ରାତିରେ ଭିଜାଇ ସକାଳୁ ଖାଆନ୍ତୁ ଅଲ୍‌ମଣ୍ଡ, ମିଳିବ ଏସବୁ ଫାଇଦା

ଶୀତଦିନେ ଅନେକ ଲୋକ ଡ୍ରାଏଫ୍ରୁଟ୍ସକୁ ଖାଦ୍ୟପେୟରେ ସାମିଲ କରିଥାଆନ୍ତି। ସେଥିମଧ୍ୟରୁ ଅଲମଣ୍ଡ (ବାଦାମ) ଅନ୍ୟତମ। ଏହା ଉପାଦେୟ ପୋଷକ ତତ୍ତ୍ୱରେ ଭରପୂର। ବିଶେଷକରି ତ୍ୱଚା ଓ କେଶ ପାଇଁ ଏହା ଭଲ। ତେବେ ବାଦାମରୁ ଅଧିକ ଲାଭ ପାଇବା ପାଇଁ ଏହାକୁ ରାତିରେ ଭିଜାଇ ସକାଳେ ଖାଆନ୍ତୁ।

ଅଲ୍‌ମଣ୍ଡରେ ଭିଟାମିନ୍‌ ଇ, ଫାଇବର, ଓମେଗା ୩ ଫ୍ୟାଟି ଏସିଡ୍‌, ପ୍ରୋଟିନ୍‌ ରହିଛି। ଏତଦ୍‌ବ୍ୟତୀତ ମାଙ୍ଗାନିଜ୍‌, ପୋଟାସିୟମ୍‌ ମଧ୍ୟ ରହିଛି। ଏସବୁ ଗୁଣ ପାଇଁ ବାଦାମକୁ ‘ସୁପରଫୁଡ୍‌’ ମଧ୍ୟ କୁହାଯାଏ।

ଜାଣନ୍ତୁ ଏହାକୁ ସେବନ କରିବାର ଲାଭ:– ଓଜନ ଏବଂ ମଧୁମେହ (ଡାଇବେଟିସ୍‌) ନିୟନ୍ତ୍ରିତ ରଖେ: ଅଲ୍‌ମଣ୍ଡରେ ଥିବା ଫାଇବର ଓ ପ୍ରୋଟିନ୍‌ ଯୋଗୁ ଏହାକୁ ସେବନ କଲେ ପେଟ ଭର୍ତ୍ତିଥିବା ଭଳି ଲାଗେ। ଏଣୁ ବ୍ୟକ୍ତି କମ୍‌ ଖାଦ୍ୟ ସେବନ କରନ୍ତି। ସେହିଭଳି ଏହା ପାଚନକ୍ରିୟାକୁ ଅଧିକ ତ୍ୱରାନ୍ବିତ କରିଥାଏ। ଫଳରେ ଓଜନ ନିୟନ୍ତ୍ରଣରେ ରୁହେ। ବାଦାମରେ ଥିବା ମ୍ୟାଗ୍ନେସିୟମ ମଧୁମେହରୁ ରକ୍ଷା କରିଥାଏ।

-ହୃଦୟ ପାଇଁ ଜରୁରୀ ଅଲମଣ୍ଡ: ହୃଦ୍‌ରୋଗର ପ୍ରମୁଖ କାରଣ ମଧ୍ୟରୁ କୋଲେଷ୍ଟରଲ ଅନ୍ୟତମ। ହେଲେ ଅଲ୍‌ମଣ୍ଡ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧିତ ରୋଗ ହୋଇ ନ ଥାଏ। ବିଶେଷଭାବେ ହାର୍ଟ ଆଟାକ୍‌ର ସମ୍ଭାବନା କମ୍‌ ହୋଇଥାଏ। ଏହାଛଡ଼ା ବାଦାମରେ ଥିବା ଭିଟାମିନ ଇ ହୃଦୟ ଏବଂ ବୟସାଧିକ ଯୋଗୁ ଆଖି ଉପରେ ପଡ଼ୁଥିବା ଖରାପ ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ।

-ମଜଭୁତ କରେ କେଶ: ଅଲମଣ୍ଡରେ ସେବନ କେଶ ପାଇଁ ଅତ୍ୟନ୍ତ ଭଲ। ଏଥିରେ ଥିବା ଓମେଗା ଫ୍ୟାଟି ଏସିଡ୍‌ ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ଠିକ୍‌ କରିଥାଏ। ଏହା କେଶ ପାଇଁ ମଧ୍ୟ ଭଲ। ନିୟମିତ ଅଲ୍‌ମଣ୍ଡ ସେବନ କରିବା ଦ୍ୱାରା କେଶ ମଜଭୁତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଦ୍ଧିମତ୍ତା ବିକାଶ ଅନ୍ତରାଳେ..

ଜଣେ ବ୍ୟକ୍ତିର ବୁଦ୍ଧିମତ୍ତା ତାଙ୍କର ବ୍ୟବହାର ଉପରେ ନିର୍ଭର କରେ। ନିଜର ବ୍ୟକ୍ତିତ୍ୱକୁ ଆହୁରି ପରିପ୍ରକାଶ କରିବା ପାଇଁ ଉତ୍ତମ ବ୍ୟବହାରର ଆବଶ୍ୟକତା ରହିଛି। ତେବେ...

ଘରେ ଏସବୁ ସ୍ଥାନରେ ରଖନ୍ତୁ ଔଷଧ, ଶୀଘ୍ର ହେବେ ରୋଗମୁକ୍ତ !

କାଶୀ,୧୧।୨: ଜୀବନର ଭରପୁର ଆନନ୍ଦ ନେବା ସହିତ ସର୍ବଦା ଚଳଚଞ୍ଚଳ ରହିବା ପାଇଁ ସୁସ୍ବାସ୍ଥ୍ୟର ଆବଶ୍ୟକତା ରହିଛି। ଘରେ ବାସ୍ତୁ ଅନୁସାରେ ବିଭିନ୍ନ ସାମଗ୍ରୀ ରଖିଲେ...

ବୈବାହିକ ଜୀବନ ସୁଖମୟ ପାଇଁ: ଶୋଇବା ସମୟରେ କରନ୍ତୁ ଏହି ସବୁ କାମ

ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ...

ଶରୀରରେ ଏସବୁ ଲକ୍ଷଣ ଦେଖାଦେଉଛି କି? ହୋଇପାରେ…

ମହାମାରୀ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କାରଣ କମ୍‌ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ କରୋନା ବିଶେଷଭାବେ...

ପେଟ ସମସ୍ୟାରୁ ମୁକ୍ତି ଦେବା ସହ ତ୍ୱଚାକୁ ସୁନ୍ଦର ରଖିଥାଏ ଭେଣ୍ଡି

ଭେଣ୍ଡି ଖାଇବାକୁ କେତେଜଣଙ୍କୁ ପସନ୍ଦ ହୋଇଥିବା ବେଳେ ଅନ୍ୟ କେତେଜଣ ଏହା ଲାଳୁଆ ଲାଗୁଥିବା କାରଣଯୋଗୁ ଖାଇବାକୁ ପସନ୍ଦ କରି ନ ଥାନ୍ତି। ମାତ୍ର ଏହା...

ଟାଇଫଏଡ୍‌ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ

ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର...

କାହିଁକି ଦିଆଯାଉଛି କରୋନା ଟିକାର ଦୁଇ ଡୋଜ୍‌, ଜାଣନ୍ତୁ ଏହା ପଛରେ ଥିବା ରୋଚକ ତଥ୍ୟ

ଭୂତାଣୁ ରୋକିବା ପାଇଁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ୧୮ରୁ ଅଧିକ ବୟସ୍କମାନଙ୍କୁ ଟିକାକରଣ କରାଯାଉଛି। ଭାରତରେ ଦୁଇଟି ଟିକା ଯଥା ପ୍ରଥମ...

କର୍ମଜୀବୀ ହୋଇଥିଲେ

ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସ୍‌ କାମ ବି ସମ୍ଭାଳିବାକୁ ହୋଇଥାଏ। ତେଣୁ ଉଭୟ କାମକୁ ଠିକ୍‌ ଭାବେ କରିବା ଲାଗି କେତେକ ଦିଗ...

Advertisement


Archives

Model This Week