Posted inଜାତୀୟ

ରାମମନ୍ଦିରର ଭୂମି ପୂଜା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କଲେ ଟ୍ରଷ୍ଟର ସଦସ୍ୟ

ଅଯୋଧ୍ୟା,୨୧।୨: ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହେବ ନାହିଁ, କେବଳ ଭୂମି ପୂଜା ହେବ। ଆଉ ଏହି ପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ସୂଚନା ଦେଇଛନ୍ତି। ଗୁରୁବାର ମହନ୍ତ ନୃତ୍ୟ ଗୋପାଳଙ୍କ ନେତୃତ୍ୱରେ ଟ୍ରଷ୍ଟର ସଦସ୍ୟ ମୋଦିଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ବୈଠକ ଥିବା ବେଳେ ମୋଦିଙ୍କ ସହ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ରହିଥିଲା। ଏହି ବୈଠକରେ ମୋଦି ଟ୍ରଷ୍ଟର ସଦସ୍ୟଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ। ଏହାପରେ ଟ୍ରଷ୍ଟର ସଦସ୍ୟମାନେ ମୋଦିଙ୍କୁ ଅଯୋଧ୍ୟା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଏହାର ଉତ୍ତରରେ ମୋଦି କହିଛନ୍ତି, ଖୁବ୍‌ ଶୀଘ୍ର ସେ ଅଯୋଧ୍ୟା ଆସିବେ। ଅପରପକ୍ଷେ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତେ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି। ହେଲେ ଆଉ ନୁହେଁ, ଏବେ ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଉ ବୋଲି ମହନ୍ତ ନୃତ୍ୟ ଗୋପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୩।୩: ସ୍ତ୍ରୀ କୌଣସି ସମ୍ପତ୍ତି ନୁହେଁ। ତାଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି ସମୟରେ...

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସନ: ଆଜି ଦାଖଲ ହେବ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ,୫।୩: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏନଡିପିଏସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବ। ଏହି...

ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି: ଅଗଷ୍ଟ ୧୨ରେ ୧୮୦ ଦେଶରେ ହେବ ପ୍ରସାରିତ

ନୂଆଦିଲ୍ଲୀ,୨୯।୭: ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ଅଗଷ୍ଟ ୧୨ ରାତି ୯ଟାରେ ହେବ।...

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ...

ପ୍ରଦୂଷଣ ବର୍ଷକରେ ନେଇଛି ୯୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୧୯ା୫: ସାରା ବିଶ୍ୱରେ ପ୍ରଦୂଷଣ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଉଭାହୋଇଛି। କେବଳ ୨୦୧୯ରେ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଲୋକ ମୃତ୍ୟୁମୁଖରେ...

କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ ଏବଂ ଲଦାଖରେ ରହିବ ୨ ଜିଲା

ଶ୍ରୀନଗର, ୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଘୋଷଣା ପରେ ଏଣିକି କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୨୦ଟି ଜିଲା ରହିବ। ସେହିପରି ଲଦାଖରେ ୨...

ସଚିବାଳୟରେ ବୋମା ଆତଙ୍କ

ମୁମ୍ବାଇ,୩୦।୫: ମହାରାଷ୍ଟ୍ର ବିଧାନସଭା ସଚିବାଳୟରେ ଏକ ବୋମା ରଖାଯାଇଥିବା ସୂଚନା ମିଳିଛି। କଣ୍ଟ୍ରୋଲ ରୁମରୁ ଏହି ସୂଚନା ପାଇବା ପରେ ମୁମ୍ବାଇ ପୋଲିସର ବୋମା ନିଷ୍କ୍ରୀୟକାରୀ...

ମୁସଲମାନ ବିବାହରେ ନିମନ୍ତ୍ରଣ ଦେଉଛନ୍ତି ଭଗବାନ ଗଣେଶ

ମିରଟ,୨୮।୨: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପା ଯାଇଛି। ଯେଉଁଥିରେ ହିନ୍ଦୁ ଦେବତା ଗଣେଶଙ୍କ ଫଟୋ ଦେଖିବାକୁ...

Advertisement
Archives

Model This Week