ରାତିତମାମ୍‌ ଭିଜିଥିଲୁ

ମଡେଲ-କମ୍‌-ଆକ୍ଟର ଆରିଏନ ଧୀର କୁମାରଙ୍କୁ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ‘ଯୋଗୀ’ରେ ବ୍ରେକ୍‌ ମିଳିଥିଲା। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ପ୍ରଥମ ଥର ପାଇଁ ନାୟିକା ସାଜିଥିବା ନିକିତା। ଉକ୍ତ ଫିଲ୍ମରେ ଏହି ଯୋଡ଼ିକୁ ନେଇ ଏକ ବର୍ଷାଭିଜା ଗୀତ- ‘ଧୂଅଁ। ଧୂଅଁ।’ର ଦୃଶ୍ୟାୟନ କରାଯାଇଥିଲା। ଏହାର ଶୁଟିଂ ସମୟର ଅନୁଭୂତି ଏବେ ମଧ୍ୟ ଆରିଏନ୍‌ଙ୍କ ମନରେ ସତେଜ ହୋଇ ରହିଛି। ଏ ସମ୍ପର୍କରେ ସେ କହନ୍ତି, ‘ଗୀତର ଶୁଟିଂ ପୂର୍ବରୁ ସିକୁଏନ୍ସ ବିଷୟରେ ଆମକୁ ବୁଝାଇ ଦିଆଗଲା। ବର୍ଷାରେ ଭିଜି ଶଟ୍‌ ଦେବାକୁ ପଡ଼ିବ। ତେଣୁ ଏ ନେଇ ନିଜକୁ ପ୍ରସ୍ତୁତ କରିନେଲି। ପୁଣି ଶୀତ ରାତି ଆଉ ସେଥିରେ ବର୍ଷାରେ ଭିଜିଲେ ଯେମିତି ଲାଗୁଥିବ ଜାଣିପାରୁଥିବେ। ହେଲେ ଶଟ୍‌ ସହ ନିଜକୁ ଏମିତି ଜଡ଼ିତ କରିନେଇଥିଲି ଯେ ମୋତେ କିଛି ଜଣାପଡି ନ ଥିଲା। ରାତିତମାମ ଶଟ୍‌ ନିଆଗଲା ଆଉ ଆମ ଦୁହିଙ୍କୁ ବର୍ଷାରେ ଭିଜିବାକୁ ପଡିଥିଲା। ତା’ପରଦିନ ଯାଏ କୁଆଡ଼େ? ପ୍ରବଳ ଥଣ୍ଡା ଜ୍ୱର। ଏହି ଗୀତ କଥା ମୋର ମନେପଡେ, ତା’ସହ ସେହି ରାତିତମାମ ବର୍ଷାରେ ଭିଜିବା ଦୃଶ୍ୟ ସ୍ବତଃ ଆଖି ସାମ୍‌ନାକୁ ଚାଲିଆସେ ବୋଲି କହନ୍ତି ଆରିଏନ।’ ସୂଚନାଯୋଗ୍ୟ, ରେଞ୍ଜ୍‌ ରୟାଲ ସିନେ ଲ୍ୟାବ୍‌ ବ୍ୟାନରରେ ଏହି ଫିଲ୍ମର ଟାଇଟଲ ଭୂମିକାରେ ଅଭିନୟ କରିଥିଲେ ହର ରଥ ଏବଂ ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri