ରାମ୍‌କୋ ସିମେଣ୍ଟ ପକ୍ଷରୁ ସହାୟତା

ନୂଆଦିଲ୍ଲୀ, ୩।୪: କୋଭିଡ-୧୯ ବିରୋଧୀ ଲଢେଇରେ ରାମ୍‌କୋ ସିମେଣ୍ଟ ଯୋଗଦାନ ରଖିଥିବା ସୂଚନା ଦେଇଛି। କମ୍ପାନୀ ଓଡିଶା ସମେତ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ନାଟକ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ମିଳିତ ହୋଇ ଏ ଦିଗରେ ନିଜର ଯୋଗଦାନ ରଖିଛି। ଓଡ଼ିଶା ଏବଂ ତାମିଲନାଡୁରେ କମ୍ପାନୀ ମେଡିକାଲ ଯନ୍ତ୍ରାଂଶ ଯୋଗାଣ ଦିଗରେ ଯୋଗଦାନ ରଖିଛି। ଏହା ମଧ୍ୟରେ ଅକ୍ସିଜେନ କନ୍‌ସେନଣ୍ଟ୍ରେଟର, ପ୍ରୋଟେକ୍ଟିଭ ଗିୟର ଅନ୍ୟ ଡିଭାଇସ ସାମିଲ ରହିଛି। ଏହା ବାଦ ଲକ୍‌ଡାଉନ ସମୟରେ ଲୋକଙ୍କ ଲାଗି ଖାଦ୍ୟପାନୀୟ ବ୍ୟବସ୍ଥା ଜିଲାପାଳ, ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ହାତକୁ ନିଆଯାଇଛି। କମ୍ପାନୀ ଏହାର ୪ଟି ଫ୍ୟାକ୍ଟ୍ରିରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି। କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଲଗାତର ନଜର ରଖାଯାଇଛି। ଯାନଗୁଡିକରେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ଫ୍ୟାକ୍ଟ୍ରି ଭିତରକୁ ପ୍ରବେଶ କରୁଥିବା ପ୍ରତିକର୍ମଚାରୀଙ୍କ ପରୀକ୍ଷା କରାଯାଇ ସୁସ୍ଥତା ନିଶ୍ଚିତ କରାଯାଉଛି। କର୍ମଚାରୀଙ୍କୁ ୩୦ ହଜାର ଫେସ୍‌ମାସ୍କ ଏବଂ ସାବୁନ ପ୍ରଦାନ କରାଯାଇଛି। ସେହିଭଳି ଆଇସୋଲେଶନ ସୁବିଧା, କେତେକ ସ୍ଥାନରେ ଦୈନିକ ମଜୁରୀ ଭିତ୍ତିରେ କାମ କରୁଥିବା ଦାଦନ ଶ୍ରମିକଙ୍କ ଲାଗି ଆର୍ଥତ୍କ ପ୍ରୋତ୍ସାହନ ଏବଂ ଫ୍ୟାକ୍ଟ୍ରି ନିକଟବର୍ତ୍ତୀ ଗ୍ରାମଗୁଡିକରେ କରୋନା ଜନିତ ସଚେତନତା ହାତକୁ ନିଆଯାଇଛି। କରୋନା ବିରୋଧୀ ଲଢେଇରେ ସରକାରଙ୍କ ସହ ମିଳିତ ହୋଇ ଯୋଗଦାନ ରଖୁଥିବା କମ୍ପାନୀର ସିଇଓ ଏ.ଭି.ଧର୍ମକ୍ରିଷ୍ଣନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେମି କଣ୍ଡକ୍ଟର ୟୁନିଟ ବସାଇବ ଟାଟା

ମୁମ୍ବାଇ, ୨୭।୧୧: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଘରୋଇ ବଜାରରେ ସେମି କଣ୍ଡକ୍ଟର ୟୁନିଟ ବସାଇବା ଯୋଜନା ରଖିଛି। ପ୍ରକ୍ରିୟା ସହ ଜଡ଼ିତ ୨...

ବ୍ୟାଙ୍କଗୁଡ଼ିକର କ୍ରେଡିଟ୍‌ ଗ୍ରୋଥ୍‌ ୧୩%

ନୂଆଦିଲ୍ଲୀ, ୧୯ ।୬: ଦେଶର ବ୍ୟାଙ୍କଗୁଡ଼ିକର ଋଣରେ ବୃଦ୍ଧି (କ୍ରେଡିଟ୍‌ ଗ୍ରୋଥ୍‌) ଗତ ୩ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତଥ୍ୟରୁ...

ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି...

ନୀରବ ମୋଦିଙ୍କ ରିମାଣ୍ଡ ବଢିଲା

ନୂଆଦିଲ୍ଲୀ,୧୮-୧୦: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ରିମାଣ୍ଡ ଅବଧିକୁ ନଭେମ୍ବର ୧୧ଯାଏ ବଢାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୩,୫୦୦ କୋଟିରୁ ଉର୍ଦ୍ଧ୍ୱ ଋଣ ଠକେଇ...

ସମ୍ବଲପୁରରେ ରାପିଡୋ ବାଇକ୍‌ ସେବା ଶୁଭାରମ୍ଭ

ସମ୍ବଲପୁର,୨୧-୬: ପ୍ରମୁଖ ବାଇକ୍‌ ଟାକ୍ସି ସେବା ପ୍ରଦାନକାରୀ ରାପିଡୋ ପକ୍ଷରୁ ସମ୍ବଲପୁରରେ ସେବା ଶୁଭାରମ୍ଭ କରାଯାଇଛି। ଟ୍ରାଫିକ ଅସୁବିଧାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ଏକ...

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ...

ଅଭିବୃଦ୍ଧି ପୂର୍ବାନୁମାନ ୫.୧%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୨-୧୨: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୫.୧%କୁ କମାଇଛି। ନିଯୁକ୍ତି ହ୍ରାସ, ଗ୍ରାମାଞ୍ଚଳରେ ଚାହିଦା...

ରେପୋ ରେଟ୍‌ କମାଇଲା ଆର୍‌ବିଆଇ: ୩ ମାସ ଋଣ କିସ୍ତି ବନ୍ଦ

ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ...

Advertisement
Archives

Model This Week