୍ତି। ଲକ୍‌ଡାଉନ...

୧୩ ଚମରୀ ଗାଈ-୪ ବାଛୁରୀ ଚାଇନାକୁ ଫେରାଇଲେ ଭାରତୀୟ ଯବାନ

କାମେଙ୍ଗ, ୮।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମାତ୍ର ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସୀମାକୁ...

ମୁସଲମାନଙ୍କୁ ସରକାରୀ ଚାକିରି ମିଳିବା ନେଇ ପ୍ରତିକ୍ରିୟା ରଖିଲେ ଏଆଇୟୁଡିଏଫ୍‌ ଅଧ୍ୟକ୍ଷ

ଗୁଆହାଟି,୨୯।୧୦: କିଛି ଦିନ ପୂର୍ବରୁ ଆସାମ ସରକାର ସରକାରୀ ଚାକିରି ନେଇ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ...

Coronavirus Update

Archives

Model This Week

Why Dharitri