ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ:ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ିଚାଳକ ଗିରଫ

କଟକ ଅଫିସ, ୧୭-୯:ରାଜ୍ୟରେ ମଦ୍ୟପ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଗିରଫ କରିବାକୁ ଡିଜିପି ବିଜୟ କୁମାର ଶର୍ମା କଡା ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରବିବାର ରାତିରେ ବିଭିନ୍ନ ଜିଲାର ଜାତୀୟ ଓ ରାଜ୍ୟ ରାଜପଥରେ ପାଖାପାଖି ୫୫୦୦ ଗାଡି ଚାଳକଙ୍କୁ ପୋଲିସ ଯାଞ୍ଚ କରିଥିଲା। ସେଥିମଧ୍ୟରୁ ୧୪୧ଜଣ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଗଞ୍ଜାମରେ ୨୬, ଯାଜପୁରରେ ୨୦, ସମ୍ବଲପୁରରେ ୧୮, ରାଉରକେଲାରେ ୧୬, ବ୍ରହ୍ମପୁରରେ ୧୨, ଜଗତ୍‌ସିଂହପୁରରେ ୧୨, ଗଜପତିରେ ୯, ଅନୁଗୋଳରେ ୬, ନବରଙ୍ଗପୁରରେ ୬, କୋରାପୁଟରେ ୫, ମୟୂରଭଞ୍ଜରେ ୪, କେନ୍ଦ୍ରାପଡାରେ ୨, ବାଲେଶ୍ୱର, ଖୋର୍ଦ୍ଧା, କନ୍ଧମାଳ, ସୁନ୍ଦରଗଡ, ସୋନପୁରର ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି। ସୂଚନାଯୋଗ୍ୟ, ଗତ ୬ରୁ ଏପର୍ଯ୍ୟନ୍ତ ପ୍ରାୟ ୪୨୬ ଜଣ ମଦ୍ୟପ ଗାଡିଚାଳକଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣ ରୋକିବାକୁ କଠୋର ହେଲା ପ୍ରଶାସନ: ଶନି, ରବି ଢେଙ୍କାନାଳ ଶଟଡାଉନ୍‌

ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏଡ଼ାଇବାକୁ ସପ୍ତାହନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ଏଣିକି ଶନି ଏବଂ ରବି...

ରାଜ୍ୟ ସଂଗ୍ରହାଳୟରେ ‘ଗାନ୍ଧିଜୀ ଓ ତିନି ମାଙ୍କଡ଼’

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଶନିବାର ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି କଣ୍ଢେଇ ପ୍ରଦର୍ଶନୀ। ‘ଗାନ୍ଧିଜୀ ଓ ତିନି ମାଙ୍କଡ଼’ ଶୀର୍ଷକ...

ସରିଆସୁଛି ସମୟସୀମା, ସରିନି ଚଉଠେ କାମ:୧୬୮ ଜୀବନ ନେଲାଣି ଏନ୍‌ଏଚ୍‌ ୫୫

ଅନୁଗୋଳ ଅଫିସ, ୧୭।୧୨- ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟକୁ ନେଇ ଏବେ ବଢ଼ୁଛି ଅସନ୍ତୋଷ। ଏହି କାର୍ଯ୍ୟ କରୁଥିବା...

ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

ବାସୁଦେବପୁର,୧ା୧୧(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପାରାପୋଖରୀ ଓ ତିହିଡ଼ି ବ୍ଲକର ଏକଡ଼ାଳ ଗ୍ରାମରେ ରବିବାର ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। ପାରାପୋଖରୀ ଗ୍ରାମର...

ବ୍ୟାଙ୍କ ଡକାୟତି ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଶ୍ରୀରାମପୁର ଶାଖାରୁ ଗୁରୁବାର ୩୨ଲକ୍ଷ ୪୨ହଜାର ଟଙ୍କା ଡକାୟତି ହୋଇଥିବା ଫିଲ୍‌ଡ଼...

ବିଜେପୁର ନିର୍ବାଚନ ଲାଗି ବାଜିଲା ବିଗୁଲ୍‌; ୨୫ ସୁଦ୍ଧା ପ୍ରାର୍ଥୀ ଚୟନ କରିବ କଂଗ୍ରେସ: ନିରଞ୍ଜନ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଅକ୍ଟୋବର ୨୧ରେ ଏଠାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦଳଗୁଡ଼ିକ ପାଇଁ ରହିଛି ମାତ୍ର...

ସପ୍ତାହେ ପାଇଁ ଘୁଞ୍ଚିଲା ରାଜ୍ୟ ସରକାରଙ୍କ କରୋନା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏବେ ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ...

ରାଉରକେଲାରେ ଏସିଡ୍‌ ମାଡ଼: ଗୋଟିଏ ପରିବାରର ୪ ଆହତ; ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ,୬ା୨- ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ...

Advertisement
Archives

Model This Week