ରାଜ୍ୟ ପାଇବେ ୩୫ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୧୦-୨: ରାଜ୍ୟଗୁଡିକ ଶୀଘ୍ର ଆଉ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଶୀଘ୍ର ପାଇବେ। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟ ସହୁଥିବା ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଜିଏସ୍‌ଟି ଆସିବା ପରେ ରାଜ୍ୟଗୁଡିକର ରାଜସ୍ବରେ ବାର୍ଷିକ ୧୪% ବୃଦ୍ଧି ନ ହେବା କ୍ଷେତ୍ରରେ ରାଜ୍ୟଗୁଡିକ କେନ୍ଦ୍ର ସରକାର ୫ ବର୍ଷ ଲାଗି ନିଶ୍ଚିତ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ୨୦୧୫-୧୬କୁ ଏଥି ଲାଗି ମୂଳ ବର୍ଷ ବୋଲି ଧରାଯାଇଛି। ୨୦୧୭-୧୮, ୨୦୧୮-୧୯ ଏବଂ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୪ ମାସରେ କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ମତ ପାର୍ଥକ୍ୟ ଦେଖା ଯାଇନାହିଁ। ଏବେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ରୁ ସରକାର ପାଉଥିବା ରାଜସ୍ବରେ ରାଜ୍ୟଗୁଡିକୁ ଅର୍ଥ ପ୍ରଦାନ କରିବା ପର୍ଯ୍ୟାପ୍ତ ହେଉନାହିଁ। ଗତ ବର୍ଷ ଅଗଷ୍ଟରୁ ଠିକ୍‌ ସମୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାରେ କେନ୍ଦ୍ର ସରକାର ଅସୁବିଧା ସାମ୍ନା କରିବା ଯୋଗୁ ଅର୍ଥ ପ୍ରଦାନରେ ବିଳମ୍ବ ହେଉଛି। ଏହାକୁ ନେଇ ଗତ ଡିସେମ୍ବର ମାସରେ କିଛି ରାଜ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।
ଅଗଷ୍ଟ-ସେପ୍ଟେମ୍ବର ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୩୫,୨୯୮ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ୨ଟି କିସ୍ତିରେ ଶୀଘ୍ର ରାଜ୍ୟଗୁଡିକୁ ଅର୍ଥ ଯୋଗାଇ ଦିଆଯିବାର ଯୋଜନା ରହିଛି। ପ୍ରଥମ କିସ୍ତି ଅକ୍ଟୋବର-ନଭେମ୍ବର ମାସ ଲାଗି ରହିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦୧୭-୧୮ ଏବଂ ୨୦୧୮-୧୯ ଜିଏସ୍‌ଟି କ୍ଷତିପୂରଣ ବାବଦ ଆଦାୟ ହୋଇଥିବା ଅର୍ଥର ବଳକାକୁ କନସୋଲିଡେଟେଡ ଫଣ୍ଡ ଅଫ୍‌ ଇଣ୍ଡିଆ ବା ଏକୀକୃତ ପାଣ୍ଠିରେ ଜମା ରଖାଯାଇଛି। ଏହି ପାଣ୍ଠି ଅର୍ଥକୁ ପୁଣି ଥରେ ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିକୁ ସ୍ଥାନାନ୍ତର କରାଯିବ ବୋଲି ଅଧିକାରୀ କହିଛନ୍ତି। ଦୁଇଟି ପର୍ଯ୍ୟାୟରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟ ଘୋଷଣା କରିଥିଲେ।
ବର୍ତ୍ତମାନ ଜିଏସ୍‌ଟି ବ୍ୟବସ୍ଥାରେ ୫,୧୨ ,୧୮ ଏବଂ ୨୮% ସ୍ଲାବରେ ଟିକସ ଆଦାୟ କରାଯାଉଛି। ସର୍ବୋଚ୍ଚ ଟିକସ ସ୍ଲାବରେ ରହିଥିବା ଲକଜ୍ୟୁରୀ ଏବଂ ଅବଗୁଣକାରୀ ସାମଗ୍ରୀ ଉପରେ ସେସ୍‌ ଲାଗୁ କରାଯାଉଛି। ଏହି ଅର୍ଥକୁ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭାବେ ପ୍ରଦାନ କରାଯାଉଛି। ୨୦୧୭ ଜୁଲାଇ ପହିଲା ପରାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଭାବେ ୨.୧୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜୁଲାଇ ୨୦୧୭ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ୪୮,୭୮୫ କୋଟି, ୨୦୧୮ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ୮୧,୧୪୧ କୋଟି ରାଜ୍ୟଗୁଡିକ ଲାଭ କରିଛନ୍ତି। ଗତ ବର୍ଷ ଏପ୍ରିଲ-ମେ, ଜୁନ-ଜୁଲାଇ ଯଥାକ୍ରମେ ୧୭,୭୮୯ କୋଟି ଏବଂ ୨୭,୯୫୬ କୋଟି ଟଙ୍କା ରାଜ୍ୟଗୁଡିକୁ ଦିଆଯାଇଛି। ୨୦୧୯ ଅଗଷ୍ଟ-ସେପ୍ଟେମ୍ବରରେ ୩୫,୨୯୮ କୋଟି ଟଙ୍କା ଦିଆଯାଇଛି। ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ, ୨୦୨୦-୨୧ରେ ୧୨% ରାଜସ୍ବ ଅଭିବୃଦ୍ଧି ହାସଲ କରିବା ସମ୍ଭବ ହେବ। ଏହି ଆଧାରରେ ଜିଏସ୍‌ଟିରେ ଉନ୍ନତି ଆସିଲେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ସୁବିଧା ହେବ। ରାଜସ୍ବରେ ଉନ୍ନତି ଆସିଲେ ଟିକସ ହାରରେ ହ୍ରାସ ନେଇ ବିଚାର କରାଯିବ। ଅନୁପାଳନ ବଢିଲେ ଟିକସ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ଆସିପାରେ। ମାସିକ ଅନ୍ତତଃ ପକ୍ଷେ ୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?