ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ: ୩ ମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ୍‌ ଡକ୍ୟୁମେଣ୍ଟ ୩ ମାସ କୋହଳ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଶନିବାର ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ରାଜ୍ୟ ସରକାରଙ୍କୁ ଏକାଧିକ ପ୍ର୍ରଶ୍ନ କରିଛନ୍ତି। ଏହି ସମୟ ମଧ୍ୟରେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ। କାଗଜପତ୍ର ନ ଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କିଏ କ୍ଷତିପୂରଣ ଦେବ ବୋଲି କମିଶନ କହିଛନ୍ତି। କେବଳ ସେତିକି ନୁହେଁ ଲାଇସେନ୍ସ ଓ ବୀମା ନ ଥିବା ବ୍ୟକ୍ତି ୩ ମାସ ଗାଡ଼ି ଚଳାଇପାରିବେ କି ବୋଲି କମିଶନ ପ୍ରଶ୍ନ କରିଛନ୍ତି। ଏଥିସହ ସ୍କୁଲପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକର ନିୟମିତ ଚେକିଂ କରାଯାଉଛି କି ନାହିଁ ବୋଲି କମିଶନ ପ୍ରଶ୍ନ କରିଛନ୍ତି।

ପ୍ରକାଶଯୋଗ୍ୟ, ନୂଆ ନିୟମ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱର, କଟକ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖିଲାପକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା। ହେଲେ କିଛି ଦିନ ପରେ ଏହାକୁ ପ୍ରତିବାଦ କରାଯାଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ୩ ମାସ ପର୍ଯ୍ୟନ୍ତ ନିୟମକୁ କଡ଼ାକଡ଼ି ପାଳନ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୨୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧ା୪(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୬୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଘରୋଇ ହସ୍ପିଟାଲ ସ୍ଥିତି ପରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟ ଜାରିରହିଛି। ସ୍ବାସ୍ଥ୍ୟକର୍ମୀ, କୋଭିଡ୍‌ ଯୋଦ୍ଧା, ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯାଉଛି। ସମସ୍ତ ସରକାରୀ ହସ୍ପିଟାଲ ସମେତ କେନ୍ଦ୍ର ସ୍ବାସ୍ଥ୍ୟ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୬କୁ ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୪୩ କରୋନା ଆକ୍ରାନ୍ତ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି...

ବିପଦରେ ବ୍ରାହ୍ମଣୀ ବ୍ରିଜ୍‌

ଯାଜପୁର ଅଫିସ/ରଗଡ଼ି (ଡି.ଏନ.ଏ.),୫।୭: ଯାଜପୁର ଜିଲାର ବ୍ୟାସନଗର ତହସିଲରେ ମୋରମ ଏବଂ ଧର୍ମଶାଳା ତହସିଲରେ ବାଲି ଲୁଟ୍‌ ନିତିଦିନିଆ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରେ ଜଣେ ଚିହ୍ନଟ...

୪ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଇନ୍‌ଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ। ଗିରଫ ଅଭିଯୁକ୍ତମାନେ ହେଲେ ଓ-ଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣ...

୧୭ ବର୍ଷରେ ୨୦୫୦ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୧୨ ସଞ୍ଜମ ଓ ସତର୍କତା ଅବଲମ୍ବନ ଦ୍ୱାରା ଏଡ୍‌ସକୁ ରୋକିହେବ। ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଜିଲା ଏଡ୍‌ସ ମୁକ୍ତ...

ରଖିଲେ ଶିବ…

ତରବୋଡ/ନୂଆପଡା ଅଫିସ, ୮।୨: କଥାରେ ଅଛି ରଖିଲେ ଶିବ ମାରିବ କିଏ। ନୂଆପଡ଼ା ଜିଲା ଟାନୱାଟରେ ସୋମବାର ଏକ ଦୁର୍ଘଟଣା ଘଟିଛି ଯାହାକୁ ଦେଖି ଅଞ୍ଚଳବାସୀ...

Advertisement
Archives

Model This Week