ରାନବାକ୍ସିର ପୂର୍ବତନ ପ୍ରମୋଟରଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାନବାକ୍ସିର ପୂର୍ବତନ ପ୍ରମୋଟର ଭ୍ରାତା ମାଲବିନ୍ଦର ମୋହନ ସିଂହ(୪୫) ଏବଂ ଶିବିନ୍ଦର ମୋହନ ସିଂହ(୪୩)ଙ୍କ ଘରେ ଗୁରୁବାର ଚଢ଼ାଉ କରିଛି। ମନିଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଥିଲା ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ। ଦୁଇ ଭାଇଙ୍କ ବିରୋଧରେ ରେଲିଗେୟାର ଏଣ୍ଟରପ୍ରାଇଜେସ୍‌ ଏବଂ ଫର୍ଟିସ ହେଲ୍‌ଥକେୟାରରେ ଆର୍ଥିକ ଅନୀୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ରେଲିଗେୟାର ଫିନଓ୍ବେଷ୍ଟ ଲିମିଟେଡ ପକ୍ଷରୁ ଗତବର୍ଷ ଡିସେମ୍ବରରେ ଦୁଇ ଭାଇ ମାଲବିନ୍ଦର ଓ ଶିବିନ୍ଦରଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଥିଲା। ଚଳିତବର୍ଷ ମେ’ରେ ସେମାନଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା। ସେମାନଙ୍କ ବିରୋଧରେ ୭୪୦ କୋଟି ଟଙ୍କାର ଜାଲିଆତି ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଇଡି ପକ୍ଷରୁ ସେମାନଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଦାଏର କରାଯାଇଥିଲା। ଅନ୍ୟପକ୍ଷରେ ରାନବାକ୍ସିର ଦୁଇ ଭାଇ ମାଲବିନ୍ଦର ଓ ଶିବିନ୍ଦରଙ୍କ ସହ ଜାପାନର ଔଷଧ ନିର୍ମାତା ଡାଏଚି ସାଙ୍କ୍ୟୋର ବିବାଦ ଲାଗି ରହିଛି। ୪୦୦୦ କୋଟି ଟଙ୍କାର ବିବାଦ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ। ଏଥିରେ ଅବହେଳା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଆଇଏମ୍‌ ପକ୍ଷରୁ କ୍ୱାଣ୍ଟ ଫଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୨: ପୋର୍ଟଫୋଲିଓ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ମାର୍ସେଲସ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ମ୍ୟାନେର୍ଜ୍‌ସ (ଏମ୍‌ଆଇଏମ୍‌) ପ୍ରା.ଲିଃ ପକ୍ଷରୁ ଏକ ସ୍ବତନ୍ତ୍ର କ୍ୱାଣ୍ଟ-ଆଧାରିତ ଫଣ୍ଡ୍‌ ମାର୍ସେଲସ୍‌ ମେରିଟର୍‌କ୍ୟୁ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର...

ଏସିଆର ବିତ୍ତଶାଳୀ ଶିଳ୍ପପତି ପାଲଟିଲେ ମୁକେଶ ଅମ୍ବାନୀ: ପଛରେ ପଡ଼ିଲେ ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା

ନୂଆଦିଲ୍ଲୀ/ବେଜିଂ,୨୩।୪: ଫେସ୍‌ବୁକ୍‌ ସହିତ ରିଲାଏନ୍ସ୍‌ ଜିଓର ଚୁକ୍ତିପରେ ମୁକେଶ ଅମ୍ବାନୀ ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏହାପୂର୍ବରୁ ଏହି...

ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି।...

୧୭ରୁ ମିଳିବନି ଜୋମାଟୋରେ ଗ୍ରୋସରି ସାମଗ୍ରୀ

ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ତା’ର ଗ୍ରୋସରି ଡେଲିଭରି ସେବାକୁ ୧୭ ସେପ୍ଟେମ୍ବରରୁ ବନ୍ଦ କରିବ ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀ ଏନ୍‌ସିଆରବାସୀ...

ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ...

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ...

ଫ୍ରିଡମ୍‌ ଅଏଲର ଜିଲାସ୍ତରୀୟ ରିଟେଲର୍ସ ମିଟ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ଖାଇବା ତେଲ ଫ୍ରିଡମ୍‌ ଅଏଲର ଓଡ଼ିଶା ବଜାର ପକ୍ଷରୁ ସୋମବାର ଏକ ଜିଲାସ୍ତରୀୟ ରିଟେଲର୍ସ ମିଟ୍‌ ସତ୍ୟମ୍‌ ଡିଷ୍ଟ୍ରିବ୍ୟୁଟର ଓ ରାଜ୍ୟଶ୍ରୀ ସପ୍ଲାୟର୍ସ୍‌...

Advertisement
Archives

Model This Week