ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ

ବିରିଡ଼ି,୨୨।୭(ଡି.ଏନ.ଏ): ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରି ସଚେତନତା ଅଭିଯାନ ଆରମ୍ଭ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା ମଦମୁକ୍ତି ବାହିନୀ। ରବିବାର ମଦମୁକ୍ତି ବାହିନୀର କର୍ମକର୍ତ୍ତାମାନେ ବିରିଡ଼ି ବ୍ଲକ ୨୨ ମୌଜାର ବାଗଲପୁରଠାରେ ଥିବା ମହାନ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଚେତନତା ସଭା କରିଛନ୍ତି। ଏଥିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର କେନ୍ଦ୍ରୀୟ କମିଟି ସଦସ୍ୟ ପ୍ରିୟନାଥ ଆଚାର୍ଯ୍ୟ ଓ ମଦ ମୁକ୍ତି ବାହିନୀର କଟକ ଜିଲା ଆବାହକ ଲଲାଟେନ୍ଦୁ ପାତ୍ରଙ୍କ ସମେତ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ସଞ୍ଜୟ କୁମାର ରାଉତ, ଅସିତ ରାଉତ, ଦିଲୀପ ରାଉତ, ପଙ୍କଜ ପୃଷ୍ଟି, ଦିଲୀପ ସାହୁ, ଦିଲୀପ ମଲ୍ଲିକ, ରମଣ ମୁଦୁଲି, ମନୋଜ ବେହେରା, ସୁରେନ୍ଦ୍ର ମହାପାତ୍ର ଓ ବସନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ସରକାରଙ୍କ ମଦ ପ୍ରସାର ନୀତି ବିରୋଧରେ ବିଭିନ୍ନ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିଥିଲେ। ପ୍ରଥମେ ପ୍ରଭାତ ଫେରି କରାଯାଇଥିଲା। ମଦ ପ୍ରସାର ଫଳରେ ବହୁ ନୀରିହ ଜୀବନ ହାନି ଘଟୁଛି। ଅନେକ ପରିବାର ସର୍ବଶ୍ୱାନ୍ତ ହେଉଛନ୍ତି। ଏଣୁ ଲୋକମାନଙ୍କୁ ସଚେତନ କରିବା ସହ ମଦ ବିରୋଧରେ ଆନ୍ଦୋଳନ କରିବାକୁ ଆହ୍ବାନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଉଗାଁ ବ୍ଲକରେ ମିଳିତ ଜନଶୁଣାଣି ୮୯ ଅଭିଯୋଗ, ୮ ତ୍ୱରିତ ସମାଧାନ

ନାଉଗାଁ ,୧୪।୧ (ସ୍ବ.ପ୍ର.):ନାଉଗାଁ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୮୯ ଅଭିଯୋଗ ହୋଇଥିବା ବେଳେ ସେଥିରୁ ୮ଟିର...

ମିଶନ ଶକ୍ତି ଗୃହ ନିର୍ମାଣ ବିବାଦ ତେଜିଲା

ବିରିଡ଼ି,୧୧।୧୧(ଡି.ଏନ୍‌.ଏ.): ବିରିଡ଼ି ବ୍ଲକ ବତିମୀରା ପଞ୍ଚାୟତର ମିଶନ ଶକ୍ତି ଗୃହ ନିର୍ମାଣକୁ ନେଇ ବିବାଦ ତେଜିବାରେ ଲାଗିଛି। ବ୍ଲକ କର୍ତ୍ତୃପକ୍ଷ ଜନବସତିଠାରୁ ଦୂର ଗୋଚର କିସମ...

ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା...

ଦାମ ରାଉତଙ୍କ କାର୍‌ ଭଙ୍ଗାରୁଜା ଘଟଣା: ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଗିରଫ

କୁଜଙ୍ଗ/ରାହାମା,୨୧ା୨(ଡି.ଏନ୍‌.ଏ.):ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ କାର୍‌କୁ ଭଙ୍ଗାରୁଜା କରିବା ଘଟଣାରେ ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ପୋଲିସ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଜଣଙ୍କୁ...

ଦୁର୍ଘଟଣାରେ ଜଳିଗଲା କାର, ବାଇକ: ଚାଲିଗଲା ବାଇକ ଚାଳକଙ୍କ ଜୀବନ

ରଘୁନାଥପୁର,୧୩ା୧୨(ଡି.ଏନ୍‌.ଏ.)-ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା କଟକ ପାରାଦୀପ ରାସ୍ତାର ଗୋପାଳପୁରଠାରେ ରବିବାର ଏକ କାର ଓ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି।...

ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ରଘୁନାଥପୁର,୫ା୨(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ତରିକୁନ୍ଦ, ଜୟଶୋଳ ଓ ବରାଗୋଳ ପଞ୍ଚାୟତରେ ଦୀର୍ଘଦିନ ଧରି ରାସ୍ତାଘାଟ, ପାନୀୟଜଳ ଓ ଜନକଲ୍ୟାଣମୂଳକ ଯୋଜନାଗୁଡିକ ଠିକ୍‌ ଭାବେ...

ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ନାଉଗାଁ,୧୯ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ କେନ୍ଦ୍ର ଆଦିବାସୀ, ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ପୋଲିସ ୪ ଜଣଙ୍କ ନାମରେ ମିଥ୍ୟା ମାମଲା ରୁଜୁ...

ପାରାଦୀପ ବେଳାଭୂମିରୁ ବିରଳ ମୃତ ସ୍ପିନ୍ନର ଡଲ୍‌ଫିନ ଜବତ

ପାରାଦୀପ, ୧।୭(ସ୍ବ.ପ୍ର.): ପାରାଦୀପ ବେଳାଭୂମିର ହନୁମାନ ମନ୍ଦିର ପଛପଟେ ବୁଧବାର ସକାଳୁ ଏକ ମୃତ ସ୍ପିନ୍ନର ଡଲ୍‌ଫିନ ଦେଖିବାକୁ ମିଳିଥିଲା। ସେହି ଡଲ୍‌ଫିନକୁ କେତେଜଣ ଲୋକ...

Advertisement
Archives

Model This Week