Posted inଜାତୀୟ

ରାଜ୍ୟ ସଭାର ୨୫୦ତମ ଅଧିବେଶନର ସ୍ବତନ୍ତ୍ର ଆଲୋଚନା: ରାଜ୍ୟଗୁଡ଼ିକର ସମାନ ପ୍ରତିନିଧିତ୍ୱ ପ୍ରସ୍ତାବ

ନୂଆଦିଲ୍ଲୀ,୧୯ା୧୧(ପି.ଟି.): ରାଜ୍ୟ ସଭାରେ ରାଜ୍ୟଗୁଡିକର ସମାନ ପ୍ରତିନିଧିତ୍ୱ ରହିବା ଆବଶ୍ୟକ ବୋଲି ୨୫୦ତମ ଅଧିବେଶନ ଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାରେ ଭାଗନେଇ ସଦସ୍ୟମାନେ ମତ ଦେଇଛନ୍ତି। ସେହିପରି ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କର ସମୟସୀମା ଧାର୍ଯ୍ୟ ନ କରିବା ପାଇଁ ମଧ୍ୟ କେତେଜଣ ସଦସ୍ୟ ପ୍ରସ୍ତାବ ରଖିଥିଲେ। ଉଚ୍ଚ ସଦନର ବ୍ୟବସ୍ଥାପକ କ୍ଷମତା ହ୍ରାସ ପାଉଥିବା କେତେଜଣ ଅଭିଯୋଗ ଆଣିଥିଲେ। ରାଜ୍ୟ ସଭା ସିଲେକ୍ଟ କମିଟିର ଅଧିକ ପ୍ରଭାବ ରହିବା ଆବଶ୍ୟକ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ। ଉକ୍ତ କମିଟି ବିଲ୍‌ଗୁଡିକର ଯାଞ୍ଚ କରିଥାଏ। ତେଣୁ ଗୃହର ବରିଷ୍ଠ ସଦସ୍ୟ ମନମୋହନଙ୍କ ପାଖରେ ଭୁଲ୍‌ ତଥ୍ୟ ଦିଆଯାଇଥାଇ ପାରେ ବୋଲି ଭାଜପା ସଦସ୍ୟ ଭୂପେନ୍ଦର ଯାଦବ କହିଥିଲେ। ପୂର୍ବର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସିଲେକ୍ଟ କମିଟିକୁ ୫ଟି ବିଲ୍‌ ପାଇଥିଲାବେଳେ ଏନ୍‌ଡିଏ ସରକାର ୧୭ଟି ବିଲ୍‌ ପଠାଇଥିବା ସେ ଗୃହକୁ ସୂଚନା ଦେଇଥିଲେ। ତେବେ ବିରୋଧୀ ଦଳର ଦାବି ଫଳରେ ବିଲ୍‌ଗୁଡିକ ସିଲେକ୍ଟ କମିଟିକୁ ଯାଇଥିବା ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା କହିଥିଲେ।
ପାର୍ଲାମେଣ୍ଟର ଉଚ୍ଚ ସଦନ ରାଜ୍ୟ ପରିଷଦ ହୋଇଥିବାରୁ ରାଜ୍ୟଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣରେ ଏହାର ବଡ଼ ଭୂମିକା ରହିବା ଆବଶ୍ୟକ ବୋଲି ମନମୋହନ ସିଂ କହିଥିଲେ। ତେବେ ସେ ନିକଟରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ-କଶ୍ମୀରର ନାଁ ନେଇ ନ ଥିଲେ। ‘ଭାରତୀୟ ଶାସନ ବ୍ୟବସ୍ଥାରେ ରାଜ୍ୟ ସଭାର ଭୂମିକା: ସଂସ୍କାରର ଆବଶ୍ୟକତା’ ଶୀର୍ଷକ ଆଲୋଚନାରେ ଭାଗ ନେଇ ମନମୋହନ କହିଥିଲେ, କେତେକ କାର୍ଯ୍ୟ ପାଇଁ ଉଚ୍ଚ ସଦନକୁ ସରକାର ଅଧିକ ସମ୍ମାନ ଦେବା ଉଚିତ। ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ କରାଉଥିବା ରାଜ୍ୟ ସଭାକୁ ଅଧିକ କ୍ଷମତା ମିଳିବା ଆବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତ ବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri