ରାଜ୍ୟ ସରକାରଙ୍କୁ ବିଜୟଙ୍କ କଟାକ୍ଷ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଏକ ଦିଗହରା ନିଷ୍ପତ୍ତି, ରଣକ୍ଷେତ୍ର ପାଲଟିଲାଣି ଶ୍ରୀକ୍ଷେତ୍ର

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ କରାଯାଉଥିବା ଉଚ୍ଛେଦକୁ ନେଇ ବିଷଦ୍‌ଗାର କରିଛନ୍ତି ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର। ବୁଧବାର ଏନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ରାଜ୍ୟ ସରକାରଙ୍କ ଏକ ଦିଗହରା ନିଷ୍ପତ୍ତି। ଗତ ୭ ଦିନ ମଧ୍ୟରେ ଶ୍ରୀକ୍ଷେତ୍ର କୁରୁକ୍ଷେତ୍ର ପାଲଟିଲାଣି। ଏଭଳି କରିବାର ସରକାରଙ୍କ ସାମ୍ବିଧାନିକ ଏବଂ ମୌଳିକ ଅଧିକାର ନାହିଁ। ଯଦି ସରକାର ବିପି ଦାସ କମିଶନଙ୍କ ସୁପାରିଶରେ ଏହା କରୁଥିବେ ତେବେ ତାହା ବେଆଇନ। କାରଣ ବିପି ଦାସ କମିଶନ ଆନ୍ତରିଣ ରିପୋର୍ଟ ଦେଇଛନ୍ତି। ଏହା ଚୂଡ଼ାନ୍ତ ନୁହେଁ। କାରଣ ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଗଲା। କମିଶନଙ୍କ ରିପୋର୍ଟ ମଧ୍ୟ ବିଧାନସଭାରେ ଉପସ୍ଥାପନ ହୋଇନାହିଁ। ଏହାସତ୍ତ୍ୱେ ଉଚ୍ଛେଦ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ବୋଲି ବିଜୟ କହିଛନ୍ତି।
ସେହିଭଳି ବର୍ଷାଦିନେ ବଡ଼ଦାଣ୍ଡ ପାଣିରେ ଭାସୁଥିବା ଦେଇ ସେ କହିଛନ୍ତି, ନବକଳେବର ବେଳେ ସରକାର ୫ଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହାର ଫଳ କ’ଣ ହେଲା। ଯଦି ବାସ୍ତବରେ ଏତିକି ଟଙ୍କା ଖର୍ଚ୍ଚ ହୋଇଥାନ୍ତା ତେବେ ବଡ଼ଦାଣ୍ଡ ଭାସୁ ନ ଥାନ୍ତା। ଯେଉଁଠି ମୋଟା ଅନୁଦାନ ଥାଏ, ସେଠାରେ ଲୁଟ ପାଇଁ ବାଟ ଖୋଲିଯାଏ। ଲୋକଙ୍କୁ ତ୍ୟାଗ କରିବାକୁ କହି ସବୁ ଲୁଟିବେ, ତାହା ଚଳିବ ନାହିଁ ବୋଲି ବିଜୟ କଟାକ୍ଷ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ,୨ମାସରେ ୪ଜଣଙ୍କୁ ଫାଶୀ

କଟକ ଅଫିସ/ନିଶ୍ଚିନ୍ତକୋଇଲି,(ଡି.ଏନ୍‌.ଏ.),୨୦-୯:ବହୁଚର୍ଚ୍ଚିତ ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍‌ସୋ...

ବିଧାନସଭା ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଆଲୋଚନା: ଡାକ୍ତର ଅଭାବ ଦୂର ପାଇଁ ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାଁରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ କରାଯାଇଛି। ହେଲେ ସେଠାରେ ସାମାନ୍ୟତମ ଚିକିତ୍ସା...

ନୂଆ ରୂପ ପାଇବ ନୀଳାଚଳ ଅଶୋକ

ପୁରୀ ଅଫିସ,୨୯।୮: କେନ୍ଦ୍ର ସରକାର ନୂତନ ମୁଦ୍ରୀକରଣ ବ୍ୟବସ୍ଥା ଦ୍ୱାରା ଭାରତୀୟ ଅର୍ଥନୀତିକୁ ସବଳ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ...

ମର୍ଦ୍ଦରାଜପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି

ଖଣ୍ଡପଡ଼ା,୨୨ା୫(ସ୍ବ.ପ୍ର.)- ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବି ପରେ ଖଣ୍ଡପଡ଼ା ବ୍ଲକ ମର୍ଦ୍ଦରାଜପୁରଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର...

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟରେ ଡା. ରାମଚନ୍ଦାନୀ

ଚିପିଲିମା,୬ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲର ସିନିୟର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟରେ...

ଲାଞ୍ଚ ନେଇ ଧରାପଡ଼ିଲେ ଜଳଛାୟା ପ୍ରକଳ୍ପ ସହାୟକ

ବାଲିଗୁଡ଼ା,୨୫ା୫(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ର ନାଥ ସ୍ବାଇଁ ।...

ବମିଖାଲ ଅଞ୍ଚଳର ବୋଲି ଫେରାଇଦେଲା ହସ୍ପିଟାଲ, ଚାଲିଗଲା ଜୀବନ

ଭୁବନେଶ୍ୱର,୩।୫(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମଧ୍ୟ ଲୋକେ ଏହି ଅଞ୍ଚଳ ନଁା ଶୁଣିଲେ ଭୟ କରୁଛନ୍ତି। ଏପରିକି...

ଚିଲିକାରେ ମୁହାଣ ଖୋଲିବା ଆଶଙ୍କା, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ବ୍ରହ୍ମଗିରି, ୧୬ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜିଛି ମାଲେସିଆର କଣ୍ଟେନର। ଏହା ଯୋଗୁ ଚିଲିକାରେ ଆଉ ଏକ ନୂଆ ମୁହାଣ ଖୋଲିବାର ଆଶଙ୍କା କରାଯାଉଛି। ଏ...

Advertisement
Archives

Model This Week