ରାତିରେ ରାଜଧାନୀ ରାଜପଥରେ ରୋଡ୍‌ ରୋମିଓଙ୍କ ଉତ୍ପାତ: ଅଭିନେତ୍ରୀଙ୍କୁ ପିଛାକରି ଆତଙ୍କ ଖେଳାଇଲେ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଅସୁରକ୍ଷିତ ହେଉଛି ରାଜଧାନୀର ରାତି। ରାଜପଥଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ଉତ୍ପାତ କରୁଛନ୍ତି ଅପରାଧୀ। ମଙ୍ଗଳବାର ବିଳମ୍ବିତ ରାତିରେ ସହରଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ରୋଡ୍‌ ରୋମିଓ ଆତଙ୍କ ଖେଳାଇଛନ୍ତି। ଶୁଟିଂ ସାରି କାର୍‌ରେ ଫେରୁଥିବା ଜଣେ ଅଭିନେତ୍ରୀ ଓ ସହଯୋଗୀଙ୍କ ପିଛା କରି ୩ କିମି ଧରି ନାନା ହଇରାଣ କରିଛନ୍ତି। ଅଶ୍ଳୀଳ ଇଙ୍ଗିତ, ଗାଳିଗୁଲଜ କରିବା ସହ ମଦ ବୋତଲରେ ନିଆଁ ଲଗାଇ ଧମକ ଦେଇଥିବା ଦୃଶ୍ୟ ଏବେ ଭାଇରାଲ ହୋଇଛି। ତେବେ ଅଭିଯୋଗ ସତ୍ତ୍ୱେ ନୟାପଲ୍ଲୀ ଥାନା ପୋଲିସ କେବଳ ପରାମର୍ଶ ଦେଇ ବିଦା କରିଦେଇଥିବାରୁ ଅଭିନେତ୍ରୀ ଜଣକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଭିଯୋଗ ଅନୁସାରେ, ଅଭିନେତ୍ରୀ ଓ ତାଙ୍କ ଟିମ୍‌ର ସଦସ୍ୟମାନେ ଶୁଟିଂ ସାରି ରାତିରେ ଫେରୁଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ବରମୁଣ୍ଡାରୁ ଓଭର ବ୍ରିଜ୍‌ ତଳ ବାମପାର୍ଶ୍ୱ ସର୍ଭିସ ରୋଡ୍‌ ଦେଇ ନୟାପଲ୍ଲୀ ଅଭିମୁଖେ ଯାଉଥିଲେ। ତଳ ରସ୍ତାରେ ପ୍ରବେଶ କରିବାର କିଛି ବାଟ ଯିବା ପରେ ହଠାତ୍‌ ଏକ ବାଇକ୍‌ରେ ୨ଜଣ ଯୁବକ ତାଙ୍କ କାର୍‌କୁ ପିଛା କରି ଗାଳିଗୁଲଜ କରୁଥିବା ଦେଖିଥିଲେ। ସେମାନେ କେତେବେଳେ କାର୍‌ ପାର୍ଶ୍ୱରେ ଅତି ନିକଟତର ହୋଇ ଯାଉଥିଲେ ତ ପୁଣି ଆଉ କେତେବେଳେ ସମ୍ମୁଖରେ ବାଟ ଓଗାଳିବାକୁ ଚେଷ୍ଟା କରୁଥିଲେ। ବାଇକ୍‌ ପଛରେ ବସିଥିବା ଯୁବକ ଶାର୍ଟ ଖୋଲି ହାତରେ ମଦ ବୋତଲ ଧରି ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏପରି କି କିଛିବାଟ ଯିବା ପରେ ମଦ ବୋତଲରେ ନିଆଁ ଲଗାଇ ଆତଙ୍କ ସୃଷ୍ଟି କରିଥିଲେ। ଏସବୁ କାର୍‌ନାମା ଦେଖି ଅଭିନେତ୍ରୀଙ୍କ ସମେତ କାର୍‌ରେ ଥିବା ଅନ୍ୟମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ। ସେମାନେ ୧୦୦କୁ କଲ କରିଥିଲେ ମଧ୍ୟ ବହୁ ବିଳମ୍ବରେ ପିସିଆର୍‌ ପୋଲିସ ପହଞ୍ଚତ୍ଥିଲା। ସେତେବେଳକୁ ଉତ୍ପାତ କରୁଥିବା ଦୁଇ ରୋଡ୍‌ ରୋମିଓ ଉଭାନ ହୋଇଯାଇଥିଲେ। ପରେ ସେମାନେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ଉକ୍ତ ବାଇକ୍‌ ଦେଖିଲେ ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କରି ଜଣାଇବାକୁ ପରାମର୍ଶ ଦେଇଥିଲେ। ପୋଲିସ ନିକଟରୁ ସନ୍ତୋଷଜନକ ଉତ୍ତର ନ ପାଇ ଶେଷରେ ଅଭିନେତ୍ରୀ ଓ ଅନ୍ୟମାନେ ଥାନାରୁ ଫେରି ଆସିଥିଲେ ବୋଲି ସେମାନେ ଗଣମାଧ୍ୟମକୁ କହିଛନ୍ତି। ଘଟଣା ସଂକ୍ରାନ୍ତରେ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri