ରାଜ୍ୟରେ ୧୩ ନିଗମ କ୍ଷତିରେ ଚାଲିଛି: ଖର୍ଚ୍ଚ କମାଇବା ପାଇଁ ସ୍ବେଚ୍ଛାକୃତ ଅବସର ଯୋଜନା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ ୩୬ଟି ନିଗମ ଅଛି। ସେଥିରେ ୧୦,୪୭୩ ପଦବୀ ଖାଲି ରହିଛି। ନିଗମଗୁଡ଼ିକ ମଧ୍ୟରୁ ୨୩ଟି ଲାଭ କରୁଥିବା ବେଳେ ୧୩ଟି କ୍ଷତିରେ ଚାଲୁଛି। ଶନିବାର ପ୍ରଶ୍ନୋତ୍ତର ବେଳେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।

ମୂଳ ପ୍ରଶ୍ନରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ପଚାରିଥିଲେ ଯେ, ରାଜ୍ୟରେ କେତୋଟି ନିଗମ ରହିଛି। ସେଥିରେ କେତେ କର୍ମଚାରୀ ଅଛି। ସେଗୁଡ଼ିକ ଲାଭ ନା କ୍ଷତିେରେ ଚାଲିଛି। ବିଜେଡି ସଭ୍ୟ ଅମର ଶତପଥୀ, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ, ନିଗମଗୁଡ଼ିକର କ୍ଷତି କେବେଠାରୁ ଆରମ୍ଭ ହୋଇଛି। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯେଉଁ ସଂସ୍ଥାଗୁଡ଼ିକ ଲାଭ କରୁଛି, ସରକାର ସେଗୁଡ଼ିକୁ ସହାୟତା ଯୋଗାଇ ଦେବା ଦରକାର। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କ୍ଷତିରେ ଚାଲୁଥିବା ନିଗମଗୁଡ଼ିକୁ କିଭଳି କାର୍ଯ୍ୟକ୍ଷମ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି। ପ୍ରଶାସନିକ ଖର୍ଚ୍ଚ କମାଇବା ପାଇଁ ନିଗମଗୁଡ଼ିକରେ ସ୍ବେଚ୍ଛାକୃତ ଅବସର ଯୋଜନା କାର୍ଯ୍ୟକାରୀ କରାଯାଉଛି। କେଉଁ ନିଗମ କେତେ ଲାଭ କରିଛି, ସେ ବିଷୟରେ ସଭ୍ୟମାନଙ୍କୁ ସମ୍ପୂର୍ଣ୍ଣ ବିବରଣୀ ପରେ ଦେଇଦେବି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ଝଲସିବନି ଆଲୁମିନିୟମ ନଗରୀ

ବଅଁରପାଳ, ୪ା୯(ଡି.ଏନ.ଏ.) ଚଳିତ ବର୍ଷ ଝଲସିବନି ଆଲୁମିନିୟମ ନଗରୀ। କରୋନା ଯୋଗୁ ବନ୍ଦ ହେବାକୁ ଯାଉଛି ୩୦ ବର୍ଷର ପରମ୍ପରା। ଏଥର ମୂର୍ତ୍ତି ବଦଳରେ ନାଲ୍‌କୋରେ...

କନ୍ଦରପୁର ବଜାର କମିଟି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

କଟକ ସଦର,୧୬।୫(ଡି.ଏନ୍‌.ଏ.): କମିଶନରେଟ ପୋଲିସ ବ୍ୟବସ୍ଥା ଅନ୍ତର୍ଗତ କନ୍ଦରପୁର ବଜାର କମିଟି ସଭାପତି ସ୍ମୃତି ରଞ୍ଜନ ପ୍ରଧାନ(୪୩)ଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଘଟଣାରେ...

୬୫ବର୍ଷ ପରେ ବି ମୌଳିକ ସୁବିଧାରୁ ଦୂରରେ

ଭୁବନେଶ୍ୱର,୨୯।୯ (ବନ୍ଦନା ସେଠୀ): ଭୁବନେଶ୍ୱରର ପ୍ରଥମ ହାଟ ଭାବେ ୧୯୫୮ରେ ଆରମ୍ଭ ହୋଇଥିଲା ୧ନଂ. ହାଟ। ସହର ଏବଂ ଆଖପାଖ ଉପକଣ୍ଠ ଅଞ୍ଚଳର ହଜାର ହଜାର...

କାର୍ଯ୍ୟକ୍ଷମ ହୋଇପାରୁନି ଉଠାଜଳସେଚନ ପଏଣ୍ଟ

ବାସୁଦେବପୁର, ୨୬।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଚଳିତ ଖରିଫ ଋତୁରେ ଚାଷକାର୍ଯ୍ୟ ପ୍ରାରମ୍ଭ ତଳି ପକାଇବାଠାରୁ ଆରମ୍ଭ...

ହୋଲିରେ ବର୍ଷା: ୧୦ରୁ ୧୨ପର୍ଯ୍ୟନ୍ତ ବର୍ଷା ସହ ଝଡ଼ତୋଫାନ

ଭୁବନେଶ୍ୱର,୯।୩(ବ୍ୟୁରୋ): ହୋଲିକୁ ଫିକା କରିଦେବ ବର୍ଷା। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ପର୍ଯ୍ୟଟନ, ହୋଟେଲ ଶିଳ୍ପକୁ ବଡ଼ ଝଟକା

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା ଯୋଗୁ ବିପୁଳ କ୍ଷତି ସହିଥିବା ରାଜ୍ୟର ହୋଟେଲ ଏବଂ ଟ୍ରାଭେଲ ଟ୍ରେଡ୍‌ ଇଣ୍ଡଷ୍ଟ୍ରି ଆଗାମୀ ଦିନରେ ଆହୁରି କ୍ଷତିଗସ୍ତ ହେବା ଆଶଙ୍କା...

ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସାରା ଓଡ଼ିଶାର କଳାକାର ଓ ଶିଳ୍ପୀଙ୍କୁ ନେଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାମ କରିବ। ଏକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମ ବନ୍ଦ...

Advertisement
Archives

Model This Week