ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କମ୍ପାନୀ ନୂଆ କରି ଆଣିଥିବା ସୁପରଷ୍ଟିଲ ସିମେଣ୍ଟ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ଆସନ୍ତା ବର୍ଷ ରାମ୍‌କୋ ଏହାର ଯାଜପୁରସ୍ଥିତ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି। ପ୍ଲାଣ୍ଟର କାର୍ଯ୍ୟ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଏହାକୁ ଶୀଘ୍ର ଶେଷ କରି ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ହେଲେ କମ୍ପାନୀ ଓଡ଼ିଶା ବଜାରରେ ସ୍ଥିତିକୁ ଆହୁରି ଦୃଢ କରିବ ବୋଲି ମାର୍କେଟିଂ ବିଭାଗ ଡିଜିଏମ୍‌ ପ୍ରତୀକ କୁମାର ରାଏ କହିଛନ୍ତି। ଭାଇଜାଗ ପ୍ଲାଣ୍ଟ ପରେ କମ୍ପାନୀ ଓଡ଼ିଶା ବଜାରରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା। ନିରନ୍ତର ଭିତ୍ତିରେ ଓଡିଶାରେ କମ୍ପାନୀ ଏହାର ବିକ୍ରି ବଢାଇ ଚାଲିଛି। ବର୍ତ୍ତମାନ ଏହା ୬୫ ହଜାର ଟନ୍‌ର ସାମଗ୍ରୀ ବିକ୍ରି କରୁଛି। ରାଜ୍ୟରେ ୭୦୦ ଡିଲର ଏବଂ ୧୦୦୦ ରିଟେଲରଙ୍କ ସହ ଏହା କାର୍ଯ୍ୟ କରୁଥିବା କହିଛି। କାର୍ଯ୍ୟକ୍ରମରେ ଡିଜିଏମ୍‌ ସିଦ୍ଧାର୍ଥ କୁମାର ସାହୁଙ୍କ ସମେତ କମ୍ପାନୀର ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ପୋରେଟ ଟିକସ ହ୍ରାସକୁ ନେଇ ସ୍ପଷ୍ଟ କଲେ ସୀତାରାମନ୍‌; ବର୍ତ୍ତମାନ ବିତ୍ତୀୟ ନିଅଣ୍ଟ ସଂଶୋଧନ ହେବ ନାହିଁ

ନୂଆଦିଲ୍ଲୀ,୨୩-୯: କର୍ପୋରେଟ, ମିନିମମ୍‌ ଅଲ୍ଟରନେଟ ଟିକସ ତଥା ହୋଟେଲ ଶିଳ୍ପ ପାଇଁ ଟିକସ ହ୍ରାସ ଘୋଷଣା କରାଯିବା ଯୋଗୁ ବିତ୍ତୀୟ ନିଅଣ୍ଟ ଉପରେ ଚାପ ବଢ଼ିବ...

ଜାନୁୟାରୀ ୭ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ବନ୍ଦ

ନୂଆଦିଲ୍ଲୀ,୩୧।୧୨: କୋଭିଡ୍‌-୧୯ ମହାମାରୀର ନୂଆ ଷ୍ଟ୍ରେନ୍‌ କାରଣରୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା...

ଶିଳ୍ପ ୟୁନିଟ୍‌ଗୁଡିକରେ ଶ୍ରମିକ ସମସ୍ୟା

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ସଂକ୍ରମଣର ଭୟାବହତା କାରଣରୁ ସରକାର ଦେଶରେ ଲକଡାଉନ କଟକଣା ଜାରି କରିଥିଲେ। ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ସରକାର ଲକଡାଉନ କଟକଣା କୋହଳ...

ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ବିକ୍ରି ହେବ

ନୂଆଦିଲ୍ଲୀ,୮-୭: କେନ୍ଦ୍ର ସରକାର କ୍ଷତିରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି କରିଦେବା ଲାଗି ନୂତନ ଭାବେ ବିଚାର କରୁଛନ୍ତି। ନୂଆ...

ଖସିପାରିବେନି ଟିକସ ଖିଲାପୀ;ଜରିମାନା ଦେଲେ ମଧ୍ୟ ଯିବେ ଜେଲ୍‌

ନୂଆଦିଲ୍ଲୀ,୧୮-୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଳାଧନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ଏବେ ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ...

ପ୍ରଥମ ତ୍ରୈମାସ ଅଭିବୃଦ୍ଧି ୧୧.୫% ରହିପାରେ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧୧.୫% ରହିପାରେ। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୮.୪%ରୁ ୧୦.୧% ରହିପାରେ...

ଆସାମରେ ୧୩ ହଜାର କୋଟି ନିବେଶ କରିବ ଓଏନ୍‌ଜିସି

ନୂଆଦିଲ୍ଲୀ,୧୨-୯: ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଆସାମରେ ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନୀ ଆସନ୍ତା ୫ ବର୍ଷରେ...

ଇଏମ୍‌ଆଇରେ ମୋରାଟୋରିୟମ ଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ,୧। ୪: କୋଭିଡ-୧୯ ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କ ଇକ୍ୱେଟେଡ ମନ୍ଥଲି ଇନଷ୍ଟଲମେଣ୍ଟ (ଇଏମ୍‌ଆଇ) ଆଦାୟ ଉପରେ ୩ ମାସର ଆଶ୍ୱସ୍ତି ପ୍ରଦାନ କରିବା ନେଇ...

Advertisement
Archives

Model This Week